Categories
ଆଜିର ଖବର

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୨୦.୫୪ ପ୍ରତିଶତ ମତଦାନ

ଲୋକସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ସକାଳ ୧୧ଟା  ସୁଦ୍ଧା  ୨୦.୫୪ ପ୍ରତିଶତ ମତଦାନ ହୋଇଛି। ଦେଶର ୭ଟି ଲୋକସଭା ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୧୧ ଟା ସୁଦ୍ଧା ଝାରଖଣ୍ଡରେ ୨୭.୭୧  ପ୍ରତିଶତ, ବିହାରରେ ୧୯.୮୭ ପ୍ରତିଶତ, ମଧ୍ୟ ପ୍ରଦେଶରେ ୨୦.୯୫ ପ୍ରତିଶତ, ଉତ୍ତର ପ୍ରଦେଶରେ ୧୮.୦୫ ପ୍ରତିଶତ, ଚଣ୍ଡୀଗଡରେ ୧୦.୪୦ପ୍ରତିଶତ, ପଶ୍ଚିମବଙ୍ଗରେ ୨୬.୦୭ ପ୍ରତିଶତ, ପଞ୍ଜାବରେ ୧୯.୬୯ ପ୍ରତିଶତ ଏବଂ ହିମାଚଳରେ ୧୬.୪୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ପ୍ରାୟ ସମସ୍ତ ସ୍ଥାନରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ପଶ୍ଚିମବଙ୍ଗର କିଛି ସ୍ଥାନରେ ସାମାନ୍ୟ ହିଂସା ଦେଖାଦେଇଛି।

Categories
ଆଜିର ଖବର

୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ ଆସନରେ ଜାରି ରହିଛି ଭୋଟ ଗ୍ରହଣ

ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇଛି। ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୯ ଆସନ ପାଇଁ ସକାଳ ସାଢ଼େ ୭ ଟାରୁ ମତଦାନ ଚାଲିଛ। ଚୂଡ଼ାନ୍ତ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ଏହା ମଧ୍ୟରେ ଉତ୍ତର ପ୍ରଦେଶ ଓ ପଞ୍ଜାବରେ ୧୩ଟି ଲେଖାଏଁ ଆସନ ଥିବାବେଳେ ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି , ହିମାଚଳ ପ୍ରଦେଶର ୪ଆସନ, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡୀଗଡ଼ର ଗୋଟିଏ ଆସନ ରହିଛି। ପଶ୍ଚିମବଙ୍ଗର ୯ଟି ଲୋକସଭା ଆସନରେ ହିଂସାକାଣ୍ଡକୁ ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପୁଲିସ ସମେତ କେନ୍ଦ୍ରୀୟ ବାହିନୀର ୬୭୬ କମ୍ପାନୀ ଯବାନ ମୁତୟନ କରାଯାଇଛି। ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟାନ୍ୟ ହେଭିଓ୍ବେଟ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଅନ୍ୟ ହେଭିଓ୍ବେଟ୍‌ ନେତାଙ୍କ ମଧ୍ୟରେ ବିଜେପି ନେତା ରବିଶଙ୍କର ପ୍ରସାଦ, କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା, ଏବଂ ଅଭିନେତାରୁ ନେତା ବନିଥିବା ସନ୍ନି ଦେଓଲଙ୍କ ନିଷ୍ପତ୍ତି ଇଭିଏମ୍‌ ଜରିଆରେ ହେବ। ସେହିପରି ସକାଳ ୯ଟା ସୁଦ୍ଧା ଝାରଖଣ୍ଡରେ  ୧୩.୧୯ ପ୍ରତିଶତ, ବିହାରରେ ୧୦.୬୫  ପ୍ରତିଶତ, ମଧ୍ୟ ପ୍ରଦେଶରେ ୭.୧୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୫.୯୭  ପ୍ରତିଶତ, ଚଣ୍ଡୀଗଡରେ ୧୦.୪୦ ପ୍ରତିଶତ, ପଶ୍ଚିମବଙ୍ଗରେ ୧୦.୫୪ ପ୍ରତିଶତ, ପଞ୍ଜାବରେ ୪.୬୪ ପ୍ରତିଶତ ଏବଂ ହିମାଚଳରେ ୦.୮୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି।

Categories
ଆଜିର ଖବର

ଅପରାହ୍ନ ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ, ଅନ୍ତିମ ପର୍ଯ୍ୟାୟରେ ସର୍ବାଧିକ ଭୋଟିଂ ହେବା ସମ୍ଭାବନା

ରାଜ୍ୟ ନିର୍ବାଚନ ଅଧିକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଅପରାହ୍ନ ୫ ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ଏ ପର୍ଯ୍ୟନ୍ତ କୌଣସି ବୁଥରେ ବଡ କିଛି ଘଟଣା ଘଟିଥିବାର ସୂଚନା ନାହିଁ। ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ ଟି ବିଧାନସଭା ଆସନରେ ମତଦାନ ହେଉଛି। ଏହି ସମୟ ମଧ୍ୟରେ ବିଭିନ୍ନ ଲୋକସଭା ଆସନରେ ହୋଇଥିବା ମତଦାନ ପ୍ରତିଶତ ହେଲା-

୧-ମୟୁରଭଂଜ- ୬୬ ପ୍ରତିଶତ

୨-ବାଲେଶ୍ବର- ୬୪ ପ୍ରତିଶତ

୩-ଭଦ୍ରଖ- ୬୮ ପ୍ରତିଶତ

୪-ଯାଜପୁର- ୬୫ ପ୍ରତିଶତ

୫-କେନ୍ଦ୍ରାପଡା- ୬୫ ପ୍ରତିଶତ

୬-ଜଗତସିଂହପୁର- ୬୪ ପ୍ରତିଶତ

Categories
ଆଜିର ଖବର

କାଁ ଭାଁ ବିଶୃଙ୍ଖଳା ଛାଡିଦେଲେ, ଓଡିଶାରେ ଏ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ମତଦାନ ଚାଲିଛି

କେଉଁଠି ଇଭିଏମ ଖରାପ, କେଉଁଠି କାମ କରୁନାହିଁ ଏହିପରି କିଛି ଅଭିଯୋଗକୁ ଛାଡିଦେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମତଦାନ ଠିକଠାକ ଚାଲିଛି। ଏହି ପର୍ଯ୍ୟାୟରେ ୯୫ଲକ୍ଷ ୬ଶହ ୫୩ ଜଣ ଭୋଟର ଭୋଟ ଦେବେ। ସେମାନଙ୍କ ମଧ୍ୟରେ ୪୯ ଲକ୍ଷ ଏକ ହଜାର ୭୯ ଜଣ ପୁରୁଷ ଭୋଟର ଅଛନ୍ତି। ସେହିପରି ୪୫ ଲକ୍ଷ ୯୮ ହଜାର ୯ଶହ ୭୯ ଜଣ ମହିଳା ଭୋଟର ଏବଂ ୫ଶହ ୯୫ ଜଣ କିନ୍ନର ଭୋଟର ଅଛନ୍ତି। ଏହି ନିର୍ବାଚନ ପରିଚାଳନା ପାଇଁ ୭୨ ହଜାର ୩ଶହ ୬୩ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ତେବେ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏଥର ୭ ଲକ୍ଷ ୯୯ ହଜାର ୮ଶହ ୬୨ଜଣ ପ୍ରଥମ ଥର ପାଇଁ ଭୋଟ ଦେବେ। ଏଥର ନିର୍ବାଚନରେ ୧୦ ହଜାର ୭ଶହ ୯୨ଟି ପୁଲିଂ ବୁଥ କରାଯାଇଛି।