Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ସାମ୍ପ୍ରତିକ ରାଜନୀତିରେ ସଭ୍ୟାଚାର ହୀନ ବୟାନବାଜି ଏବେ ହଲମାର୍କ ପାଲଟିଛି
ମତାମତ

ସାମ୍ପ୍ରତିକ ରାଜନୀତିରେ ସଭ୍ୟାଚାର ହୀନ ବୟାନବାଜି ଏବେ ହଲମାର୍କ ପାଲଟିଛି

May 18, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜିକାଲି ରାଜନୀତିରେ ବୟାନବାଜି ତଥା ଆଖିଦୃଶିଆ ସଂଳାପ ଏକ ସ୍ବାଭାବିକ ପ୍ରକ୍ରିୟା ପରି ପରିଲକ୍ଷିତ ହେଉଛି। ଭାରତରେ ଚାଲିଥିବା ସପ୍ତଦଶ ଲୋକସଭା ନିର୍ବାଚନରେ ଏହାର ବହୁଳ ପ୍ରଭାବ ଦେଖିବାକୁ ମିଳିଥିଲା। ଭାରତରେ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ସମୟରେ ପ୍ରମୁଖ ରାଜନୈତିକ ଦଳମାନଙ୍କ ଦ୍ବାରା ଆଖିଦୃଶିଆ ସଂଳାପ ତଥା ବୟାନବାଜି ରାଜନୈତିକ ଉଷ୍ମତା ସୃଷ୍ଟି କରୁଥିବାବେଳେ, ରାଜନୀତିକୁ ଯେ ନିମ୍ନସ୍ତରକୁ ଖସାଇ ନେଇଛି ତାହା ବୁଝିବାକୁ ଆଉ ବାକି ନାହିଁ। ଭାରତୀୟ ରାଜନୀତିରେ ଏପରି ଅବସ୍ଥା ଆମର ଉତ୍ତରପିଢିଙ୍କ ପାଇଁ ଏକ ଅସ୍ବାସ୍ଥ୍ୟକର ପରିବେଶ ଗଠନ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଚଳିତ ରାଜନୀତିରେ ଆରୋପ ପ୍ରତ୍ୟାରୋପକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି । ପ୍ରମୁଖ ଦଳମାନେ ନୂଆ ନୂଆ କାହାଣୀ ଓ ପଦ୍ଧତିଦ୍ବାରା ଏହି ପ୍ରକ୍ରିୟାକୁ ଆପଣାଇଛାନ୍ତି । ରାଜନୀତିରେ ଆକ୍ରାମଣାତ୍ମକ ବୟାନବାଜି ଗ୍ରହଣୀୟ ହୋଇଛି। ଚଳିତ ରାଜନୀତିରେ ଜନସମୂହଙ୍କ ସମସ୍ୟା ତଥା ବିକାଶର ପ୍ରସଙ୍ଗକୁ ଉତ୍ଥାପନ କରିବା ପରିବର୍ତ୍ତେ ଦଳୀୟ ପ୍ରାର୍ଥୀମାନେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ବେଶ୍‌ ଉଚିତ୍‌ ମଣୁଛନ୍ତି । ଭୁଲ୍‌ ତଥ୍ୟ ତଥା ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଜନସମୂହକୁ ଆର୍କଷିତ କରିବାରେ ପ୍ରାୟେ ସମସ୍ତେ ତତ୍ପର । ଆଜିକାଲିର ରାଜନୈତିକ ବୟାନବାଜିକୁ ଦେଖିଲେ ରାଜନୖେତିକ ଫିଲ୍ମ ହଲ୍‌ରେ ବସି ରାଜନୈତିକ କଓ୍ବାଲୀ ବା ଯାତ୍ରା ଦେଖିଲା ଭଳି ଅନୁଭୂତି ହେଉଛି ।

ଚଳିତ ନିର୍ବାଚନ ସମୟରେ ଏପରି ବିବାଦୀୟ ବୟାନ୍‌ ବେଶ୍‌ ଦେଖିବାକୁ ମିଳିଛି । ରାଜନୀତିରେ ଯେ ସଂଯମତା ତଥା ସଭ୍ୟାଚାର ଆଚରଣ ନିତାନ୍ତ ଅପରିହାର୍ଯ୍ୟ, ତାହା ଆଜିକାଲିର ନେତାମାନେ ଭୁଲିଯାଇଛନ୍ତି। ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିବା ପ୍ରତିଯୋଗିତାରେ ସେମାନେ ନୈତିକତାକୁ ମଧ୍ୟ ବଳି ଦେଉଛନ୍ତି । ନିକଟରେ ନାଥୁରାମ ଗଡ୍‌ସେଙ୍କୁ ନେଇ ଚାଲିଥିବା ବୟାନବାଜି ହେଉଛି ଏହାର ଅନ୍ୟତମ ଉଦାହରଣ। ଦଳେ ତାଙ୍କୁ ଆତଙ୍କବାଦୀ କହୁଥିବାବେଳେ ଆଉ ଦଳେ ତାଙ୍କୁ ଦେଶଭକ୍ତ ବୋଲି କହୁଛନ୍ତି। ସେହିପରି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜବୀ ଗାନ୍ଧିଙ୍କୁ ହତ୍ୟାକାରୀ ବୋଲି କୁହାଯାଇ ଗଡ୍‌ସେ ଓ ରାଜବୀଙ୍କ ମଧ୍ୟରେ ଏକ ସମାନ୍ତରାଳ ରେଖା ଟାଣିବାକୁ ଉଦ୍ୟମ କରାଯାଉଛି। ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ତଥ୍ୟ ଆଧାରରେ ରାଜନୈତିକ ଜୁମୁଲାବାଜି କରାଯାଉଛି। ଏହି ରାଜନୈତିକ ବୟାନବାଜିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବିପକ୍ଷରେ ବହୁ ତୁଙ୍ଗ ନେତୃବୃନ୍ଦମାନେ ସାମିଲ୍‌ ରହିଛନ୍ତି । ମୋଦି ରାହୁଲ୍‌ଙ୍କୁ ପପୁ କହି କଟାକ୍ଷ କରୁଥିବାବେଳେ ରାହୁଲ୍‌ ଗାନ୍ଧି ମୋଦିଙ୍କୁ ଚୌକିଦାର କହି ବୟାନବାଜି କରିଛନ୍ତି । କଂଗ୍ରେସର ଷ୍ଟାର ପ୍ରଚାରକ ତଥା ନେତା ସିଦ୍ଧୁ, ସାମ ପିଟ୍ରୋଡା, ମଣି ଶଙ୍କର ଆୟାର୍‌, ଆଜମ୍‌ ଖାନ୍‌ ପ୍ରମୁଖ ମଧ୍ୟ ପଛରେ ନାହାନ୍ତି। ସିଦ୍ଧୁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ପ୍ରକାରର ବୟାନ ନେଇ ରାଜେନୖତିକ ବୟାନବାଜିରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ।

ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ସମସ୍ତେ ପ୍ରକୃତ ସମସ୍ୟାକୁ ଆଡେଇ ଯାଉଛନ୍ତି । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସମୂହଙ୍କୁ ପ୍ରଭାବିତ କରିବା ପାଇଁ ତାଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପ୍ରମୁଖ ରାଜନୈତିକ ଦଳମାନେ ନିଜର ନିଜର ବୟାନବାଜି ଦ୍ବାରା ସତ୍ତାକୁ ଆସିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ।  ତେବେ ଚଳିତ ଥର ବଙ୍ଗଳାରେ ରାଜେନୖତିକ ଉଷ୍ମତା ପ୍ରମୁଖ ଘଟଣା ଥିଲା । ଏହା ଏକ ରାଜନୈତିକ ଯୁଦ୍ଧ ଥିଲା କି ନୁହେଁ ତାହା ଜଣା ନାହିଁ । କିନ୍ତୁ ସଭ୍ୟତା ପାଇଁ ଜଣାଶୁଣା ଏ ସହର ରାଜନୈତିକ ଫାଇଦା ପାଇଁ ରାଜନୀତିର କେତେ ନିମ୍ନସ୍ତରକୁ ଯାଇ ହୁଏ ତାହାର ବାସ୍ତବ ଛବି ଦେଖିବାକୁ ମିଳିଥିଲା ।  ସମ୍ପ୍ରତି କ୍ଷମତାଲୋଭୀ ନେତାମାନେ ରାଜନୀତି କରି ଜନସମୂହଙ୍କ ଉପରେ ଯେଉଁ ରାଜନୈତିକ ବିଷ ଢାଳୁଛନ୍ତି, ତାହାକୁ ଆଗାମୀ ପିଢି କେବେ ସହ୍ୟ କରିବେ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

୯୯୩ କୋଟି ଟଙ୍କାର ଆରାକୋନମ-ଚେଙ୍ଗାଲପଟୁ ଦୋହରୀକରଣ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

May 20, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ଅସୁସ୍ଥ ଏବଂ ବିପଦଜନକ କୁକୁରମାନଙ୍କ ପାଇଁ ବଡ଼ ଖବର: କଡ଼ା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

May 19, 2026
Latest News

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026

ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଗୁଇନ୍ଦା ସୂଚନା ସଂଗ୍ରହକୁ ସୁଦୃଢ଼ କରୁଛି ରେଳବାଇ: ଅଶ୍ୱିନୀ ବୈଷ୍ଣବ

May 21, 2026

ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.