Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ସ୍ବଚ୍ଛ ଭାରତ ଅଭିଯାନର ଏ ଅବାଞ୍ଛିତ ସହିଦମାନଙ୍କ ପାଇଁ କାହା ଆଖିରେ ଲୁହ ନାହିଁ କି ସମବେଦନା ବି ନାହିଁ
ମତାମତ

ସ୍ବଚ୍ଛ ଭାରତ ଅଭିଯାନର ଏ ଅବାଞ୍ଛିତ ସହିଦମାନଙ୍କ ପାଇଁ କାହା ଆଖିରେ ଲୁହ ନାହିଁ କି ସମବେଦନା ବି ନାହିଁ

June 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର 

ଏ ଘଟଣା ମମତା ବାନାର୍ଜୀଙ୍କ ପଶ୍ଚିମ ବଙ୍ଗ ବା ଦ୍ରାବିଡ ରାଜ୍ୟ ତାମିଲନାଡୁରେ ଘଟିନାହିଁ। ସେଠାରେ ହୁଏତ ଘଟିଥିଲେ, ଏ ଘଟଣାକୁ ନେଇ କିଛି ବଡ ପ୍ରତିକ୍ରିୟା ଆସିଥାନ୍ତା। ଏହା ଘଟିଛି ଭାରତର ତଥାକଥିତ ବିକାଶ ପୁରୁଷ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ରାଜ୍ୟ ଗୁଜରାଟରେ। ପାଇଖାନା  ଟାଙ୍କି ସଫା କରିବାକୁ ଯାଇ ଗୁଜରାଟର ଚାରିଜଣ ସଫେଇ କର୍ମଚାରୀ ଓ ତିନିଜଣ ହୋଟେଲ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏ ସମ୍ପର୍କରେ ଯେଉଁ ଖବର ବାହାରିଛି ତାକୁ ନେଇ କାହା ମନରେ କିଛି କ୍ରୋଧ ବା ସଂବେଦନା ଆସିବାର କୌଣସି ସମ୍ଭାବନା ନାହିଁ। ପାଇଖାନା  ଟାଙ୍କି ସଫା କରୁଥିବା ଲୋକଟି ପ୍ରତି ଆମ ସମାଜର ସେମିତି ବିଶେଷ ସମ୍ମାନ କେବେ ନାହିଁ ବା ନଥିଲା।

ଯେଉଁମାନେ ଏ କାମ କରନ୍ତି ସେମାନେ ଆମ ଈଶ୍ବରଙ୍କ ପାଦରୁ ଜନ୍ମ ହୋଇଥିବା ଲୋକ ଓ ଆମେ ଯେଉଁମାନେ ଈଶ୍ବରଙ୍କ ମୁଣ୍ଡରୁ ଜନ୍ମ ହୋଇଛୁ, ଆମର ସେମାନଙ୍କ ପ୍ରତି କୌଣସି ଶ୍ରଦ୍ଧା ନଥିଲା। ବରଂ ଆମେ ସେମାନଙ୍କୁ ଗାଳି କରୁ ଯେ, ସେମାନେ ଆମର ନ୍ୟାଯ୍ୟ ପ୍ରତିଭାକୁ ସଂରକ୍ଷଣ ମାଧ୍ୟମରେ ମାରି ନେଉଛନ୍ତି। ସମାନ କାମ ଓ ସମାନ ମର୍ୟାଦାର କଥା କହୁଥିବା ଆମର ଉଚ୍ଚ ବର୍ଣ୍ଣର ଲୋକେ, କେବେ ପାଇଖାନା ଟାଙ୍କି ସଫା କରିବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି କି? ବଡ ପଦବୀ ଲାଗି ପ୍ରତିଭାର ପ୍ରଶ୍ନ ଉଠାଉଥିବା ଲୋକ ଜାଣନ୍ତି କି ପାଇଖାନା ଟାଙ୍କି ସଫା କରିବା ଲାଗି ବିଶେଷ ଦକ୍ଷତାର ଆବଶ୍ୟକତା ରହିଛି ଓ ସେଥିଲାଗି ପୃଥିବୀର ସବୁଠୁ ଭୟଙ୍କର ଶ୍ରମ ବିନିଯୋଗ କରିବାକୁ ପଡେ। ନିଜ ଜୀବନକୁ ବାଜି ଲଗାଇ ଯେଉଁ ସଫାଇ କର୍ମଚାରୀ ଜଣକ ଆମର ଘରକୁ ପରିଚ୍ଛନ୍ନ କରେ, ତାକୁ ଦେଖି ଆମେ ନାକ ବନ୍ଦ କରି ଚାଲିଯାଉ। ଏ ଦେଶର ଶହ ଶହ ସଫେଇ କର୍ମଚାରୀଙ୍କ ଜୀବନ ଯେ କେତେ ଦୁର୍ବିସହ ସେକଥା ଆମେ କେବେ ଚିନ୍ତା କରିଛୁ କି?

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲାପରେ ଭାରତରେ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହେଲା। ଏ ଅଭିଯାନର ବାର୍ତ୍ତା ଥିଲା “ସ୍ବଚ୍ଛତା ହି ସେବା”। ନିଜେ ପ୍ରଧାନମନ୍ତ୍ରୀ ଝାଡୁଦାର ହୋଇ ସେବା କରୁଥିବାର ଫଟୋ ଆମେ ଦେଖିଲୁ। ପ୍ରୟାଗଠାରେ ଆୟୋଜିତ କୁମ୍ଭମେଳାରେ ପ୍ରଧାନମନ୍ତ୍ରୀ ସଫାଇ କର୍ମଚାରୀଙ୍କ ଗୋଡ ଧୋଇଦେଉଥିବାର ସେ ଦିବ୍ୟ ଦୃଶ୍ୟ ଦେଖି ଆମେ ଗଦଗଦ ହୋଇଗଲୁ। ଅଥଚ ଗତ ଦଶ ବର୍ଷ ଭିତରେ ପାଇଖାନା ଟାଙ୍କି ସଫା କରିବାକୁ ଯାଇ ଏ ଦେଶରେ ୧୮୦୦ଜଣ ସଫାଇ କର୍ମଚାରୀ ପ୍ରାଣ ହରାଇଥିବାର ଖବର ଅଣଦେଖା ହୋଇ ରହିଯାଇଛି। ପ୍ରଧାନମନ୍ତ୍ରୀଙ୍କ ପାଦ ଧୁଆ ଅପେକ୍ଷା, ୧୮୦୦ ସଫେଇ ସହିଦଙ୍କ ଜୀବନ ଯେ ଅଧିକ ଗୁରୁତ୍ୱପୂର୍ଣ୍ଣ ଏ କଥା କହିବାକୁ ଏ ଦେଶରେ କାହା ଜିଭରେ ଆଉ ହାଡ ନାହିଁ।ପ୍ରତି ବର୍ଷ ହାରାହାରି ୧୮୦ଜଣ ସଫାଇ କର୍ମଚାରୀ ପାଇଖାନା ଟାଙ୍କି ସଫା କରୁ କରୁ ଅଣନିଃଶ୍ଵାସୀ ହୋଇ ପ୍ରାଣ ହରାଇଥାନ୍ତି।ଦେଶରେ ପ୍ରାୟ ସାଢେ ସାତ ଲକ୍ଷ ସଫେଇ କର୍ମଚାରୀ ରହିଛନ୍ତି, ଯେଉଁମାନଙ୍କ  ଜୀବନ ଓ ଜୀବିକାର କୌଣସି ଗ୍ୟାରେଣ୍ଟି ନାହିଁ।

ଅପରପକ୍ଷରେ ସ୍ବଚ୍ଛ ଭାରତ ଅଭିଯାନ ଲାଗି ପାଣି ଭଳି ଟଙ୍କା ଖର୍ଚ୍ଚ ହେଉଛି। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ବ୍ୟକ୍ତିଗତ ଭାବରେ ପାଇଖାନା ଟାଙ୍କିକୁ ଓହ୍ଲାଇ କାମ କରାଇବା ଆଇନ ଦୃଷ୍ଟିରୁ ଦଣ୍ଡନୀୟ ଅପରାଧ। ତଥାପି ଏହା ନିରନ୍ତର ଘଟି ଚାଲିଛି। ସ୍ବଚ୍ଛ ଭାରତ ଅଭିଯାନରେ ସଫାଇ କର୍ମଚାରୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ଲାଗି ସେମିତି କିଛି ବିଶେଷ ବ୍ୟବସ୍ଥା ରହିଛି କି? ଏହାର ସିଧା ଉତ୍ତର-ନା’। ସ୍ବଚ୍ଛ ଭାରତ ଅଭିଯାନରେ ପାଇଖାନା ତିଆରି ଉପରେ ବହୁତ ଗୁରୁତ୍ଵ ଦିଆଯାଇଛି, ହେଲେ ଏହାର ସଫେଇ ଓ ଏହାକୁ ସଫା ରଖିବାର ବିକଳ୍ପ ଉପାୟ ବିଷୟରେ ବିଶେଷ ଚିନ୍ତନ ନାହିଁ। ଦେଶର ବିଭିନ୍ନ ପୌର ପାଳିକାରେ କାମ କରୁଥିବା ସଫେଇ କର୍ମଚାରୀଙ୍କ ଜୀବନ ଓ ଜୀବିକା ଯେ କେତେ ଦୁର୍ବିସହ ସେ ପ୍ରସଙ୍ଗରେ ଆମର ରାଜନୈତିକ ଆଲୋଚନା ପ୍ରାୟ ନାହିଁ କହିଲେ ଚଳେ।

ଜଣେ ନାଗରିକ ଭାବରେ ମୁଁ ଯେତେବେଳେ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇବାକୁ  ଯାଏ, ମୋତେ ସ୍ବଚ୍ଛ ଭାରତ ଲାଗି ସେସ ଗଣିବାକୁ ପଡେ। ହେଲେ ମୋ ପଇସାରେ ମୋ ଦେଶର ପାଇଖାନା ଟାଙ୍କି ସଫା କରୁଥିବା ଲୋକଟି କିଛି ଲାଭ ପାଏ କି? ସ୍ବଚ୍ଛ ଭାରତର ପ୍ରଚାର ପ୍ରସାର ଲାଗି ଯେତେ ଟଙ୍କା ଖର୍ଚ୍ଚ ହେଉଛି, ତାର କାଣିଚାଏ ସଫାଇ କର୍ମଚାରୀଙ୍କୁ ମିଳିଲେ ତାଙ୍କର ଜୀବନ ଧାରଣର ମାନ ବଦଳି ଯାଆନ୍ତା। ୨୦୧୭-୧୮ରେ ଭାରତ ସରକାର ସ୍ବଚ୍ଛ ଭାରତ ଅଭିଯାନ ଲାଗି ୧୯,୨୪୮ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ୧୦୧୮-୧୯ ରେ ଏହା ୧୭,୮୪୩ କୋଟି ଟଙ୍କା ରହିଛି। ଚଳିତ ବର୍ଷ ୧୭,୭୪୩ କୋଟିରୁ ୧୫,୩୪୩ କୋଟି ଟଙ୍କା କେବଳ ଗ୍ରାମାଞ୍ଚଳରେ ପାଇଖାନା ତିଆରି ଲାଗି ବ୍ୟୟ କରାଯିବ। ତେବେ ପାଇଖାନା ସଫେଇ ଓ ସଫେଇ କର୍ମଚାରୀଙ୍କ ଜୀବନ ଓ ଜୀବିକା ବିଷୟରେ ସ୍ଵଚ୍ଛତା ମିଶନରେ କୌଣସି ବିଶେଷ ଉଲ୍ଲେଖ ନାହିଁ। ଦଶ ବର୍ଷରେ ୧୮୦୦ ସଫେଇ କର୍ମଚାରୀ କେବଳ ପାଇଖାନା ଟାଙ୍କିରେ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ଆମେ ସ୍ଵଚ୍ଛତା ଅଭିଯାନର ଅବୈଧ ସହୀଦ  ବୋଲି କହିପାରିବା। ହେଲେ ଏମାନଙ୍କ ମୃତ୍ୟୁରେ ନବ ଭାରତର କୌଣସି ଦୁଃଖ ନାହିଁ କି ସମବେଦନା ବି ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

EPF ରେ ବଡ଼ ବୃଦ୍ଧି: 6,857 ଟଙ୍କା ପରିବର୍ତ୍ତେ 11,429 ଟଙ୍କା ହେବ ପେନସନ, ଜାଣନ୍ତୁ ଗଣିତ

September 16, 2026

ସେପ୍ଟେମ୍ବର ୧୭ରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

September 16, 2026

ସମ୍ବଲପୁରରୁ ପାଣିପାଗ ଉପରେ ନଜର ରଖିବ ‘ମେକ୍ ଇନ୍ ଇଣ୍ଡିଆ’ ଡପ୍‌ଲର ରାଡାର୍

September 16, 2026
Latest News

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026

୧୦୦ ମେଟ୍ରିକ୍ ଟନ୍ ପଣ୍ୟ ଅନ୍‌ଲୋଡିଂରେ ଦେଶର ପ୍ରଥମ ରେଳପଥ ଜୋନ୍ ହେଲା ପୂର୍ବତଟ ରେଳପଥ

September 16, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ସମୀକ୍ଷା

September 16, 2026

ଆଇଟିଇଆରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭଲିବଲ କୋର୍ଟ ଉଦ୍‌ଘାଟିତ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.