Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଓଡିଆ ସିନେମାର ଅନ୍ଧାରୁଆ ଯୁଗ; ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ଓଡିଆ ଚଳଚ୍ଚିତ୍ର ମିଳିଲା ନାହିଁ କି?
ମତାମତ

ଓଡିଆ ସିନେମାର ଅନ୍ଧାରୁଆ ଯୁଗ; ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ଓଡିଆ ଚଳଚ୍ଚିତ୍ର ମିଳିଲା ନାହିଁ କି?

August 9, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ଗତ କିଛି ବର୍ଷ ହେଲା ମୁମ୍ବାଇ ମୁଖ୍ୟଧାରାର ଲୋକପ୍ରିୟ ସିନେମାଗୁଡିକୁ ଜାତୀୟ ପୁରସ୍କାର ମିଳୁଛି। ପୂର୍ବରୁ ଆଞ୍ଚଳିକ ଭାଷାରେ ତିଆରି ହେଉଥିବା ଭିନ୍ନ ରୁଚିର ଓ ବାସ୍ତବତା ଆଧାରିତ ସିନେମା ସବୁ ଜାତୀୟ ପୁରସ୍କାର ପାଉଥିଲେ। ତେବେ ସମୟକ୍ରମେ ବଲିଉଡ ନିଜର ଦୃଷ୍ଟିକୋଣ ବଦଳାଇଛି। ହିନ୍ଦୀ ସିନେମାରେ ବାସ୍ତବଧର୍ମୀ କାହାଣୀ ଓ ଅନେକ ନୂଆ ପ୍ରୟୋଗ ହେଉଛି। ତେଣୁ ହିନ୍ଦୀ ସିନେମା ଏ ପୁରସ୍କାର ପାଇବାରେ କୌଣସି ଅସୁବିଧା ନାହିଁ। କାହାଣୀ, ଟେକନିକ, ଅଭିନୟ ଓ ମୋଟାମୋଟି ଚିତ୍ରଭାଷା ଦୃଷ୍ଟିରୁ “ଅନ୍ଧାଧୁନ” ଏକ ଚମତ୍କାର ସିନେମା ଓ ଏହା ପୁରସ୍କାର ପାଇବାକୁ ଯୋଗ୍ୟ ନିଶ୍ଚୟ। ଜାତୀୟ ପୁରସ୍କାର ସହିତ ହିନ୍ଦୀ ସିନେମାର ସମ୍ପର୍କ ଘନିଷ୍ଠ ହେବାପରେ ଏହି ସିନେମାର ଧାରା ପୂରାପୂରି ବଦଳି ଯାଇଛି। ପୁରୁଣା ଦିନର ଗୀତନାଚ, ମାରପିଟ, ରୋମାଞ୍ଚକର କଲ୍ପନା ଓ ମିଛ ମନୋରଞ୍ଜନର ଯୁଗକୁ ପଛରେ ପକାଇ ହିନ୍ଦୀ ସିନେମା ସଂପୂର୍ଣ୍ଣ ଭାବରେ ନିଜର ନବ କଳେବର କରିଛି। ତେଣୁ ହିନ୍ଦୀ ସିନେମା ଏହି ପୁରସ୍କାର ତାଲିକାରେ ଯଦି ଆଗରେ ରହୁଛି, ତାହେଲେ ତାକୁ ନେଇ ବ୍ୟଥିତ ହେବାର କୌଣସି କାରଣ ନାହିଁ।

ହେଲେ ଜଣେ ଓଡିଆ ଭାବରେ ଏ ତାଲିକା ଦେଖି କେବଳ ମନରେ ହତାଶା ଆସିନାହିଁ, ବରଂ ଛାତି ଫାଟିଗଲା ପରି ଲାଗିଛି। ଜାତୀୟ କଥା ଛାଡନ୍ତୁ, ଓଡିଆ ଭାଷାରେ ମଧ୍ୟ ଶ୍ରେଷ୍ଠ ସିନେମାର ନାମ ଘୋଷଣା ହୋଇନାହିଁ। ଏହାର ଅର୍ଥ କଣ ଏଇଆ ଯେ, ଗୋଟେ ବି ଯୋଗ୍ୟ ଓଡିଆ ସିନେମା ବିଚାରକଙ୍କ ଆଖିରେ ପଡିଲା ନାହିଁ। ଏଥିଲାଗି ଦାୟୀ କିଏ? ଓଡିଆ ଭାଷାରେ ଯେଉଁ ସିନେମା ସବୁ ତିଆରି ହେଉଛି, ସେସବୁକୁ ସିନେମା ବୋଲି କୁହାଯାଇପାରିବ ତ ! ଏ ସମ୍ପର୍କରେ କୌଣସି ଆଲୋଚନା ବା ବିଚାର କରିବା ଭଳି ସ୍ଥିତି ଆମ ସିନେମା ଶିଳ୍ପରେ ନାହିଁ। ଗୌର ଘୋଷ, ଶରତ ପୂଜାରୀ, ନୀରଦ ମହାପାତ୍ର, ମନମୋହନ ମହାପାତ୍ର, ଘନଶ୍ୟାମ ଜେନା, ସୁଶାନ୍ତ ମିଶ୍ର, ସବ୍ୟସାଚୀ ମହାପାତ୍ର ଓ ସଂବିତ ମହାନ୍ତି ଯେଉଁ ଧାରାର ସିନେମା କରିଛନ୍ତି, ସେ ସିନେମା ଓଡିଶାରେ ଅବାଞ୍ଛିତ ହୋଇ ରହିଲା କାହିଁକି? ଏମାନଙ୍କ ସିନେମା ଖାଲି ପୁରସ୍କାର ଲାଗି ବୋଲି ଭାବି ଆମେ ଉତ୍କୃଷ୍ଟ ସିନେମା ଦେଖିବାର ସୌଭାଗ୍ୟରୁ ବଞ୍ଚିତ ହେଲୁ। ଭଲ ସିନେମା ନ ଦେଖିବା ଓ ନ କରିବା ଆମ ରୁଚିର ଦାରିଦ୍ର୍ୟ ବିଷୟରେ ସୂଚନା ଦେଉନାହିଁ କି?

ମାନୁଛି, ସିନେମା ମୂଳତଃ ବ୍ୟବସାୟ। ହେଲେ ସିନେମା କଳା ମଧ୍ୟ। କଳା ଓ ବ୍ୟବସାୟ ଏକା ସାଙ୍ଗରେ କେମିତି ଭଲ ଭାବରେ ଚାଲିପାରିବେ ତାର ପ୍ରମାଣ ବଲିଉଡ ଦେଇ ସାରିଛି। “ବଧାଇ ହୋ”, “ଅନ୍ଧାଧୁନ” ଭଳି ସିନେମା ବଲିଉଡରେ ତିଆରି ହୋଇ ସଫଳ ହେବ ଓ ପୁରସ୍କାର ପାଇବ ବୋଲି କେହି କଣ ଭାବିଥିଲେ? ଗତ କିଛି ବର୍ଷ ଭିତରେ ଦୁଇଟି ମରାଠୀ ସିନେମାର ଉଦାହରଣ ନିଆଯାଇପାରେ। “ସଇରାତ” ଓ “ନଟସମ୍ରାଟ”। କଳାତ୍ମକ ଭାବରେ ଏ ସିନେମା ଦୁଇଟି ଯେତେ ଚମତ୍କାରିତା ଦେଖାଇଛନ୍ତି, ବ୍ୟାବସାୟିକ ଭାବରେ ସେତିକି ସଫଳ ମଧ୍ୟ ହୋଇଛନ୍ତି।  ଓଡିଆ ସିନେମାରେ ଚିନ୍ତା କରିପାରୁଥିବା ମୁଣ୍ଡର ଅଭାବ ରହିଛି କି? ନା ଚିନ୍ତାଶୀଳ ଲୋକଙ୍କୁ ସିନେମା କରିବାର ସୁଯୋଗ ଓଡିଶାରେ ମିଳୁନାହିଁ। ଅନ୍ତତଃ ଓଡିଶାରେ ପ୍ରତିଭାର ଅଭାବ ଅଛି ବୋଲି ମୁଁ ମାନିବି ନାହିଁ। ଜାତୀୟ ସ୍ତରରେ ବହୁ ଓଡିଆ ଏବେ ସିନେମା ଜଗତରେ ପ୍ରତିଷ୍ଠିତ ଓ ସେମାନଙ୍କ ପ୍ରତିଭା ବେଶ ସ୍ଵୀକୃତ। ଉଦାହରଣ ଭାବରେ ନୀଳମାଧବ ପଣ୍ଡାଙ୍କ ନାଁ ନିଆଯାଇପାରେ। ନୀଳମାଧବ ହିନ୍ଦୀରେ “ଆଇ ଆମ କଲାମ’, “କଡବି ହାୱା” ଓ “ହଲକା” ଭଳି ସିନେମା କରି ପ୍ରଚୁର ସ୍ଵୀକୃତି ଓ ପ୍ରଶଂସା ପାଇଛନ୍ତି।  ସେମିତି ଅକ୍ଷୟ ପରିଜାଙ୍କ ଭଳି ପ୍ରଯୋଜକ ହିନ୍ଦୀ, ବଙ୍ଗଳା ଓ ଅହମିୟା ରେ ଚମତ୍କାର ସିନେମା କରୁଛନ୍ତି। ତାଙ୍କ ଓଡିଆ ସିନେମା କାହିଁକି ସେ ସ୍ତରକୁ ଛୁଇଁପାରୁନି?

ମୋତେ ଏଇ ତାଲିକା ଦେଖି ଲାଜ ଲାଗୁଛି, କାରଣ ମୋ ଭାଷାର ନାଁ ଗାଁ ଏଥିରେ ନାହିଁ।  ଏହାର କାରଣ ଆମର ସିନେ ଜଗତର ବଡମୁଣ୍ଡମାନେ ଖୋଜିବେ କି?

Share. Facebook Twitter LinkedIn Email WhatsApp Copy Link

Related Posts

ଗୁଜରାଟର ଭୁଜରେ ସୀମା ସଂପର୍କିତ ସମସ୍ୟା ନେଇ ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

May 31, 2026

ବନତାରା ପୁଣି ମିଳିଲା ନ୍ୟାୟ, ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

May 30, 2026

ବଙ୍ଗଳାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ

May 30, 2026

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଚାକିରୀରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

May 30, 2026
Latest News

କେନ୍ଦୁଝରରେ ତିନି ବର୍ଷ ପୂରଣ କଲା ଓଡ଼ିଶା ସରକାରଙ୍କ ‘ଆମ କଳିକା’ କାର୍ଯ୍ୟକ୍ରମ

May 31, 2026

କେମିକାଲ କମ୍ପାନୀରେ ନିଆଁ : ଜଣେ ଜୀବନ୍ତ ଦଗ୍ଧ 

May 31, 2026

ଲୁଟି ନେଲେ ଗ୍ରୋସରି ଭର୍ତ୍ତି ପିକଅପ ଭ୍ୟାନ

May 31, 2026

ସୁସ୍ଥ ଜୀବନଶୈଳୀ ଦ୍ଵାରା ରୋକି ହେବ କର୍କଟ ରୋଗ, ଜାଣନ୍ତୁ କିପରି ?

May 31, 2026

ଆଜି ଆଇପିଏଲ ଫାଇନାଲ୍‌ ଫାଇଟ୍‌

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.