Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଜୋମାଟୋ ପ୍ରସଙ୍ଗ- ଖାଦ୍ୟ ଖାଇବା ଆଗରୁ ଏବେ ପଚରାହେବ ରାନ୍ଧୁଣିଆ ଓ ପରଷୁଥିବା ଲୋକର ଜାତି ବା ଧର୍ମ କଣ?
ମତାମତ

ଜୋମାଟୋ ପ୍ରସଙ୍ଗ- ଖାଦ୍ୟ ଖାଇବା ଆଗରୁ ଏବେ ପଚରାହେବ ରାନ୍ଧୁଣିଆ ଓ ପରଷୁଥିବା ଲୋକର ଜାତି ବା ଧର୍ମ କଣ?

July 31, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା

ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର । ବିଭିନ୍ନତା ଭିତରେ ଭାରତର ଏକତା ଅଭିନ୍ନ । ଏଠାରେ ବିଭିନ୍ନ ଧର୍ମ, ଭାଷା, ଜାତି ଦେଖିବାକୁ ମିଳେ । କିନ୍ତୁ ଆଜିବି ଆମ ଭିତରେ ଜାତିକୁ ନେଇ ସଂକୀର୍ଣ୍ଣତା ଭରି ରହିଛି । ଜାତି, ଧର୍ମରୁ ଉର୍ଦ୍ଧ୍ବରେ ଆମେ ଭାରତୀୟ ବୋଲି କେବଳ କଥାରେ କହୁଛୁ, ବାସ୍ତବରେ ନୁହେଁ । ନିକଟରେ ଏପରି ଏକ ଘଟଣା ଆମ ନଜରକୁ ଆସିଛି ।

ଅନ୍‌ଲାଇନ୍‌ ଫୁଡ୍‌ ଡେଲଭରି ଓ୍ବେବସାଇଟ୍‌ ଜୋମାଟୋ ପୁଣି ଥରେ ଧର୍ମ ସମ୍ବନ୍ଧୀୟ ଏକ ମାମଲାକୁ ସାମ୍ନାକୁ ଆଣିଛି । ଜଣେ ଗ୍ରାହକ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ । କିନ୍ତୁ ଗ୍ରାହକ ଜଣକ ଖାଦ୍ୟକୁ ଜୋମାଟୋରୁ ଗ୍ରହଣ କଲେ ନାହିଁ, କାରଣ ଜୋମୋଟା ତରଫରୁ ଜଣେ ମୁସଲମାନ ଯୁବକ ଡେଲିଭରି ବୟ ଭାବରେ ଏହି ଖାଦ୍ୟକୁ ଗ୍ରାହକକୁ ନିକଟକୁ ଆଣିଥିଲେ । ତେବେ ଜୋମାଟୋ ଉକ୍ତ ବ୍ୟକ୍ତିକୁ ମଧ୍ୟ କଡ଼ା ଜବାବ ଦେଇଛନ୍ତି । ପ୍ରଥମେ ଜୋମାଟୋ ନିଜ ଟୁଇଟ୍‌ର ଆକାଉଣ୍ଟରେ ଉକ୍ତ ବ୍ୟକ୍ତିକୁ କହିଛନ୍ତି ଯେ, ଖାଦ୍ୟର କୌଣସି ଧର୍ମ ନାହିଁ, କାରଣ ଖାଦ୍ୟ ହିଁ ଶରୀର ଧାରଣର ଧର୍ମ ଅଟେ ।

ପୂର୍ବରୁ ଖାଦ୍ୟ ପ୍ରସ୍ତୁତ କରିବା ବ୍ରାହ୍ମଣମାନଙ୍କର ଏକଚାଟିଆ ଅଧିକାର ରହିଥିଲା । ପ୍ରତ୍ୟେକ ଉତ୍ସବ ତଥା ପର୍ବରେ ବ୍ରାହ୍ମଣମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟକୁ ଅଗ୍ରାଧିକାର ଦିଆଯାଉଥିଲା ।  ଖାଦ୍ୟ ସହିତ ଧର୍ମକୁ ନେଇ ଶ୍ରେଣୀ ବିଭାଜନ ଆମ ସମାଜରେ ରହିଆସିଥିଲା । ଉଚ୍ଚ ବର୍ଗଙ୍କ ହାତରେ ଖାଦ୍ୟ ପ୍ରସ୍ତୁତ ତଥା ପରିବେଷଣକୁ ପ୍ରାଧାନ୍ୟ ଦେବାର ଏକମାତ୍ର କାରଣ ଥିଲା ସାମାଜିକ ରୁଚି ଓ ସ୍ଵାଦ ଉପରେ ଉଚ୍ଚ ବର୍ଗର ନିୟନ୍ତ୍ରଣ । ସାମନ୍ତବାଦୀ ବ୍ୟବସ୍ଥାରେ ରାଜା ଓ ବ୍ରାହ୍ମଣଙ୍କ ଖାଦ୍ୟ ରୁଚି ହିଁ ସମ୍ଭ୍ରାନ୍ତ ବୋଲି ବିବେଚନା କରାଯାଉଥିଲା।

ସମୟ ବଦଳିବା ସହିତ ଏହି କ୍ଷେତ୍ରରେ ପରିବର୍ତ୍ତନ ହେଲା। ବିଭିନ୍ନ ଜାତି ତଥା ଶ୍ରେଣୀର ଲୋକମାନେ ଖାଦ୍ୟ ପ୍ରସ୍ତୁତ କଲେ । ଆଜିର ସମୟରେ ଆମେ ଯେତେବେଳେ କ୍ୟାଟରିଂକୁ ପ୍ରାଧାନ୍ୟ ଦେଉଛୁ, ସେତେବେଳେ ଆମ ରୋଷେୟା ବ୍ରାହ୍ମଣ କି ଅନ୍ୟଜାତି ବା  ମୁସଲମାନ, ସେକଥା ଆଉ ଦେଖୁନାହୁଁ । କେବଳ ଖାଦ୍ୟର ଗୁଣବତ୍ତାକୁ ଦେଖୁଛୁ । ଏବେ ଆମେ ଭାରତୀୟ ଖାଦ୍ୟ ସହିତ ବିଦେଶୀ ଖାଦ୍ୟକୁ ମଧ୍ୟ ସମ ପରିମାଣରେ ପ୍ରାଧାନ୍ୟ ଦେଉଛୁ। ଚାଇନିଜ୍‌, କଣ୍ଟିନେଣ୍ଟାଲ୍‌, ଇଟାଲିଆନ୍‌, ମେକ୍ସିକାନ୍‌, ଜାପାନିଜ୍‌, ଆରବିକ୍‌, ସିଫୁଡ୍‌ ପ୍ରତି ଆମମାନଙ୍କର ବେଶ୍‌ ଦୁର୍ବଳତା ରହୁଛି । ସେହିପରି ଆମେମାନେ ଖାଦ୍ୟ ଚୟନରେ ମଧ୍ୟ ଏବେ ଭିନ୍ନତା ଦେଖୁଛୁ । ବିରିଆନୀ, କବାବ୍‌, କିମା, ଲଛା ପରି ଖାଦ୍ୟକୁ ବେଶ୍‌ ଉପଭୋଗ କରୁଛୁ । ଖାଦ୍ୟକୁ ନେଇ ଗୋଟେ ପ୍ରକାରର ଧାର୍ମିକ ପ୍ରତିବନ୍ଧକ ଆଜିର ସମାଜରେ ନଥିବାବେଳେ ନିକଟରେ ଘଟିଥିବା ଏହି ଘଟଣାଟି ଆମ ଅସୁସ୍ଥ ମାନସିକତାର ପ୍ରମାଣ ଦେଉଛି।

ଭାରତରେ ଥିଲାବାଲା ଓ ନଥିଲାବାଲାଙ୍କ ଭିତରେ ଏକ ବିରାଟ ତାରତମ୍ୟ ରହିଛି । ଗୋଟିଏ ପଟରେ ଖାଦ୍ୟକୁ ଅଯଥା ନଷ୍ଟ କରୁଥିବାବେଳେ ଅପରପକ୍ଷରେ ଖଣ୍ଡିଏ ରୁଟି ପାଇଁ କୁକୁର ସହ ଲଢେଇର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ । ଭାରତରେ ରହିଥିବା ଅର୍ଥନୈତିକ ବୈଷ୍ୟମ କାରଣରୁ ଭାରତରେ ଏକ ତୃତୀୟାଂଶ ଶିଶୁ ଅପପୋଷଣର ଶିକାର ହୋଇଛନ୍ତି ।  ଯେତେବେଳେ ଏଠାରେ ଖାଇବାକୁ ନ ପାଇ ଲୋକେ ଭୋକ ବିକଳରେ ଅଇଁଠା ପତରରୁ ଖାଦ୍ୟ ଖାଉଛି, ସେତେବେଳେ ମଣିଷ ଖାଦ୍ୟ ପାଇଁ ଜାତି ଦେଖିବା ଏକ ରୁଢିବାଦୀ ମାନସିକତା ଓ ଅମାନବୀୟ ଚିନ୍ତାଧାରାର ସଙ୍କେତ ଦେଉଛି।

 

Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026

ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ସମ୍ରାଟ ଚୌଧୁରୀ: ଜେଡିୟୁରୁ ଦୁଇ ଉପମୁଖ୍ୟମନ୍ତ୍ରୀ

April 15, 2026

ବଦଳୁଛି ପଶ୍ଚିମ ଏସିଆ ସ୍ଥିତି: ଦେଶରେ ଜାଳେଣି ଓ ଶକ୍ତି ସୁରକ୍ଷା ପାଇଁ ନିରନ୍ତର ଉଦ୍ୟମ ଜାରି

April 15, 2026
Latest News

ବଦଳିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

April 16, 2026

ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ରାଜନୈତିକ ଅସ୍ଥିରତା: ଉତ୍ତର ବନାମ ଦକ୍ଷିଣ ବିବାଦ

April 15, 2026

ଏଣିକି ନିଜ ଜିଲ୍ଲାରେ ନିଯୁକ୍ତି ମନା

April 15, 2026

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

April 15, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.