Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ମୁଜାଫରପୁରର ସନ୍ତାନହରା ମାମାନଙ୍କ କାନ୍ଦ ଯେତେବେଳେ ହଜିଯାଏ କ୍ରିକେଟର କଳରୋଳରେ!!
ମତାମତ

ମୁଜାଫରପୁରର ସନ୍ତାନହରା ମାମାନଙ୍କ କାନ୍ଦ ଯେତେବେଳେ ହଜିଯାଏ କ୍ରିକେଟର କଳରୋଳରେ!!

June 21, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
bihar child death
bihar child death

ଜ୍ୟୋତି ନନ୍ଦ

ଥାଇଲାଣ୍ଡ ର ଗୋଟିଏ ଗୁମ୍ଫାରେ ୧୨ ଜଣ ବାଳକ ଅଟକି ରହିଥିଲେ।ଆଉ ସେମାନଙ୍କର ଉଦ୍ଧାର ପାଇଁ ଥାଇଲାଣ୍ଡ ସରକାର କହିବାକୁ ଗଲେ ଆକାଶପାତାଳ ଏକ କରିଦେଇଥିଲା। ଗୁମ୍ଫା ଭିତରେ ପାଣି ଭରିରହିଥିବାରୁ ପୃଥିବୀ ର ସବୁଠୁ ଦକ୍ଷ ବୁଡାଳି ମାନଙ୍କୁ ଆଣି କୋଟି କୋଟି ଟଙ୍କା ବିନିମୟରେ ସେମାନଙ୍କୁ ପରିଶେଷରେ ଉଦ୍ଧାର କରାଯାଇଥିଲା।

ଏହା ଥାଇଲାଣ୍ଡ ଭଳି ଗୋଟିଏ ଛୋଟ ଦେଶର କଥା।ଛୋଟଦେଶରେ ସଂଭବତଃ ଗୋଟିଏ ଗୋଟିଏ ଜୀବନ ଅଧିକ ମୂଲ୍ୟବାନ।

ଆମର ଦେଶ ବିରାଟ ଦେଶ।ତେଣୁ ଏଠି ସବୁ କାମ ବିରାଟ ।ଏଠି ଷାଠିଏ ହଜାର କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୁଏ।ଆମର ସେଥିରେ ଅପାର ଆନନ୍ଦ।ଆମେ ବିଜୟୀ।

କିନ୍ତୁ ଗୋଟିଏ ବେମାରୀ ହଠାତ୍ ୧୧୪ ଜଣ ଶିଶୁଙ୍କୁ ପୋଛିନିଏ ଆଉ ଆମେ ବା ଆମ ସରକାର ଯେହେତୁ ବିରାଟ ଦେଶର ସରକାର ତେଣୁ ବିଭିନ୍ନ ବିରାଟ କାମରେ ଲାଗିଥାଉ ଏବଂ ଏହି ସବୁ ଶିଶୁ ମୃତ୍ୟୁ ଭଳି ଛୋଟଛୋଟ କାମରେ ଆମେ ମୁଣ୍ଡ ଖେଳାଇବୁ କାହିଁକି ?

ମୁଜାଫରପୁରର ମୃତ ଶିଶୁ ମାନେ ଆମର ସଂପର୍କୀୟ ନୁହଁନ୍ତି ତେଣୁ ଏଇ ଘଟଣା ଆମକୁ ବାଧିବ କାହିଁକି ?ଆମେ କ୍ରିକେଟ୍ ମ୍ୟାଚ୍ ର ୱିକେଟ୍ ଗଣିବା ଆଉ ସଂସଦରେ ଜୟ ଶ୍ରୀରାମ କି ଭାରତମାତାକୀ ଜୟ ଧ୍ୱନୀ ଦେଉଥିବା।ତାହା ଆମର ପ୍ରାଥମିକ କାର୍ଯ୍ୟ।

ଏନସେଫାଲାଟାଇଟିସ୍ ବୋଲି ଯେଉଁ ରୋଗଟି ଏଇ ଶିଶୁ ମରଣର କାରକ ସେଇଟି ହେଲେ ଗୋଟିଏ ମୁସଲମାନ ବ୍ୟାଧି ହୋଇଥାନ୍ତା ଯେମିତି ପଶ୍ଚିମବଙ୍ଗରେ ସେଦିନ ସେହି ଜୁନିଅର ଡାକ୍ତରଙ୍କୁ ପିଟିପିଟି ଅଧମରା କରିଥିବା ରୋଗୀର ଆତ୍ମୀୟଙ୍କ ଭଳି ମୁସଲମାନ ,ତେବେ ସମ୍ଭବତଃ ଗୋଟିଏ ଭାରତବ୍ୟାପୀ ପ୍ରତିକ୍ରିୟା ହୋଇଥାନ୍ତା।ମାତ୍ର ଆମର ଏଇ ରୋଗଟି କୁ ମୁସଲମାନ ରୋଗ ବୋଲି କୁହାଯାଇ ପାରୁନାହିଁ।ବଡ ଦୁଃଖର କଥା।ହିନ୍ଦୁ-ମୁସଲମାନ କଥା ଉଠାଯାଇପାରୁନଥିବା କାରଣରୁ ସବୁ ପ୍ରଚାରତନ୍ତ୍ର ଏବେ ଚୁପ୍।

ପ୍ରଚାରତନ୍ତ୍ରରେ ସବୁବେଳେ ହିନ୍ଦୁ-ମୁସଲମାନ ଖୋଜୁଥିବା ସେଇ ସୁନ୍ଦରୀ ଆଉ ଅହଙ୍କାରୀ ସାମ୍ବାଦିକା ଜଣକ ସିଧାସଳଖ ଆଇସିୟୁ କୁ ଯାଇ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଧମକଚମକ ଦେବା ଘଟଣାରେ ଯେହେତୁ କୌଣସି ହିନ୍ଦୁ-ମୁସଲମାନ ପ୍ରସଂଗ ନାହିଁ ତେଣୁ ଆମର ଡାକ୍ତର ମାନଙ୍କର ଯେଉଁ ଭାରତୀୟ ମେଡିକାଲ୍ ଆସୋସିଏସନ୍ ବୋଲି ସଂସ୍ଥା ଅଛି ତାହା ଚୁପ୍ ହୋଇ ବସିବା ସ୍ୱାଭାବିକ।କାରଣ ସେହି ପ୍ରଭାବଶାଳୀ ସାମ୍ବାଦିକା ଙ୍କର ରୂପର ଅହଙ୍କାର ଅଛି ଆଉ ରାଜନୈତିକ ଛତ୍ରଛାୟାର ଅହଙ୍କାର ଅଛି।ତେଣୁ ସେ ଯେକୌଣସି ଆଇ ସିୟୁ ଭିତରକୁ କ୍ୟାମେରା ସହ ଅନୁପ୍ରବେଶ କରି ସେଠାରେ ଥିବା ଜୁନିଅର ଡାକ୍ତର ମାନଙ୍କୁ ଅତ୍ୟନ୍ତ ଉଗ୍ରଭାଷାରେ ଧମକଚମକ ଦେବାରେ ଡାକ୍ତର ମାନଙ୍କର କୌଣସି ଅପମାନ ହୋଇଛି ବୋଲି ତାଙ୍କର ସଂଘ ମନେ କରୁନାହିଁ।

ସେହି ରୂପବତୀ ଓ ଊଗ୍ରବାଦିନୀ ଙ୍କୁ କ୍ଷମା ପ୍ରାର୍ଥନା ମାଗିବାର ସାହସ କାହାର ଅଛି?

କିଛିଦିନ ତଳେ ପେଷାରେ ଜଣେ ଡାକ୍ତର ଏବଂ ପରେ ଜଣେ କବି ଓ ଲେଖିକା ଯିଏ ତାଙ୍କର ବାମାବାଦ ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ,ତସଲିମା ନାସରିନ୍ ସେ ନିକଟରେ ଏକ ମନ୍ତବ୍ୟ ଦେଇଛନ୍ତି ଯେ ଯେଉଁମାନେ ଡାଇବେଟିସ୍ ,ହୃଦରୋଗ ଆଉ କାନସର୍ ଭଳି ବ୍ୟାଧିରେ ପୀଡିତ ଅଛନ୍ତି ସେମାନଙ୍କର ସନ୍ତାନ ଜନ୍ମରେ ଅଧିକାର ରହିବା ଉଚିତ୍ ନୁହଁ।କାରଣ ସେମାନେ ପରବର୍ତ୍ତି ପ୍ରଜନ୍ମକୁ ବ୍ୟାଧିଗ୍ରସ୍ତ କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ରଖିବା ଦରକାର।

ତସଲିମାଙ୍କ ର ଏହି ପ୍ରସଂଗଟି ଏକ ଭିନ୍ନ ପ୍ରସଂଗ।ତାହା ଉପରେ ପରେ କେବେ ବିସ୍ତୃତ ଚର୍ଚ୍ଚା କରାଯାଇପାରେ।ଏଠାରେ ତାଙ୍କୁ ଉଦ୍ଧୃତ କରିବାର କେବଳ ଗୋଟିଏ ଲକ୍ଷ୍ୟ ରହିଛି।ଆମର ସଂସଦ ଆମର ନିର୍ବାଚନ ଆଉ ଆମର ଯାବତୀୟ ଆନନ୍ଦ କୁ ନିରୁପଦ୍ରବରେ ବଳବତ୍ତର କରି ରଖିବାକୁ ଅର୍ଥାତ୍ ପରବର୍ତ୍ତି ପ୍ରଜନ୍ମକୁ ଏନସେଫାଲିଟିସ୍ ବ୍ୟାଧିଗ୍ରସ୍ତ ନକରିବା ପାଇଁ ସମସ୍ତ ଦରିଦ୍ର ମାନଙ୍କର ସନ୍ତାନ ଜନ୍ମ ଉପରେ ପ୍ରତିବଂଧ ଲଗାଯିବା ଆବଶ୍ୟକ।

ଏଇଟି କେବଳ ମୁଜାଫରପୁର୍ ନୁହଁ ,ପୂରା ଦେଶ ପାଇଁ ପ୍ରଯୁଜ୍ୟ ଯାହା ଫଳରେ ଆମେ ଆରାମ ରେ ଆମ ଟିଭି ସାମ୍ନାରେ ବସି କ୍ରିକେଟ୍ ମ୍ୟାଚ୍ ର ଛକ୍କା ଉପଭୋଗ କରିପାରିବୁ।

celebration cricket thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ବିଜେପି ସରକାର ରିପିଟ୍ କରିବା ନେଇ ଗୁରୁମନ୍ତ୍ର

September 6, 2026

ଜେଏନୟୁ ପ୍ରଫେସରଙ୍କ ବିରୋଧରେ ୧୧ ଛାତ୍ରୀଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ: ICC ତଦନ୍ତ ଆରମ୍ଭ

September 6, 2026

ଉପ-କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ: ପରିବାର ଲୋକଙ୍କ ତଦନ୍ତ ଦାବି

September 6, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‌ଘାଟିତ, ପ୍ରସିଦ୍ଧ କଣ୍ଠଶିଳ୍ପୀ ଶୁଭା ମୁଦଗଲ ଦର୍ଶକଙ୍କୁ କଲେ ମନ୍ତ୍ରମୁଗ୍ଧ

September 6, 2026
Latest News

ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖୁଥିବାବେଳେ ଅଘଟଣ: ବଜ୍ରପାତରେ ନାବାଳକ ମୃତ

September 6, 2026

ଚଳନ୍ତା କାରରେ ହଠାତ୍‌ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

September 6, 2026

ଦୁର୍ଘଟଣାରେ ଗୋଟିଏ ପରିବାର ୧୧ଜଣ ଆହତ

September 6, 2026

ରାଜ୍ୟରେ ବିଜେପି ସରକାର ରିପିଟ୍ କରିବା ନେଇ ଗୁରୁମନ୍ତ୍ର

September 6, 2026

ସ୍ୱତନ୍ତ୍ର ପଣ୍ୟ ପରିବହନ କରିଡର: ଲାଭବାନ ହେବ ଓଡ଼ିଶା 

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.