Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ମାନ୍ୟବର ସୁପ୍ରିମ କୋର୍ଟ ଏମିତି ଛୋଟ ଛୋଟ ଭୁଲ କରିବା ନିହାତି ଦରକାର ଥିଲା, ନଚେତ ସତ୍ୟ ଜାଣିବାରୁ ଆମେ ବଞ୍ଚିତ ହୋଇଥାନ୍ତୁ !!
ମତାମତ

ମାନ୍ୟବର ସୁପ୍ରିମ କୋର୍ଟ ଏମିତି ଛୋଟ ଛୋଟ ଭୁଲ କରିବା ନିହାତି ଦରକାର ଥିଲା, ନଚେତ ସତ୍ୟ ଜାଣିବାରୁ ଆମେ ବଞ୍ଚିତ ହୋଇଥାନ୍ତୁ !!

December 16, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଭୁଲ କରନ୍ତି। ଇଂରାଜୀରେ ଗୋଟେ କଥା ଅଛି, to err is human, ମାନେ ଭୁଲ କରିବା ଗୋଟେ ମାନବୀୟ ଗୁଣ। ଯେତେ ଧର୍ମାବତାର ହେଲେ ମଧ୍ୟ ବିଚାରପତିମାନେ ମଣିଷ। ସେମାନେ ଭୁଲ କରିବା ସ୍ଵାଭାବିକ। ତେବେ ଅଦାଲତଙ୍କ ଭୁଲ ଯଦି ଦେଶର ରାଜନୈତିକ ଅବହାୱାକୁ ବଦଳାଇ ଦିଏ, ତାହେଲେ ସେ ପ୍ରକାର ଭୁଲ ପ୍ରତି ଅଦାଲତ ଅଧିକ ସତର୍କ ରହିବା ଉଚିତ ହୁଅନ୍ତା। ଦେଶର ରାଜନୈତିକ ନୈତିକତା ସହ ଜଡିତ ରାଫାଲେ ସଉଦା ପ୍ରସଙ୍ଗରେ ଗତକାଲି ଯେତେବେଳେ ସୁପ୍ରିମ କୋର୍ଟଙ୍କ ରାୟ ଆସିଲା, ତାକୁ ନେଇ ଶାସକ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ ଆଶ୍ଵସ୍ତ ହୋଇଗଲେ। ତାଙ୍କୁ ଲାଗିଲା, ଦେଶର ସର୍ବୋଚ୍ଚ ଅଦାଲତ ଏବେ ସବୁ ରଫାଦଫା କରିଦେଲେ। ରାଫାଲେ ଯୁଦ୍ଧ ବିମାନ କିଣା ପ୍ରସଙ୍ଗରେ କୌଣସି ଦୁର୍ନୀତି ହୋଇନାହିଁ, କିମ୍ବା ଅଫସେଟ ପାର୍ଟନର ବାଛିବାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସୁପ୍ରିମ କୋର୍ଟ କହିଲେ। ତେବେ ଏ ରାୟ ଦେବାବେଳେ ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିଶାନ କାଉଲ ଓ କେ.ଏମ.ଯୋଶେଫ ଅନ୍ତତଃ ଏମିତି କିଛି ଭୁଲ ତଥ୍ୟ ରଖିଦେଲେ, ଯାହାକି ଲୋକଙ୍କ ମନରେ ରାଫାଲେ କିଣାକୁ ନେଇ ରହିଥିବା ସନ୍ଦେହ ଆହୁରି ବଢିଗଲା। ସୁପ୍ରିମକୋର୍ଟ ଏଥିରେ କିଛି ଅନିୟମିତତା ନାହିଁ ବୋଲି ଯେତେ କହିଲେ ମଧ୍ୟ, ସାଧାରଣ ଲୋକେ ଏବେ ଏ କଥାକୁ ଆଉ ବିଶ୍ଵାସ କରିବେ ନାହିଁ।

ସୁପ୍ରିମ କୋର୍ଟ ନିଜ ରାୟର ୨୩ ପାରାରେ କହିଛନ୍ତି- କେବଳ ଫ୍ରାନ୍ସ ର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ ହଲାଣ୍ଡେଙ୍କ ବୟାନ ଆଧାରରେ ଏପ୍ରକାର ସନ୍ଦେହ କରାଯାଉଛି। ଏଠି ପ୍ରଶ୍ନ ଉଠୁଛି ହଲାଣ୍ଡେ ନିଜେ ରାଫାଲେ ବିକାକିଣାର ଅନ୍ୟତମ ଅଂଶୀଦାର। ତାଙ୍କ ବୟାନକୁ ଗମ୍ଭୀରତାର ସହ ସୁପ୍ରିମକୋର୍ଟ ନନେବା ପଛରେ କି କାରଣ ରହିଛି, ତାହା ବୁଝା ପଡୁନାହିଁ। ସେହିପରି ୨୫ ପାରାରେ କୁହାଯାଇଛି-  ଏହି କଥା ଇ ସବୁଠୁ ଆଶ୍ଚର୍ୟଜନକ। ସିଏଜି କିମ୍ବା ପିଏସି ଏ ସମ୍ପର୍କରେ କିଛି ଜାଣନ୍ତି ନାହିଁ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। ତେବେ ସୁପ୍ରିମକୋର୍ଟ ଏମିତି ଏକ ଭ୍ରମାତ୍ମକ ତଥ୍ୟ ନିଜ ରାୟରେ ପ୍ରକାଶ କଲେ କେମିତି। ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ କେନ୍ଦ୍ର ସରକାର କହୁଛନ୍ତି, ସୁପ୍ରିମକୋର୍ଟ ତାଙ୍କ ଲେଖା ବୁଝି ପାରିଲେ ନାହିଁ। ଅଦ୍ଭୁତ ଯୁକ୍ତି! ସୁପ୍ରିମକୋର୍ଟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଏକଥା କହୁଥିବା ବେଳେ କେନ୍ଦ୍ର ସରକାର ଏହା ଏକ କିରାଣୀ ଜନିତ ଭୁଲ ବୋଲି କହୁଛନ୍ତି। ଏତେ ବଡ ତଥ୍ୟ ପ୍ରମାଦ ଯଦି କିରାଣୀଙ୍କ ଯୋଗୁଁ ହୋଇଛି ଓ ତାକୁ ଦେଶର ତିନିଜଣ ବରିଷ୍ଠ ବିଚାରପତି ଗ୍ରହଣ କରିଛନ୍ତି, ତାହେଲେ, ଏହାକୁ ଆମେ ଏ ପୃଥିବୀର ସର୍ବଶ୍ରେଷ୍ଠ ଭୁଲ ବୋଲି ମାନିନେବା ଉଚିତ ହେବ।

ସବୁଠୁ ବଡ କଥା ହେଉଛି ରାଫାଲେ ବିକାକିଣା ର ମୂଲ୍ୟ ନିର୍ଦ୍ଧାରଣ ପ୍ରସଙ୍ଗ ବିଚାର କରିବା ସୁପ୍ରିମକୋର୍ଟଙ୍କ କର୍ତ୍ତୃତ୍ଵାଧୀନ ନୁହଁ ବୋଲି କୁହାଯାଇଛି। (It is certainly not the job of this Court to carry out a comparison of the pricing details in matters like the present.  We say no more as the material has to be kept in a confidential domain.) ତାହେଲେ ଏ କ୍ଷେତ୍ରରେ ରହିଥିବା ସନ୍ଦେହର ବିଚାର କେବଳ ସଂସଦ ହିଁ କରିବା ଉଚିତ ହେବ। ପୂର୍ବରୁ ବୋଫୋର୍ସ ପ୍ରସଙ୍ଗରେ ସଂସଦର  ଯୁଗ୍ମ ସଂସଦୀୟ କମିଟି ତଦନ୍ତ କରିଥିଲା। ଆଜି ସେକଥାକୁ ବିଜେପି ସରକାର ଗ୍ରହଣ କରୁନାହାନ୍ତି କାହିଁକି?

ଗତକାଲି ରାଫାଲେ ପ୍ରସଙ୍ଗକୁ ନେଇ ବିଜେପି ଯେତିକି ଉଚ୍ଚୁଳୁଥିଲା, ସୁପ୍ରିମକୋର୍ଟଙ୍କ ଏହି ତ୍ରୁଟି ଯୋଗୁଁ ଆଜି ବିଜେପିର ମୁହଁ ଶୁଖି ଯାଇଛି। ଦେଶର ସାଧାରଣ ନାଗରିକ ଭାବରେ ଆମେ ସୁପ୍ରିମକୋର୍ଟଙ୍କ ଏହି ରାୟ ପାଖରେ ଋଣୀ । ଏ ପ୍ରକାର ଭୁଲ ଯଦି ସୁପ୍ରିମକୋର୍ଟଙ୍କ ରାୟରେ ନଥାନ୍ତା, ଆମେ ମାନିବାକୁ ବାଧ୍ୟ ହୋଇଥାନ୍ତୁ ଯେ, ରାଫାଲେ ସମ୍ପର୍କରେ କୌଣସି ସନ୍ଦେହ ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ଆସିଲା ପରେ ବରଂ ଏହାକୁ ନେଇ ସନ୍ଦେହ ଢେର ବଢିଯାଇଛି।

ଆମର ମାନ୍ୟବର ବିଚାରପତିମାନେ ଏପ୍ରକାର ଭୁଲ କରିବା, ନାଗରିକ ଭାବରେ ଆମପାଇଁ ବେଶ ହିତକର।  ବିଚାରପତି ଭୁଲ କଲେ ବୋଲି ଆମେ ଜାଣିଲୁ ଯେ ଆମ ସରକାର ଅଦାଲତରେ ମଧ୍ୟ ମିଛ କହିପାରନ୍ତି!! ଅବଶ୍ୟ ସରକାର ନିଜ ମିଛକୁ ବ୍ୟାକରଣଗତ ତ୍ରୁଟି ବୋଲି କହି ଖସିଯିବାକୁ ଚାହୁଁଛନ୍ତି। ତେବେ ସତ ଓ ମିଛର ବ୍ୟାକରଣ କଣ ସେକଥା ଏ ଦେଶର ଜନତା ଭଲ ଭାବରେ ବୁଝନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026
Latest News

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026

ବିଜେପି ସାଂସଦ ସତୀଶ ଗୌତମଙ୍କ ନାମରେ ନକଲି ଆଇଡି: ମହିଳାଙ୍କୁ କରାଯାଉଛି ଟାର୍ଗେଟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.