Categories
ଆଜିର ଖବର

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ରେ ୭୨ ପ୍ରତିଶତ ମତଦାନ ହୋଇଛି : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏପ୍ରିଲ୍‌ ୧୮ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ରାଜ୍ୟରେ ୭୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ଏହି ବିଷୟରେ ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୪ ପ୍ରତିଶତ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇ ଯାଇଛି। ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ଵିତୀୟ ପର୍ଯ୍ୟାୟରେ ଭୋଟ୍ ହାର ହ୍ରାସ ପାଇଛି। ପ୍ରଥମ ପର୍ଯ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୭୨ ପ୍ରତିଶତ ମତଦାନ ହୋଇଛି। ଏଥିରେ ଓଡ଼ିଶାରେ ୩୫ ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ବରଗଡ଼ରେ ୭୭.୭୩ ପ୍ରତିଶତ, ସୁନ୍ଦରଗଡ଼ରେ ୭୧.୫୨ ପ୍ରତିଶତ, ବଲାଙ୍ଗୀର ୭୪.୩୩ ପ୍ରତିଶତ, ବଲାଙ୍ଗୀରରେ ୭୪.୩୩ ପ୍ରତିଶତ, କନ୍ଧମାଳରେ ୬୯.୨୪ ପ୍ରତିଶତ ଓ ଆସ୍କାରେ ୬୫.୮୯ ପ୍ରତିଶତ ହୋଇଛି। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନରସିଂହ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, କଳିକେଶ ନାରାୟଣ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୁରେଶ ପୂଜାରୀ ପ୍ରମୁଖ ଅନେକ ହେଭିଓ୍ଵେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇଛି।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA  ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Categories
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ମତଦାନ : ସଂଧ୍ୟା ୫ଟା ସୁଦ୍ଧା ୬୪% ମତଦାନ

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଏକ ପ୍ରେସ୍‌ମିଟ୍‌ରେ ଘୋଷଣା କରିଛନ୍ତି। ଅତାବିରାର ବୁଥ୍‌-୨୩୫ ଓ ବରଗଡ଼ର ବୁଥ୍‌-୬୮ରେ ଇଭିଏମ୍‌ରେ ତ୍ରୁଟି ଥିବା ଅଭିଯୋଗ ହୋଇଛି। ଏହି ପର୍ଯ୍ୟାୟର ମତଦାନରେ ମଧ୍ୟ ମହିଳାମାନେ ଆଗରେ ରହିଛନ୍ତି। ତେବେ ୪ଟା ସମୟରେ ମାଓପ୍ରବଣ ଅଞ୍ଚଳଗୁଡ଼ିକରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ମିଳିଛି। ଆଜି ୫ଟି ଲୋକସଭା ସହ ତତ୍‌ସଂଲଗ୍ନ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ପ୍ରକ୍ରିୟା ଗ୍ରହଣ କରାଯାଇଥିଲା।

Categories
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ମତଦାନ : ଦିନ ୩ଟା ସୁଦ୍ଧା ୫୩% ମତଦାନ, ୪ଟି ସ୍ଥାନରେ ସାନି ମତଦାନ ହେବା ନେଇ ସୂଚନା

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି। ଦିନ ୩ଟା ସୁଦ୍ଧା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ୫୧.୧୮% ମତଦାନ ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀରେ ୪୩.୯୩% ମତଦାନ ହୋଇଥିବାର ସୂଚନା ରହିଛି। ଏନେଇ ଏକ ପ୍ରେସ୍‌ମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ୪ଟି ବୁଥ୍‌ରେ ଭିଭିପାଟ୍ ମେସିନ୍‌ ସଂଯୋଗରେ ରହିଛି ମାନବୀୟ ତ୍ରୁଟି ରହିଥିବାରୁ ଏହି ୪ଟି ବୁଥ୍‌ରେ ସାନି ମତଦାନ ପାଇଁ  ସିଇଓଙ୍କ ସୁପାରିସ କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ସେହି ବୁଥ୍‌ ଗୁଡ଼ିକ ହେଉଛି ବଣାଇର ବୁଥ୍‌-୧୨୯, ସୁନ୍ଦରଗଡ଼ର ବୁଥ୍‌-୨୧୩, ନୟାଗଡ଼ ଦଶପଲ୍ଲାର ୨୧୦ ଓ ୨୨୨ ବୁଥ୍‌ରେ ଆଦି ବୁଥ୍‌ରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି। ଏହି ମେସିନ୍‌ରେ ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଆସନ୍ତା ଏପ୍ରିଲ୍‌ ୧୮ ତାରିଖରେ ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୨୬। ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ (ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା) ଓ ଏହା ଅଧୀନ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଦ୍ୱିତୀୟ ପର୍ଯ୍ୟାୟର ଏହି ୫ଟି ଲୋକସଭା ଆସନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିସାରିଛି।