Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଦେଶର ଆର୍ଥିକ ଅଭିବୃଦ୍ଧିରେ ବାଧକ ମାଗଣା ଯୋଜନା
ମତାମତ

ଦେଶର ଆର୍ଥିକ ଅଭିବୃଦ୍ଧିରେ ବାଧକ ମାଗଣା ଯୋଜନା

August 13, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଦେଶରେ ଏବେ ମୋଦି ସରକାରଙ୍କର ଦ୍ଵିତୀୟ ଏବଂ ରାଜ୍ୟ ସରକାରଙ୍କର ପଞ୍ଚମ ପାଳି ଚାଲିଛି। ଉଭୟ ସରକାର ଏବେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। କାଁ ଭାଁ ବିରୋଧ ଦେଖିବାକୁ ମିଳୁଛି ଯାହା ସବୁ ସରକାର ସମୟରେ ଥିଲା। କିନ୍ତୁ ଅତୀତରେ ସରକାରରେ ଥିବା ବିରୋଧୀ ଦଳ ଚଳିତ ସରକାରରେ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବେଶ ଦୁର୍ବଳ ମନେ ହୁଏ।

ନିର୍ବାଚନ ସମୟରେ ଉଭୟ ସରକାର ପ୍ରତିଶ୍ରୁତିର ବର୍ଷା କରିଥିଲେ। ଅନ୍ୟ ଦଳ ମଧ୍ୟ କରିଥିଲେ। ଯେହେତୁ ଅନ୍ୟ ଦଳ ତାଙ୍କର ମୁଖିଆ କିଏ ହେବ ସେମାନେ ନିଜେ ସନ୍ଦିହାନ ଥିବାରୁ ଲୋକମାନେ ତାଙ୍କୁ ଭରଷା କରି ପାରିଲେ ନାହିଂ ଏବଂ ଚଳିତ ସରକାର ରେ ପୁଣି ଥରେ କେନ୍ଦ୍ରରେ ମୋଦି ଏବଂ ରାଜ୍ୟରେ ନବୀନ ସରକାର ବିଜୟୀ ହେଲେ। ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳିତ କରି ଟଙ୍କାଏ ରେ କିଲେ ଚାଉଳ ଦେବାର ବ୍ୟବସ୍ଥା କଲେ ଏବଂ ସେହିପରି କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଚଳନ କଲେ। ପ୍ରଚଳନ କଲା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୋଜନାଗୁଡିକ କେତେ ଫଳପ୍ରଦ ହୋଇଛି ତାହା ଖୋଦ ସରକାର ଜାଣନ୍ତି ନାହିଁ ଏବଂ ଯୋଜନାର ଅର୍ଥ ବାଟମରଣା ହେଉଛି ଏ କଥା କେହି ଅସ୍ଵୀକାର କରିବେ ନହିଁ। କେବଳ ଏହି ମାଗଣା ଯୋଜନା ପାଇଁ ରାଜ୍ୟ ଯେ ଋଣ ଭାରରେ ବୁଡିଛି ଏବଂ ତାର ପ୍ରତ୍ୟକ୍ଷ ଚାପ ଜନତାଙ୍କ ଉପରେ ପଡୁଛି। ସମସ୍ତେ ସବୁ ଜାଣୁଛନ୍ତି ଅଥଚ ସରକାର ଶାସନ ବଞ୍ଚାଇବାକୁ ଯାଇ ଏହାର ଅନ୍ୟ ଦିଗ ପ୍ରତି ଆଖି ବୁଜି ଦେଇଥିବା ଭଳି ମନେ ହୁଏ। ଏହି ମାଗଣା ଯୋଜନା ଯେ କେବଳ ଆମ ରାଜ୍ୟ କି ଆମ ଦେଶରେ ବହୁତ ଆଗରୁ ପ୍ରଚଳିତ ତାହା ନୁହେଁ , ପୃଥିବୀର ଅନ୍ୟ ଦେଶରେ ମଧ୍ୟ ଏହିଭଳି ଯୋଜନା ଦେଖିବାକୁ ମିଳେ।

ଭେନେଜୁଏଲା ପ୍ରକୃତି କୋଳରେ ଗୋଟିଏ ସୁନ୍ଦର ଦେଶ। ଦକ୍ଷିଣ ଆମେରିକାର ଉତ୍ତର ଉପକୂଳରେ ଅବସ୍ଥିତ ଭେନେଜୁଏଲା ଦିନେ ପ୍ରାଚୁର୍ଯ୍ୟରେ ଭରପୁର ଏକ ବିକଶିତ ରାଷ୍ଟ୍ର ଥିଲା। ଏହାର ଆୟତନ  ଆମ ଦେଶର ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ ଓ ହରିୟାନାର ମିଶ୍ରିତ କ୍ଷେତ୍ରଫଳ ସହିତ ସମାନ। ଜନସଂଖ୍ୟା ତିନିକୋଟି ପଚାଶ ଲକ୍ଷ ଯାହା ଦିଲ୍ଲୀ ମହାନଗର ନିଗମର ଲୋକସଂଖ୍ୟା ଠାରୁ ମଧ୍ୟ କମ୍। ଏଠାରେ ଉର୍ବର ଚାଷଜମି, ଲକ୍ଷ ଲକ୍ଷ ହେକ୍ଟର ଚାରଣ ଭୂମି, ପ୍ରଚୁର ବର୍ଷା, ଶହ ଶହ ଛୋଟ ନଦୀ, ହଜାର ହଜାର ମାଇଲ୍ ର ବେଳାଭୂମି ଅର୍ଥାତ୍ ସମୁଦ୍ର ତଟ, ପର୍ଯ୍ୟଟନ ପାଇଁ  ପ୍ରକୃତି ପ୍ରଦତ୍ତ ଝରଣା,ପ୍ରପାତ ଓ ପ୍ରାକୃତିକ ଦୃଶ୍ୟ ସମ୍ବଳିତ ସ୍ଥାନ ଅଛି। ପ୍ରଚୁର ଚାଷଜମି ଓ ଜଳସମ୍ପଦ ଥିବାବେଳେ ସେ ଦେଶରେ ଖାଦ୍ୟାଭାବ ଉତ୍କଟ ଅବସ୍ଥାରେ ପହଞ୍ଚିଛି।

ସେ ଦେଶର ସାଧାରଣ ଜନତା  ମାଗଣା ଯୋଜନା ପାଇଁ ଏପରି କର୍ମବିମୁଖ ହୋଇ ଯାଇଛନ୍ତି ଯେ ସେମାନେ କୌଣସି ଶାରିରୀକ କାମ କରୁ ନାହାଁନ୍ତି। ଏଠାରେ ଧାନ, ଗହମ, ଡାଲି, ପରିବା, ଫଳ ଅନେକ କିଛି ଉତ୍ପାଦନ ହୋଇ ପାରନ୍ତା। କିଛି ଶ୍ରମ ନକରି ମଧ୍ୟ ଯଦି ଗାଈ, ମଇଁଷି,ଛେଳି,ମେଣ୍ଢାଙ୍କୁ ଖୋଲା ଛାଡ଼ି ଦିଆ ଯାଆନ୍ତା, ତେବେ କେଇ ବର୍ଷ ପରେ ଏମାନଙ୍କ ସଂଖ୍ୟା କୋଟି କୋଟି ହୋଇଯାଆନ୍ତା। କାରଣ ଏଠାରେ ଚାରଣଭୂମି ଓ ଜଳ ପ୍ରଚୁର ପରିମାଣର ମିଳିଥାଏ। ସେଠାକାର ନଦୀ ଓ ସମୁଦ୍ରରେ ପ୍ରଚୁର ପରିମାଣର ମାଛ ମିଳେ। କିନ୍ତୁ ଲୋକେ ଏତେ କର୍ମଭୀରୁ ଯେ ମାଛ ଧରିଆଣି ଖାଇବା ପାଇଁ ସେମାନଙ୍କର  ଆଗ୍ରହ ନାହିଁ।  ସେଠାରେ ପର୍ଯ୍ୟଟନ ଶିଳ୍ପ ବିକାଶ ଲାଭ କରି ପାରନ୍ତା ସତ୍ୟ ମାତ୍ର, ଦେଶର ଲୋକଙ୍କ  କର୍ମ ବିମୁଖତା ପାଇଁ ସେଠାକୁ ଯାଉଥିବା  ପର୍ଯ୍ୟଟକମାନଙ୍କ ପ୍ରତି ବ୍ୟବହାର ଖୁବ୍ ନିକୃଷ୍ଟ ଧରଣର। ଅତିଥିଟିଏକୁ ଖୁସି କରିବାପାଇଁ ଯେତିକି ଶାରୀରିକ ଶ୍ରମ ଦରକାର, ସେମାନେ ସେତିକି କରିବାପାଇଁ  ମଧ୍ୟ ଆଗ୍ରହୀ ନୁହଁନ୍ତି।

ଏଠାରେ ଉର୍ବର ଚାଷଜମି, ଲକ୍ଷ ଲକ୍ଷ ହେକ୍ଟର ଚାରଣ ଭୂମି, ପ୍ରଚୁର ବର୍ଷା, ଶହ ଶହ ଛୋଟ ନଦୀ, ହଜାର ହଜାର ମାଇଲ୍ ର ବେଳାଭୂମି ଅର୍ଥାତ୍ ସମୁଦ୍ର ତଟ, ପର୍ଯ୍ୟଟନ ପାଇଁ  ପ୍ରକୃତି ପ୍ରଦତ୍ତ ଝରଣା, ପ୍ରପାତ ଓ ପ୍ରାକୃତିକ ଦୃଶ୍ୟ ସମ୍ବଳିତ ସ୍ଥାନ ଅଛି। ବର୍ଷ ତମାମ କିଛି ଶ୍ରମ ନକରି ଯଦି କିଛି ଫଳ ଓ ପରିବା ମଞ୍ଜି ଏଠି ସେଠି ଫିଙ୍ଗି ଦିଆ ଯାଆନ୍ତା, ତେବେ ଉର୍ବର ମାଟି ଓ ପ୍ରଚୁର ବର୍ଷା ଯୋଗୁଁ ଯେତିକ ଫଳ ଓ ପନିପରିବା ହୁଅନ୍ତା, ସେତିକିରେ ଅନେକ ଅଭାବ ଦୂର ହୋଇ ଯାଆନ୍ତା। ସରକାରଙ୍କ ତରଫରୁ ଖାଦ୍ୟ, ବସ୍ତ୍ର, ଗୃହ ଓ ସମସ୍ତ ପ୍ରକାରର ସେବା ମାଗଣାରେ ମିଳୁଥିବାରୁ ଲୋକେ ଏପରି ହୋଇ ଯାଇଛନ୍ତି। ସେମାନେ ସରକାରୀ ଯୋଜୋନା ପାଇଁ ଏତେ ଅଳସୁଆ ହୋଇ ଯାଇଛନ୍ତି ଯେ ତାଙ୍କ ପାଖରେ ପ୍ରକୃତିଦତ୍ତ ସବୁ ଥାଇ ମଧ୍ୟ ଦେଶ ଏବେ ଉତ୍କଟ ଖାଦ୍ୟାଭାବ ଉବୁଟୁବୁ।

କୋଡ଼ିଏ ବର୍ଷ ପୂର୍ବେ ଏହି ଦେଶଟି ଏକ ବିକଶିତ ରାଷ୍ଟ୍ର ଥିଲା। ରାଜନୈତିକ ନେତାଙ୍କ ତୃଟିପୂର୍ଣ୍ଣ ନୀତିପାଇଁ ଏକ ବିକଶିତ ରାଷ୍ଟ୍ର ଭିକାରି ରାଷ୍ଟ୍ରରେ ପରିଣତ ହୋଇଗଲା। ପରିସ୍ଥିତି ଏପରି ଖରାପ ଅବସ୍ଥାରେ ପହଞ୍ଚିଛି ଯେ ଦେଶର ଲୋକଙ୍କ ପାଖରେ ପ୍ରଚୁର ମୁଦ୍ରା ଥିଲେ ବି ଖାଦ୍ୟ, ବସ୍ତ୍ର କିଛି ମିଳୁନାହଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ  ପରେ କଞ୍ଚା ତେଲର ମୂଲ୍ୟ ଅହେତୁକ  ବୃଦ୍ଧି ପାଇବାରେ ଲାଗିଲା। ଭେନେଜୁଏଲା ସେତେବେଳେ ଦିନକୁ ଏକ କୋଟି ବ୍ୟାରେଲ୍ ତୈଳ ଉତ୍ପାଦନ କରୁଥିଲା ଓ ବିକ୍ରି କରୁଥିଲା। ସେ ସମୟରେ ଦେଶପାଇଁ ଏହା ଥିଲା ସୁବର୍ଣ୍ଣ ଯୁଗ। ଦେଶ ହାତକୁ ଆସୁଥିଲା ପ୍ରଚୁର ଅର୍ଥ। ଦେଶ ଉନ୍ନତି କରୁଥିଲା। ଅଭାବ ନଥିଲା। ନାଗରିକମାନେ ପ୍ରାଚୁର୍ଯ୍ୟ ଭିତରେ ବଞ୍ଚୁଥିଲେ। ୧୯୯୮ ମସିହା ସୁଦ୍ଧା ଦେଶଟି ପୃଥିବୀର ବିକଶିତ ରାଷ୍ଟ୍ରମାନଙ୍କ ତାଲିକାରେ ରହି ଯାଇଥିଲା।

ଏହି ସମୟରେ ହ୍ୟୁଗୋ ଚାଭେଜ୍ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ଶାସନକୁ ଆସିଲେ। ଦେଶ ରେ ପ୍ରଚୁର ସମ୍ପତ୍ତି ଥିବାରୁ ଦୁର୍ନୀତି ମଧ୍ୟ ବଢିବାକୁ ଲାଗିଲା। ନିଜର ଆସନକୁ ସ୍ଥାୟିତ୍ୱ ଦେବାପାଇଁ ଓ ନିଜର ଦୁର୍ନୀତିକୁ ଘୋଡ଼ାଇ ରଖିବାପାଇଁ ନୂତନ ନୀତି ପ୍ରଚଳନ କଲେ। ତେଣୁ ସରକାର ଦେଶର ନାଗରିକଙ୍କୁ ମାଗଣାରେ ଖାଦ୍ୟ, ବସ୍ତ୍ର ଓ ଗୃହ ଯୋଗାଇ ଦେଲେ। ଏହା ସହିତ ସମସ୍ତ ପ୍ରକାରର ସେବା ମାଗଣା କରି ଦିଆଗଲା। ଶିକ୍ଷା, ଚିକିତ୍ସା, ବିଦ୍ୟୁତ, ଜଳ, ଯାତାୟତ ସବୁକିଛି। ଦେଶରୁ ତେଲ ବିକ୍ରି କରାଯାଇ ଲବ୍ଧ ଅର୍ଥରେ ପୃଥିବୀର ବିଭିନ୍ନ ଦେଶରୁ ଚାଉଳ, ଗହମ, ପରିବା, ଫଳ, ମାଂସ, ମାଛ, ଔଷଧ, ବସ୍ତ୍ର ଯନ୍ତ୍ରପାତି ଇତ୍ୟାଦି ଆମଦାନୀ କରାଗଲା ଏବଂ ଲୋକଙ୍କୁ ମାଗଣାରେ ବଣ୍ଟନ କରାଗଲା। ତେଲ ଅର୍ଥରେ ପ୍ରାଚୁର୍ଯ୍ୟ ଭୋଗ କରୁଥିବା ଦେଶବାସୀ କ୍ରମେ ଅଳସୁଆ ହେବାକୁ ଆରମ୍ଭ କରିଥିଲେ। ସେତେବେଳେ ଚାଷବାସ ମାନ୍ଦା ହୋଇ ଆସୁଥିବାରୁ ୟୁରୋପୀୟ ଦେଶମାନଙ୍କରୁ ଭେନେଜୁଏଲା ଟମାଟୋ ଓ ବନ୍ଧାକୋବି ଆମଦାନୀ କରୁଥିଲା।

 ୧୯୫୦-୬୦ ମସିହା ବେଳକୁ ସାରା ପୃଥିବୀର ଦେଶମାନେ ଶିଳ୍ପ ପ୍ରତିଷ୍ଠା କରି ନିଜର ବିକାଶ ପାଇଁ କଠିନ ପରିଶ୍ରମ କରୁଥିବା ବେଳେ ଭେନେଜୁଏଲାର ସମସ୍ତ ଶିଳ୍ପ ବନ୍ଦ ହୋଇ ଯାଇଥିଲା।। ଏହି ସମୟ ବେଳକୁ ଦେଶର ଅବସ୍ଥା ଖରାପ ଆଡ଼କୁ ଗତି କରିବା ଆରମ୍ଭ ହୋଇ ଯାଇଥିଲା।

କ୍ରମେ ତେଲ ଦର ହ୍ରାସ ହେବାରୁ ଲୋକମାନଙ୍କୁ ପୂର୍ବ ପରି ମାଗଣା ଜିନିଷ ଯୋଗାଇବାରେ ଅସୁବିଧା ଉପୁଜିଲା। ତେଣୁ ସରକାର ନିଜର ତେଲ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଲେ ଅଧିକ କର୍ମଚାରୀ ମୂତୟନ କରିବାପାଇଁ। କମ୍ପାନୀମାନେ ଏଥିରେ ଅକ୍ଷମତା ପ୍ରକାଶ କରିବାରୁ ଚାଭେଜ୍ ନିର୍ଦ୍ଦେଶ ଦେଲେ ସର୍ବନିମ୍ନ ପ୍ରତି ପରିବାରରୁ ଜଣକୁ ଚାକିରି ଦିଆଯାଉ। ଫଳରେ ସବୁ କମ୍ପାନୀରେ ଲୋକମାନେ ମିଛ ଚାକିରି କରି ବସି ବସି ମୋଟା ଅଙ୍କର ଦରମା ନେଲେ।  ଏହାପରେ ତେଲର ଦର ଆହୁରି କମିବାକୁ ଲାଗିଲା। କମ୍ପାନୀର କର୍ମଚାରୀମାନେ କାମ କରିବାକୁ ଅନାଗ୍ରହୀ ହେବାରୁ ତୈଳ ଉତ୍ପାଦନ କମିବାରେ ଲାଗିଲା। କମ୍ପାନୀଗୁଡ଼ିକ ପ୍ରଚୁର କ୍ଷତିରେ ଚାଲିଲା। ଫଳରେ ମାଗଣାରେ ଜିନିଷ ଯୋଗାଇବା ଅସମ୍ଭବ ହୋଇଗଲା। ଅର୍ଥାଭାବରୁ ଦେଶର ଜନତାଙ୍କ ପାଇଁ ଆବଶ୍ୟକୀୟ ଦ୍ରବ୍ୟ ଆମଦାନୀ ବନ୍ଦ ହେବାକୁ ଲାଗିଲା। ସବୁ ଜିନିଷର ଅଭାବ ଦେଖା ଦେଲା। ଲୋକେ  ଲୁଟପାଟ୍ ଆରମ୍ଭ କରିଦେଲେ।

 ଏତେ ସବୁ ପରେ ମଧ୍ୟ  ସରକାର ଏଥିରୁ କିଛି ଶିଖିଲେ ନାହିଁ। ବିଦେଶରୁ ଋଣ କରି ମାଗଣା ଜିନିଷ ଯୋଗାଇ ଚାଲିଲେ। ଅପର୍ଯ୍ୟାପ୍ତ ପରିମାଣର ମୁଦ୍ରା ଛପାଇଲେ। ଲୋକଙ୍କ ହାତକୁ ପ୍ରଚୁର ମୁଦ୍ରା ଆସିଲା। ଫଳରେ ନିତ୍ୟବ୍ୟହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଲା। ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହୋଇଥିଲେ ମଧ୍ୟ ଆମଦାନୀ ହ୍ରାସ ପାଇ ଥିବାରୁ କିଛି ଜିନିଷ ମିଳିଲା ନାହିଁ। ତେଣୁ ଅନେକ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲି ଯିବାକୁ ଲାଗିଲେ। ଯେଉଁମାନଙ୍କ ପାଖରେ ଆର୍ଥିକ ଓ ଦେଶ ଛାଡ଼ି ଚାଲିଯିବାର କ୍ଷମତା ନଥିଲା, ସେମାନେ ଖାଦ୍ୟାଭାବରୁ ମରିବାକୁ ଲାଗିଲେ।

ବର୍ତ୍ତମାନ ସମୟରେ ଭେନେଜୁଏଲାର ରାଜଧାନୀ କାରାକାସ୍ ପୃଥିବୀର ସବୁଠାରୁ ଅସୁରକ୍ଷିତ ସ୍ଥାନ ହିସାବରେ ପରିଚୟ ଲାଭ କରିଛି। ପ୍ରତିଦିନ ହତ୍ୟାକାଣ୍ଡ ଘଟିବା ସେଠାକାର ସାଧାରଣ କଥା। ଝିଅମାନେ ଖଣ୍ଡେ ପାଉଁରଟି ବା ଗୋଟିଏ ପ୍ଲେଟ୍ ଖାଦ୍ୟ ପାଇଁ ଦେହ ଦାନ କରି ଦିଅନ୍ତି। ଭାରତୀୟ ମୁଦ୍ରାରେ ଗୋଟିଏ ଖାଦ୍ୟ ପ୍ଲେଟ୍ ର ମୂଲ୍ୟ ୪୧୫୮ ଟଙ୍କା। ଭେନେଜୁଏଲାର ମୁଦ୍ରା ୩୬୦୭ ବଲିଭାର୍ ରେ ଭାରତର ଏକ ଟଙ୍କା ହୁଏ। ଖଣ୍ଡିଏ ରୁଟି ବା ଏକ ପ୍ଲେଟ୍ ଖାଦ୍ୟର ମୂଲ୍ୟ ଦେଢ଼କୋଟି ବଲିଭାର୍ ଅଟେ। ଏକ କିଲୋ ମାଂସର ମୂଲ୍ୟ ୯୫ ଲକ୍ଷ ବଲିଭାର୍। ଭାରତୀୟ ମୁଦ୍ରାରେ ୨୬୩୩ ଟଙ୍କା। ସେହିଭଳି ଭାବରେ ଟମାଟୋ କିଲୋ ୧୩୮୬ ଟଙ୍କା । ଖଣ୍ଡିଏ ଟଏଲେଟ୍ ପେପର୍ ର ମୂଲ୍ୟ ୭୨୦ ଟଙ୍କା।    ଗତ ଦଶବର୍ଷ ମଧ୍ୟରେ ଦେଶ ଭିତରର ହିଂସା, ଚୋରି, ଲୁଟପାଟ୍ ଓ ଆନ୍ଦୋଳନ,ହତ୍ୟା ଯୋଗୁଁ ଦେଶର ଅବସ୍ଥା ଧ୍ୱସ୍ତବିଧ୍ୱସ୍ତ ହୋଇ ଯାଇଛି। ବିଭିନ୍ନ ଦେଶମାନଙ୍କରୁ ସାହାଯ୍ୟ ପହଞ୍ଚୁଥିଲେ ମଧ୍ୟ ଭେନେଜୁଏଲାର ଅବସ୍ଥା ସହଜରେ ସୁଧୁରି ପାରୁନାହିଁ। ଦୀର୍ଘବର୍ଷ ଧରି ସେଠାରେ କ୍ଷୁଧାର ରାଜୁତି ଚାଲିଛି।

ହ୍ୟୁଗୋ ଚାଭେଜ୍ କ୍ୟାନସର୍ ରୋଗରେ ମୃତ୍ୟୁବରଣ କରିବା ପରେ ତାଙ୍କର ନିକଟତମ ବ୍ୟକ୍ତି ନିକୋଲାସ୍ ମଦୁରୋ ରାଷ୍ଟ୍ରପତି ହେଲେ। ସେ ଚାଭେଜ୍ ଙ୍କ ନୀତିକୁ ପୂର୍ବପରି ଚଳାଇ ରଖିଲେ। କିଛି ଶକ୍ତିଶାଳୀ,ଅପରାଧପ୍ରବଣ, ଦୁର୍ନୀତିଗ୍ରସ୍ତ ଲୋକଙ୍କ ହାତକୁ ଦେଶର ସମ୍ପତ୍ତି ଚାଲି ଯିବାକୁ ଲାଗିଲା। ତେଲ ଖଣି ମାନଙ୍କରୁ ପ୍ରଚୁର ପରିମାଣର ତେଲ ଚୋରିକରି, ସ୍ମଗଲିଂ କରି ଅର୍ଥ ଉପାର୍ଜନ କଲେ। ସରକାରୀ ଆୟ ତୁଳନାରେ ଏହି କଳାବଜାରୀ ମାନଙ୍କର ଆୟ ଏବେ ବହୁଗୁଣିତ ହୋଇଯାଇଛି। ଏତେ ରୋଜଗାର ପରେ ମଧ୍ୟ ସେମାନେ ସାଧାରଣ ଭାବରେ ଚଳି ପାରୁଛନ୍ତି। କାରଣ ସବୁ ପ୍ରକାର ଜିନିଷର ଅଭାବ ସହିତ ଦର ଆକାଶଛୁଆଁ ହୋଇ ଯାଇଛି।

୧୯୮୦ ମସିହା ବେଳକୁ  ଭାରତରେ ସରକାରୀ ମାଗଣା ଯୋଜନାର ଆରମ୍ଭ ହୋଇଥିଲା। ଓଡ଼ିଶା ରେ ୧୯୯୦ରେ କାୟା ବିସ୍ତାର କଲା। ୨୦୦୦ ମସିହାରୁ ଏହା ଏଭଳି ବୃଦ୍ଧି ପାଇଛି ଯେ “ଜୟ ଭିକାରି ସଂସ୍କୃତି ର ଜୟ” ଧ୍ବନି ଗଗନ ପବନ ପ୍ରକମ୍ପିତ କରୁଛି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରୀ ଯୋଜନା କରାଯାଇଛି।  ପ୍ରସୂତି ଭତ୍ତା ଠାରୁ  ଶ୍ମଶାନ ରେ ହରିଶ୍ଚନ୍ଦ୍ର ଭତ୍ତା ମଧ୍ୟରେ ମମତା,ଯୋତା ଛତା ଠାରୁ ନାପକିନ୍ ପର୍ଯ୍ୟନ୍ତ ପରିବ୍ୟାପ୍ତ, ଦଣ୍ଡମୁକ୍ତ ଅଣ୍ଡାଯୁକ୍ତ ଶିକ୍ଷାର ପ୍ରଭାବରେ କାର୍ଯ୍ୟ ଅକ୍ଷମ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ମଦବନ୍ୟା ରେ ଧନ୍ୟା  ଆମ ରାଜ୍ୟର ଲୋକେ ନିକମ୍ମା, କର୍ମକୋଢି  ହୋଇ ଟାଉଟରି ଶିଳ୍ପ ର ଅଭିବୃଦ୍ଧି ରେ ସହାୟକ ହୋଇ ଚାଷଜମିକୁ ପଡ଼ିଆ ପକେଇ ଛକ ଚା’ପାନ ଦୋକାନ ର ସ୍ଥାୟୀ ଗରାଖ ପରଚର୍ଚ୍ଚା,ପରନିନ୍ଦା, ଆତ୍ମଶ୍ଲାଘା ପ୍ରବଣତା ରେ ମଗ୍ନ ଥିବା ବେଳେ ଅଣ ଓଡ଼ିଆ ଲୋକେ ଓଡ଼ିଶାର କ୍ଷମତା, ଜମି, ଜଳ, ଜଙ୍ଗଲ, ଖଣି, ପାଣି ସହ ଜଗନ୍ନାଥ ଙ୍କ ଅମୃତ ମଣୋହି ସମ୍ପତ୍ତି କରାଗତ କରି ସାରିଲେଣି। ତେବେ ସରକାରମାଗଣା ଯୋଜନା ଜରିଆରରେ ଲୋକଙ୍କୁ କର୍ମ କୋଢି ନ କରି କର୍ମ ମୁଖୀ କରାଇବା ଦିଗରେ ଯତ୍ନବାନ ହେବ ଆବଶ୍ୟାକ। ଏପରି କରାଗଲେ ଦେଶ ର ବିକାଶ ହୋଇପାରନ୍ତା। ଏବଂ ଏହି ମାଗଣା ଯୋଜନା ପ୍ରତି ସାଧାରଣରେ ଲୋକେ ସଚେତନ ହେବା ନିହାତି ଜରୁରୀ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025

ନମୋ ଯୁବ ରନ୍: ଭୁବନେଶ୍ୱରରେ ଆୟୋଜିତ ହେଲା ବିଶାଳ ଗଣ ଦୌଡ଼, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

September 21, 2025

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025
Latest News

DU ପରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ABVP ର ସଫଳତା: ଜିତିଲା ଛାତ୍ର ସଂଘ ନିର୍ବାଚନ

September 21, 2025

ନାକଟିଦେଉଳ ବିଜେପି ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ ରକ୍ତ ସଂଗ୍ରହ

September 21, 2025

ଚାପରେ ପାକିସ୍ତାନୀ ଖେଳାଳି: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦଳରେ ବିଶେଷ ବ୍ୟକ୍ତିଙ୍କୁ କଲା ସାମିଲ

September 21, 2025

ଗମ୍ଭାରୀମୁଣ୍ଡା ଠାରେ “ମାଗଣା ସ୍ବାସ୍ଥ୍ୟ ସେବା ଶିବିର” ଆୟୋଜିତ

September 21, 2025

ଓଡ଼ିଶା ପାଇଁ ଗର୍ବ: ବିଶ୍ୱ ପାରା ଏଥ୍ଲେଟିକ୍ସରେ NTO ଭାବେ ଚୟନ ହେଲେ ମାଳବିକା ମିଶ୍ର

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.