Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଟିକ୍ ଟକ୍‌ ଫୋବିଆ… ଆପ୍‌ ମାୟାରେ କବଳିତ ମନୁଷ୍ୟ
ମତାମତ

ଟିକ୍ ଟକ୍‌ ଫୋବିଆ… ଆପ୍‌ ମାୟାରେ କବଳିତ ମନୁଷ୍ୟ

August 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜି ସୋସିଆଲ୍‌ ମିଡିଆ ଯୁଗରେ ପ୍ରାୟ ସମସ୍ତଙ୍କ ହାତରେ ଅତ୍ୟାଧୁନିକ ମୋବାଇଲ। ଆଉ ଏହି ମୋବାଇଲ ହିଁ ଯୁବପିଢିଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। ଏବେ ନିଜ ନିଜର ପାରଦର୍ଶିତାକୁ ଅନ୍ୟମାନଙ୍କ ଆଗରେ ସୋସିଆଲ ମିଡିଆ ସହାୟତାରେ ସହଜରେ ପ୍ରକାଶ କରାଯାଇ ପାରୁଛି ଏବଂ ଜଣେ ନିଜର ପ୍ରତିଭା ବଳରେ ରାତାରାତି ପ୍ରସିଦ୍ଧି ଲାଭ କରୁଛି। ଆଉ ନିଜର ପ୍ରତିଭାକୁ ବିଭିନ୍ନ ଆପ୍ସ ସାହାଯ୍ୟରେ ରେକର୍ଡ କରି ୟୁ ଟ୍ୟୁବ ମାଧ୍ୟମରେ ଜଣେ ଟଙ୍କା ମଧ୍ୟ ରୋଜଗାର କରି ପାରୁଛି। ଏହି ଆପ୍ସ ଗୁଡିକ ଦ୍ଵାରା ଯୁବପିଢି ଙ୍କ ପାଖରେ ବଳି ପଡୁଥିବା ସମୟକୁ ଉପଯୋଗ କରି ନିଜ ପ୍ରତିଭାର ବିକାଶ କରି ପାରିବା ସହ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେଉଛିନ୍ତି। ଏହିଭଳି ଅନେକ ଆପ୍ସ ଯେପରିକି ହାଗୋ ଏବଂ ଲାଇକି ଆପ୍ସ  ବଜାର ରେ ଉପଲବ୍ଧ ଥିଲେ ମଧ୍ୟ ଟିକ୍‌ଟକ୍‌ ଆପ୍ ଟି ଯୁବପିଢିଙ୍କ ମଧ୍ୟରେ ବେଶ ଆଦୃତ ହେଉଛି।

୨୦୧୬  ମସିହାରେ ବାଇଟ ଡାନ୍ସ କମ୍ପାନୀ ଡ଼ୌଇନ ନାମରେ ଚାଇନା ପାଇଁ ଏହି ଆପ୍‌ଟି ତିଆରି କରିଥିଲା। ଏହାର ଲୋକପ୍ରିୟତାକୁ ଦେଖି ସେହି କମ୍ପାନୀ ଚାଇନା ବ୍ୟତୀତ ଅନ୍ୟ ଦେଶ ପାଇଁ ୨୦୧୭ ମସିହାରେ  ଟିକ୍ ଟକ୍ ଆପ୍ସ ଟି ତିଆରି କରିଥିଲା।

ଏହି ଆପ୍‌ଟି ଭାରତରେ ବହୁଳ ପ୍ରସିଦ୍ଧି ଲାଭ କରିଛି। ଏହାର ପ୍ରେମରେ ଯେ କେବଳ ଯୁବପିଢି ପଡ଼ିନାହାନ୍ତି ସବୁ ବୟସର ଲୋକମାନେ ଏଥିରେ ସାମିଲ୍‌ ଅଛନ୍ତି। ନିଜ ଭିତରର ପ୍ରତିଭାକୁ ବିକଶିତ କରାଇବାରେ ଏହା ବେଶ୍‌ ସହାୟକ ହେଉଛି ।

ତେବେ ଏହି ଲୋକପ୍ରିୟ ଟିକଟକ୍‌ ଆପ କମ୍‌ ବିବାଦୀୟ ମଧ୍ୟ ନୁହେଁ। ନିକଟ ଅତୀତରେ ମାଲକାନଗିରିରେ ନର୍ସ ମାନେ କାର୍ଯ୍ୟରତ ସମୟରେ ଟିକ୍ ଟକ୍  କରି ଚର୍ଚ୍ଚାକୁ ଆସିଥିଲେ । କଥା ଏମିତି ହୋଇଥିଲା ଯେ ତାଙ୍କୁ ସିଡିଏମଓଙ୍କୁ କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ ମଧ୍ୟ କୁହାଯାଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ କିଛି ଦିନ ବେଶ ସରଗରମ ରହିଥିଲା। ସେହିପରି କଟକର ଏସସିବି ମେଡିକାଲରେ ଡାକ୍ତରଙ୍କ ଟିକଟକ୍‌ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଓଡିଶା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ଏହି ଟିକଟକ୍‌ ଭିଡିଓକୁ ନେଇ ବିଭିନ୍ନ ବିବାଦ ଦେଖିବାକୁ ମିଳିଥିଲା ଅତୀତରେ। ଏହି ଭିଡିଓ ପାଇଁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇ ସ୍ତ୍ରୀର ଆତ୍ମହତ୍ୟା ଭଳି ଖବର ଆସିଥିଲା। ଏହି ଟିକଟକ୍‌ ଭିଡ଼ିଓ ପାଇଁ ବିପଦଜ୍ଜନକ ଷ୍ଟଣ୍ଟ କରି ନିଜକୁ ଅସୁବିଧାରେ ପକାଉଥିବା ଖବର ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛି।

ଟିକଟକ୍‌ ଭିଡିଓ  ଅନେକ ସମୟରେ ଶିଶୁମାନଙ୍କ  ଅନୁପଯୋଗୀ ଭିଡିଓ ପ୍ରଦର୍ଶିତ କରି ତାଙ୍କ ଜୀବନ ପାଇଁ ବିପଦ ଆଣୁଥିବା ଦର୍ଶାଇ ଅତୀତରେ ମାଡ୍ରାସ ହାଇକୋର୍ଟ ଟିକଟକ୍‌ ନିଷିଦ୍ଧ କରିବା ସହ ପ୍ଲେଷ୍ଟୋରରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଟିକଟକ୍‌ ଏନେ  କିଛି ସଂଶୋଧନ କରିବାରୁ ମାଡ୍ରାସ ହାଇକୋର୍ଟର ଏକ ବେଞ୍ଚ ଏହି ନିଷେଧାଦେଶକୁ ହଟାଇ ଦେଇଥିଲେ ।

ଏହି ଭିଡିଓ ଦ୍ଵାରା ଅନେକ ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ ଗୋପନୀୟତା ନଷ୍ଟ ହେଉଥିବାର ଅଭିଯୋଗ କରିଛନ୍ତି। ଅନେକ ଅଭିଯୋଗ କରନ୍ତି ଯେ ଏହି ଟିକଟକ୍‌  ଆପ୍ସ ପାଇଁ କର୍ମକ୍ଷେତ୍ରରେ କର୍ମଚାରୀମାନଙ୍କର  କାର୍ଯ୍ୟ ଦକ୍ଷତା ହ୍ରାସ ପାଉଛି ।

ଏ ସବୁ କିନ୍ତୁ ସତ୍ୟ ନୁହେଁ। ଏହି ଆପ୍ସ ଆସିବା ଆଗରୁ ମଧ୍ୟ ଏମିତି କାଣ୍ଡ ସବୁ ହେଉଥିଲା କିନ୍ତୁ ସେତେବେଳେ ଏତେ ପ୍ରଚାର ପ୍ରସାର ଯୋଗୁଁ ସେସବୁ ଲୋକଙ୍କ ଆଗକୁ ଆସୁ ନ ଥିଲା । ସବୁ ଜିନିଷର ଭଲ ଓ ଖରାପ ଗୁଣ ରହିଛି । ଆମେ ତାହାର ଖରାପ ଗୁଣକୁ ଛାଡ଼ି ଭଲ ଗୁଣକୁ ବ୍ୟବହାର କରିବା ବୁଦ୍ଧିମାନର କାମ। ଆପ୍‌ ଆମ ଜୀବନରେ ଟିକିଏ ରୋମାଞ୍ଚ ତଥା ମନୋରଞ୍ଜନ ଭରିବାକୁ ରହିଛି । କିନ୍ତୁ ଆମେମାନେ ବେଳେବେଳ ଏହି ଆପ୍‌ଗୁଡ଼ିକ ପ୍ରତି ଏତେ ଅଭ୍ୟସ୍ତ ହୋଇଯାଉଛୁ ଯେ, ଆମେ ଆପ୍‌ ଦ୍ବାରା କବଳିତ ହୋଇପଡୁଛୁ। ମଣିଷ ଯନ୍ତ୍ରର ଉଦ୍ଭାବକ, ଯନ୍ତ୍ର ନୁହେଁ । ତେଣୁ ଯନ୍ତ୍ର ବା ଆପ୍‌ ଦ୍ବାରା ନିୟନ୍ତ୍ରିତ ନ ହୋଇ ଆପ୍‌ ବା ଯନ୍ତ୍ରକୁ ନିଜ ନିୟନ୍ତ୍ରଣରେ ରଖିବା ଆଜିର ଆବଶ୍ୟକତା ହୋଇପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.