Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ବାସ୍ତୁ ଶାସ୍ତ୍ର ଅନୁସାରେ ମାଷ୍ଟର ବେଡ ରୁମଟି କେଉଁ ଦିଗରେ ରହିଲେ ତାହା ପରିବାର ପାଇଁ ଶୁଭକର ହୋଇଥାଏ। ଆସନ୍ତୁ ସେ ସଂପର୍କରେ ଜାଣିବା 10ଟି ମୁଖ୍ୟ ବାସ୍ତୁ ଟିପ୍ସ
ମତାମତ

ବାସ୍ତୁ ଶାସ୍ତ୍ର ଅନୁସାରେ ମାଷ୍ଟର ବେଡ ରୁମଟି କେଉଁ ଦିଗରେ ରହିଲେ ତାହା ପରିବାର ପାଇଁ ଶୁଭକର ହୋଇଥାଏ। ଆସନ୍ତୁ ସେ ସଂପର୍କରେ ଜାଣିବା 10ଟି ମୁଖ୍ୟ ବାସ୍ତୁ ଟିପ୍ସ

July 8, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ମାଷ୍ଟର ବେଡ ରୁମଟି କେଉଁ ଦିଗରେ ରହିଲେ ତାହା ଘର ଓ ପରିବାର ପାଇଁ ଶୁଭକର ହୋଇଥାଏ। ଆସନ୍ତୁ ସେ ସଂପର୍କରେ ଜାଣିବା 10ଟି ମୁଖ୍ୟ ବାସ୍ତୁ ଟିପ୍ସ
ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ମାଷ୍ଟର ବେଡ ରୁମଟି କେଉଁ ଦିଗରେ ରହିଲେ ତାହା ଘର ଓ ପରିବାର ପାଇଁ ଶୁଭକର ହୋଇଥାଏ। ଆସନ୍ତୁ ସେ ସଂପର୍କରେ ଜାଣିବା 10ଟି ମୁଖ୍ୟ ବାସ୍ତୁ ଟିପ୍ସ

ଚକ୍ରଧର ବିଶ୍ବଶ୍ରୀ

ସାଧାରଣତଃ ଘରଟିଏ ନିର୍ମାଣ କରିବା ପୂର୍ବରୁ ସମସ୍ତେ ବାସ୍ତୁ ଶାସ୍ତ୍ର ଉପରେ ନଜର ଦେବା ଉଚିତ। କାରଣ ବାସ୍ତୁ ଅନୁସାରେ ଘରଟିଏ ନ କଲେ ଘର ଉପରେ ବିପଦ ପଡିବାର ସମ୍ଭାବନା ରହିଛି। ଏପରିକି ଘରର ଲୋକଙ୍କୁ ଉନ୍ନତି ନ ହେବା ସଙ୍ଗେ ରୋଗ ସବୁବେଳେ ମାଡି ବସିଥାଏ। ଏପରିକି ଅକାଳ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ଘରର ମାଷ୍ଟର ବେଡ ରୁମ କୁହନ୍ତୁ କିମ୍ବା ରୋଷେଇ ଘର, ଏସବୁ କେଉଁ ଦିଗରେ ରହିବା ଉଚିତ ତାହା ହଜାର ବର୍ଷ ପୁରୁଣା ବାସ୍ତୁ ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି। ଅନେକ ଏହାକୁ ହେୟଜ୍ଞାନ କରୁଥିଲେ ମଧ୍ୟ ଏଥିରେ ଅନେକ ସତ୍ୟତା ରହିଛି। ଯେଉଁମାନେ ଏପରି କଥାକୁ ବିଶ୍ବାସ କରନ୍ତି ନାହିଁ ସେମାନେ ଅନ୍ତତଃ ଜାଣିବା ଦରକାର ଯେ, ବାସ୍ତୁରେ ଲାଭ ନ ହେଲେ ମଧ୍ୟ କିଛି କ୍ଷତି ହେଉ ନାହିଁ। ତେଣୁ ଏହି ଶାସ୍ତ୍ର ଅନୁସାରେ ଘରଟିଏ କରିବାରେ ଅସୁବିଧା କେଉଁଠି ରହିଲା। ଆସନ୍ତୁ ଘର ପାଇଁ ଜାଣିବା ବାସ୍ତୁ ଶାସ୍ତ୍ରରେ ଥିବା କେତୋଟି ନିୟମ।

1-ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମାଷ୍ଟର ବେଡରୁମ ବା ମୁଖ୍ୟ ଶୋଇବା ଘରଟି ଘରର ଦକ୍ଷିଣ ପଶ୍ଚିମ ଦିଗ କୋଣରେ ହେବା ଆବଶ୍ୟକ।

2-ମାଷ୍ଟର ବେଡରୁମଟି ସବୁ ରୁମଠାରୁ ଆକାରରେ ବଡ ହେବା ଆବଶ୍ୟକ।

3-ଯଦି ଘରଟି ଦୁଇ କିମ୍ବା ତିନି ମହଲା ହୋଇଛି ତେବେ ମାଷ୍ଟର ବେଡରୁମଟି ସବା ଉପର ମହଲାର ଦକ୍ଷିଣ ପଶ୍ଚିମ କୋଣରେ ରହିବ।

4-ମାଷ୍ଟର ବେଡରୁମରେ ଖଟଟି ଦକ୍ଷିଣ କିମ୍ବା ପଶ୍ଚିମ କାନ୍ଥକୁ ଲାଗି ପଡିବା ଦରକାର, ଯେପରି ଖଟରେ ଶୋଇଲେ ମୁଣ୍ଡଟି ଦକ୍ଷିଣ କିମ୍ବା ପଶ୍ଚିମ ପଟକୁ ଏବଂ ଗୋଡ ପୂର୍ବ କିମ୍ବା ଉତ୍ତରକୁ ରହିବ।

5-ଖଟ କିମ୍ବା ପଲଙ୍କକୁ କୌଣସି କୋଣିଆ କରି ରଖିବା ଠିକ୍ ନୁହେଁ।

6-ବାସ୍ତୁ ଶାସ୍ତ୍ର ଅନୁସାରେ ମାଷ୍ଟର ବେଡରୁମ ବା ମୁଖ୍ୟ ଶୋଇବା ଘରେ କେବଳ ବିବାହିତ ଲୋକେ ରହିବା ଉଚିତ।

7-ମାଷ୍ଟର ବେଡରୁମର ସଂଲଗ୍ନ ବାଥରୁମ କିମ୍ବା ଚେଜିଂରୁମ ଯଦି କରିବା ପାଇଁ ଚାହାଁନ୍ତି ତେବେ ତାହା ପଶ୍ଚିମ କିମ୍ବା ଉତ୍ତର ଦିଗରେ କରିବା ଆବଶ୍ୟକ।

8-ବାଥରୁମର ମୁହଁଟି କେବେ ହେଲେ ବେଡରୁମ ଆଡକୁ ରହିବ ନାହିଁ ଏବଂ ଏହା ସବୁବେଳେ ବନ୍ଦ ରହିବା ଆବଶ୍ୟକ

9-ବେଡରୁମର ଆଲମିରା କିମ୍ବା ଆଲଣା ଜାତୀୟ ଜିନିଷ ରଖିବାକୁ ହେଲେ ତାହା ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରହିବା ଆବଶ୍ୟକ

10- ବେଡରୁମରେ ଦର୍ପଣ ନ ଥିବା ଡ୍ରେସିଂ ଟେବୁଲ ରଖନ୍ତୁ, ଯଦି ଦର୍ପଣ ଯୁକ୍ତ ଡ୍ରେସିଂ ଟେବୁଲ ରହିଛି ତେବେ ଶୋଇବା ବେଳେ ତାହାକୁ ସଂପୁର୍ଣ୍ଣ ଢାଙ୍କି ଦିଅନ୍ତୁ,ଯେପରେ ଦେହର କୌଣସି ଅଂଶ ଶୋଇବା ବେଳେ ଦର୍ପଣରେ ପ୍ରତିଫଳିତ ନ ହୁଏ।

Share. Facebook Twitter LinkedIn Email WhatsApp Copy Link

Related Posts

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026

ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

June 19, 2026

ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

June 18, 2026
Latest News

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026

୫୬ ବର୍ଷର ହେଲେ ରାହୁଲ ଗାନ୍ଧୀ: ଜନ୍ମଦିନର ବିଶେଷ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ ମୋଦୀ 

June 19, 2026

ବ୍ରହ୍ମପୁର: ଜୁନ ୨୧ ରେ ଭବ୍ୟ ସମାରୋହରେରେ ପାଳିତ ହେବ “ବିଶ୍ୱ ଯୋଗ ଦିବସ – ୨୦୨୬”

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.