ଲକ୍ ଡାଉନ୍‌ ସମୟରେ ଘରୋଇ ହିଂସାର ଶିକାର ହେଉଛନ୍ତି କି, ଘରେ ରହି ହ୍ବାଟସ୍‌ଆପ୍‌ରେ କରିପାରିବେ ଅଭିଯୋଗ

Published: Apr 15, 2020, 10:06 pm IST

ଭୁବନେଶ୍ବର : ଦେଶରେ କରୋନା ପାଇଁ ଲକ୍‌ ଡାଉନ୍‌ ଜାରି ହୋଇଥିବାବେଳେ ଘରୋଇ ହିଂସା ମଧ୍ୟ ବୃଦ୍ଧି ପାଇଛି । ତେବେ ଏନେଇ ହ୍ବାଟସ୍‌ଆପ୍‌ ନମ୍ବରରେ ମଧ୍ୟ ଅଭିଯୋଗ କରିହେବ ।  ଘରୋଇ ହିଂସାକୁ ନେଇ ରାଜ୍ୟରେ ଏନେଇ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଲକ ଡାଉନ୍‌ ଅବଧି ମଧ୍ୟରେ ଘରୋଇ ହିଂସା ଅଭିଯୋଗ ନିମନ୍ତେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ହ୍ବାଟସଅପ୍ ନମ୍ବର ଜାରି କରାଯାଇଛି । 7205006039 ଏହି ହ୍ବାଟସ୍‌ଆପ୍‌ ନମ୍ବରରେ ମାମଲା ଦାଏର କରାଯାଇପାରିବ ।  ପୂର୍ବରୁ ମହିଳାଙ୍କ ପାଇଁ ମଧ୍ୟ ହେଲପ୍‌ ଲାଇନ ନମ୍ବର 181 ରହିଛି । ଲକ୍‌ ଡାଉନ୍‌ରେ ଘରୋଇ ହିଂସା ବଢୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Related posts