Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଯମରାଜାଙ୍କ ଲୁଣ ଥେରାପି ଓ ଦୋ- ଅକ୍ଷରୀ ପ୍ରିୟ ବୁଦ୍ଧିଜୀବି
ମତାମତ

ଯମରାଜାଙ୍କ ଲୁଣ ଥେରାପି ଓ ଦୋ- ଅକ୍ଷରୀ ପ୍ରିୟ ବୁଦ୍ଧିଜୀବି

December 9, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଶାଗ୍ର

ଯମରାଜଙ୍କୁ ଏମିତି ବେଶରେ କେହି କେବେ ଦେଖିନଥିବେ!

ଅବଶ୍ୟ ପୁରୁଣା ସଂସ୍କୃତରେ ବୈଦ୍ୟରାଜ ନମସ୍ତୁଭ୍ୟମ ଯମରାଜାଃ ସହୋଦର ବୋଲି କୁହାଯାଇଛି। ବୈଦ୍ୟ ବା ଡାକ୍ତର ଯମରାଜାଙ୍କ ସାକ୍ଷାତ ସାନଭାଇ, କାରଣ ଯମରାଜ କେବଳ ଜୀବନ ନେଉଥିବାବେଳେ,ବୈଦ୍ୟରାଜ ଉଭୟ ଧନ ଓ ଜୀବନ ନେଇଯାଆନ୍ତି। ଆଜ୍ଞା, ଏକଥା ଆମେ କହିନାହୁଁ, ଆମେ କେବଳ ଗୋଟେ ପୁରୁଣା ସଂସ୍କୃତ ଶ୍ଳୋକର ଅନୁବାଦ କରିଛୁ ମାତ୍ର। ତେଣୁ ଯଦି ମାନହାନୀ ମକଦ୍ଦମା କରିବାର ଥାଏ,ତାହେଲେ ଆପଣ ସେ ସଂସ୍କୃତ ପଣ୍ଡିତଙ୍କ ନାମରେ କରିପାରନ୍ତି।

ହଁ, ଏବେ ଏ ନୂଆ ଯମରାଜାଙ୍କ ପାଖକୁ ଆସିବା। ଏତେ ସୌମ୍ୟଦର୍ଶୀ ଯମରାଜ କେହି କେବେ ଦେଖିନଥିବେ! ଏ ବାବୁ ବୃତ୍ତିରେ ଡାକ୍ତର, ଭଲ ପଦବୀରେ ଅଛନ୍ତି, ନିଜ ମାଁ ଓ ମାଟିର ସେବା ଲାଗି ଭଲ ସୁଯୋଗ ପାଇଛନ୍ତି। ହେଲେ ଅସଲରେ କରୁଛନ୍ତି କଣ?

ଅପରେସନ ଥିଏଟର ଭିତରେ ଟାଟା ଲୁଣର ପୁଡିଆ ନେଇ ଲୁଣ ଭିତରେ ଯେ ମାରକ ଗୁଣ ରହିଛି ଏକଥା ଏ ନୂଆ ଯମରାଜ ପ୍ରମାଣ କରିଛନ୍ତି। ଅଦ୍ଭୁତ ଦେଶ ଆମର। ଏଠି ଗୋଟେ ନାମଜାଦା ମେଡିକାଲ କଲେଜର ନିର୍ଦ୍ଦେଶକ ଲୁଣ ଚିକିତ୍ସା କରୁଛନ୍ତି।

ଏ ଚିକିତ୍ସା କେତେଦୂର ବିଜ୍ଞାନ ସମ୍ମତ ତାହା କେବଳ ଭଗବାନ ଜାଣନ୍ତି। କିନ୍ତୁ ଆୟୁର୍ବିଜ୍ଞାନର ବିଶେଷଜ୍ଞ କହୁଛନ୍ତି- ଏଇଟା ଅମାନବୀୟ।

ମଜାର କଥା ହେଉଛି, ଡାକ୍ତର ଜଣକ ରୋଗୀ ମାନଙ୍କୁ ଗିନିଆ ପିଗ ବୋଲି ଭାବୁଛି। ଡାଇସେକ୍ସନ ଟେବୁଲ ରେ ନୂଆ ପ୍ରାଣୀ ବିଜ୍ଞାନର ଛାତ୍ର ଛାତ୍ରୀ ଯେମିତି ବେଙ୍ଗକୁ କଟାବଛା କରନ୍ତି, ଏ ବାବୁ ଜିଅନ୍ତା ମଣିଷକୁ ସେମିତି କରୁଛନ୍ତି। ଅବଶ୍ୟ ସର୍ଜରୀ ବୋଇଲେ ତ ସେଇଆ। କିନ୍ତୁ ସର୍ଜରୀ ରେ ମଣିଷ ଦେହରେ ମୁଠା ମୁଠା ଲୁଣ ପୂରେଇବ, ଇଏ କି ଥେରାପି? ରୋଗୀ ମଦ କାହିଁକି ପିଇଲା ବୋଲି କହି ତାକୁ ଲଣ୍ଡା କରିବ, ଏଟା କି ପ୍ରକାର ଡାକ୍ତରୀ  ?

କଥା ଓ କାମରେ ଏ ବାବୁ ଜଣେ କୁନି ହିଟଲର ମନେ ହେଉଛନ୍ତି। ବିଚିତ୍ର ଯୁକ୍ତି ଓ ଅଦ୍ଭୁତ ପରିଚାଳନା।

ହେଲେ ସବୁଠୁ ଚକିତ କଲାଭଳି କଥା ଘଟୁଛି, ଏ ବାବୁଙ୍କ ପଛରେ ଠିଆ ହୋଇଥିବା ଦଳେ ବୁଦ୍ଧିଜୀବି ଓ ସାମ୍ବାଦିକଙ୍କ କ୍ଷେତ୍ରରେ। ବାବୁଙ୍କ ସମର୍ଥନରେ ବୁଦ୍ଧିଜୀବୀମାନେ କଞ୍ଚା ଦୋକ୍ଷରୀର  ଦୋକାନ ଖୋଲି ବସିଛନ୍ତି। ଗୋଟେ ଭିଡିଓ କ୍ଲିପ ରେ ଆମେ ଦେଖିଲୁ, ଦୁଇଜଣ ବରିଷ୍ଠ ସାମ୍ବାଦିକ ସର୍ବସାଧାରଣରେ ଯେତେ ପ୍ରକାର ଦୋ ଅକ୍ଷରି କହିଚାଲିଛନ୍ତି।

କଥାଟି ବୁଝି ହୋଇଯାଇଥିବ ନିଶ୍ଚୟ। ଆମେ ବୁର୍ଲା ସ୍ଥିତ ଭିମସାର ଓ ଏହାର ବିଚିତ୍ରକର୍ମା ନିର୍ଦ୍ଦେଶକଙ୍କ କଥା କହୁଛୁ। ଏ ବାବୁଙ୍କୁ ଦେଖିଲା ପରେ, ଡାକ୍ତରୀ ବିଦ୍ୟା ପ୍ରତି ଜଣେ ସାଧାରଣ ରୋଗୀର ଭରସା ତୁଟିଯିବ। ଅଥଚ ୟାଙ୍କ ପଛରେ କିଛି ଲୋକ ଜିନ୍ଦାବାଦ କରୁଛନ୍ତି, ସେଟା ଇ କିମାଶ୍ଚର୍ୟମ!!

 

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Latest News

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026

ଜେଲରୁ ମୁକ୍ତ ହେବେ ସୋନମ ୱାଙ୍ଗଚୁକ: ଲଦାଖ ହିଂସା ଉପରେ ମୋଦି ସରକାରଙ୍କ ନିଷ୍ପତ୍ତି

March 14, 2026

ବଡ଼ ପରିବର୍ତ୍ତନ ଆଣିଲା CBSE: ଏବେ କପି କରି ଧାରା ହେଲେ ପାସ୍ ହେବା ଅସମ୍ଭବ

March 14, 2026

“ପ୍ରକୃତ ପରୀକ୍ଷା ଆସିବା ବାକି ଅଛି”: ସୌରଭ ଗାଙ୍ଗୁଲିଙ୍କ ଗୌତମ ଗମ୍ଭୀରଙ୍କୁ ସ୍ପଷ୍ଟ ଚେତାବନୀ

March 14, 2026

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.