Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଜଣେ ପ୍ରବାସୀ ଓଡିଆ ପାଇଁ ବିଦେଶରେ ଓଡିଆ ଭାବରେ ଗର୍ବିତ ହେବାର ଏକ ବିରଳ ମୁହୂର୍ତ୍ତ
ମତାମତ

ଜଣେ ପ୍ରବାସୀ ଓଡିଆ ପାଇଁ ବିଦେଶରେ ଓଡିଆ ଭାବରେ ଗର୍ବିତ ହେବାର ଏକ ବିରଳ ମୁହୂର୍ତ୍ତ

December 6, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁଧାଶ୍ରୀ ଦାଶ, ଦୁବାଇ

ଦୁବାଇର ପ୍ରାୟ ୧୦ ବର୍ଷର ରହଣି । ଏହି ୧୦ ବର୍ଷ ଭିତରେ ଅନେକ ଭାରତୀୟଙ୍କୁ ଏଠି ଭେଟିଛି । ସମସ୍ତେ ନିଜ ନିଜ ରାଜ୍ୟର ଗର୍ବ ଓ ଗୌରବ କୁ ନେଇ ଏଠି ଚଳନ୍ତି । ସେ ପଞ୍ଜାବୀ ହେଉ ବା ତେଲୁଗୁ, ବଙ୍ଗାଳୀ ହେଉ ବା ସିନ୍ଧି, ସମସ୍ତଙ୍କର ରହିଛି ଅଲଗା ଅଲଗା ଗରିମା । ସେମାନଙ୍କ ସମସ୍ତଙ୍କ ସାଂଗରେ ମୋର ନିତିଦିନିଆ ଦେଖା । କିନ୍ତୁ ମୁଁ ଦେଖେ ଯେ, ଅନେକ ପ୍ରବାସୀ ଭାରତୀୟ ଏଠି ଓଡ଼ିଶା ସହ ଏତେଟା ପରିଚିତ ନୁହନ୍ତି । ଅନେକେ ପଚାରନ୍ତି ‘ଓଡ଼ିଶା କେଉଁଠି ଅଛି ?’ ମୁଁ ମର୍ମାହତ ହୁଏ । ମନେହୁଏ ଭାରତ ବାହାରେ ମୋର ଅସ୍ତିତ୍ୱ ନାହିଁ । ଅନେକ ବାଦବିବାଦ ଉଠେ ମନ ଭିତରେ । ପୁଣି ନିଜକୁ ସାନ୍ତ୍ୱନା ଦେବାକୁ କୁହେ ଯେ “ଏମାନଙ୍କ ଭୂଗୋଳ ଜ୍ଞାନ କମ୍ ।” କିନ୍ତୁ ପୁଣି ନିଜକୁ ପ୍ରଶ୍ନ ପଚାରେ,  ଆମେ କ’ଣ ସେମିତି କିଛି  କରିଛୁ ବାହାରେ ପରିଚିତ ହେବ ପାଇଁ ? କିନ୍ତୁ ଏହା ବି ସତ ଯେ, ଅନେକେ ଆମକୁ ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ହିସାବରେ ଜାଣନ୍ତି । ‘କୋଲକାତା’ କହିଲା ମାନେ ସେମାନେ ଟିକେ ମୁରୁକି ହସିଦେଇ କଥାଟାକୁ ବୁଝି ଯାଆନ୍ତି ।

କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ମୋ ମନକୁ ଦେଇଥିଲା, ଆନନ୍ଦ ଓ ଗର୍ବରେ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ବିଶ୍ୱ ପୁରୁଷ ହକି ବିଶ୍ୱକପ୍ -୨୦୧୮ । ଏହାଥିଲା ଏକ ରୋମାଞ୍ଚର, ଆଲୋକଭରା, ଅଭୂତପୂର୍ବ   ରଂଗାରଂଗ କାର୍ଯ୍ୟକ୍ରମ । ବଲିଉଡର ଅନେକ ଖ୍ୟାତନାମା ଓ ନାମୀଦାମୀ କଳାକାର ଏଠାରେ ଉପସ୍ଥିତ ଥିଲେ । ଷ୍ଟେଜ୍ ଉପରେ ଚାଲିଥିଲା ଚମକପ୍ରଦ ନୃତ୍ୟଗୀତର କାର୍ଯ୍ୟକ୍ରମ । ଏସବୁ ଭିତରେ ଷ୍ଟାଡିୟମରେ ବସିଥିବା ଦର୍ଶକମାନେ ଉତ୍ସାହିତ ହେବା ସ୍ୱାଭାବିକ ।

ମୁଁ ମା’ ମାଟିଠାରୁ ଦୂର ଦେଶରେ ରହି କାର୍ଯ୍ୟକ୍ରମକୁ ଟିଭିରେ ଲାଇଭ୍ ଉପଭୋଗ କରୁଥିଲି । ମୋ ଛାତି ଫୁଲି ଉଠୁଥିଲଉଠୁଥିଲା ପ୍ରତି ମୁହୂର୍ତ୍ତ । ଲାଗୁଥିଲା ଏହା ମୋ ରାଜ୍ୟ । ଆଜି ପୁରା ବିଶ୍ୱ ମୋ ରାଜ୍ୟକୁ ଜାଣିବ । ପରଦିନ ଲିଫ୍ଟ ରେ  ଝିଅକୁ ସ୍କୁଲକୁ ନେଇଯିବା ସମୟରେ ଦେଖିଲି ଜଣେ ଗୋରୀ ତରୁଣୀକୁ (ଫରେନର୍) । ଏକ ସ୍ମିତହାସ୍ୟ ଦେବା ପରେ ସେ ମୋତେ ପଚାରିଲେ ମୋର ଦେଶ କେଉଁଠି ? ମୁଁ କହିଲି ଇଣ୍ଡିଆ । ତା’ପରେ ସେ ପଚାରିଲେ କେଉଁ ରାଜ୍ୟର ମୁଁ ଅଧିବାସୀ । ମୁଁ କହିଲି ମୁଁ ଓଡ଼ିଆ । ମୋ ଘର ଓଡ଼ିଶାରେ । ଏହା କହୁ କହୁ ସେ ଆହୁରି ଖୁସି ହୋଇଗଲେ । ଆଉ ହସ ହସ ମୁହଁରେ କହିଲେ, “ଆଚ୍ଛା ତାହାହେଲେ ଆପଣ ସେହି ରାଜ୍ୟର ଯିଏ ମେନ୍ସ ହକି ୱାର୍ଲ୍ଡ କପ ଆୟୋଜନ କରିଛି । କାଲି ଟିଭିରେ ଦେଖିଲୁ । ବହୁତ ଭଲ ଲାଗିଲା । ଆଉ ଥରେ ଭାରତ ଗଲେ ଓଡ଼ିଶା ନିଶ୍ଚିତ ଯିବୁ । ସେ ଭଦ୍ର ମହିଳା ଥିଲେ ଦକ୍ଷିଣ ଆଫ୍ରିକାର ବାସିନ୍ଦା, ଯାହାଙ୍କ ଦଳ ହକି ର ପ୍ରଥମ ମ୍ୟାଚରେ ଭାରତ ଠାରୁ ପରାସ୍ତ ହୋଇଥିଲା

(ସୁଧାଶ୍ରୀ ଦାଶ, ଇ ଟିଭିର ପୂର୍ବତନ ସାମ୍ବାଦିକ ଓ ବର୍ତ୍ତମାନ ଦୁବାଇ ରେ ଉପସ୍ଥାପିତ। ଜଣେ ପ୍ରବାସୀ ଓଡିଆ ଭାବରେ ତାଙ୍କର ଏ ଅନୁଭବ ସ୍ବଦେଶରେ ରହୁଥିବା ପ୍ରତ୍ୟେକ ଓଡିଆ ପାଇଁ ଏକ ବିରଳ ଗୌରବର ମୁହୂର୍ତ୍ତ)

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Latest News

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.