Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଅନୁଗୁଳରେ ମହାତ୍ମା ଗାନ୍ଧୀ, ୧୯୩୪ ର ଉଦବାସ୍ତୁ ଅତିଥି
ମତାମତ

ଅନୁଗୁଳରେ ମହାତ୍ମା ଗାନ୍ଧୀ, ୧୯୩୪ ର ଉଦବାସ୍ତୁ ଅତିଥି

December 23, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କୈଳାସଚନ୍ଦ୍ର ଦାଶ

ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବକାଶରେ ତାଙ୍କ ଚିନ୍ତନ ଓ କର୍ମଧାରା ଓଡିଶାରେ କିପରି ପ୍ରଭାବଶାଳୀ ଥିଲା ତାହାର ବିଚାର ଆବଶ୍ୟକ । ମହାତ୍ମା ଗାନ୍ଧୀ ଓଡିଶାକୁ ୧୯୨୧, ୧୯୨୫, ୧୯୨୭, ୧୯୩୪ , ୧୯୩୮ ଓ ୧୯୪୬ରେ ଆସି ଓଡିଶାରେ ଜାତୀୟ ଜାଗରଣର ପ୍ରବଳ ପ୍ରବାହ କରାଇଥିଲେ । ତରୁଣତରୁଣୀମାନେ ତାଙ୍କ ଚିନ୍ତନରେ ପ୍ରଭାବିତ ହୋଇଥିଲେ । ଏତେ ପରିମାଣରେ ଗାନ୍ଧୀବାଦୀ ଧାରା ପ୍ରସାରିତ ହୋଇଥିଲେ ମଧ୍ୟ ୧୯୩୦ ଦଶକରେଏହାର ବିରୋଧ ମଧ୍ୟ କରାଯାଇଥିଲା । ୧୯୩୦ରୁ ୧୯୩୪ ମଧ୍ୟରେ ‘ସତ୍ୟ ସମାଚାର” ଓ ”ଦେଶକଥା” ସାପ୍ତାହିକ ସମ୍ବାଦପତ୍ରରେ ଗାନ୍ଧୀ ମତବାଦର ଖୋଲା ଆଲୋଚନା ହୋଇଥିଲା ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ୧୯୩୪ ମସିହାର ମହାତ୍ମାଗାନ୍ଧୀଙ୍କର ପତିତପାବନ ଯାତ୍ରା ପାଇଁ ଅନୁଗୁଳରେ ବାଧା ଓ ବିରୋଧ । ଏ ସମ୍ପର୍କରେ ୧୯୩୪ ମସିହାର ସରକାରୀ ଗୋପନ ପତ୍ରରେ ବିବରଣୀ ରହିଛି ।

୨୫ ଏପ୍ରିଲ ୧୯୩୪ରେ ଉତ୍କଳ ହରିଜନ ସେବକ ସଙ୍ଘର ସମ୍ପାଦକ ତଥା କଟକର ଓକିଲ ସତ୍ୟ ନାରାୟଣ ସେନଗୁପ୍ତ ଅନୁଗୁଳର ଡେପୁଟିକମିଶନର (ଦୁର୍ଗା ଦାସ)ଙ୍କୁ ସାକ୍ଷାତକରି ତାଙ୍କର ସେଠାରେ ଅବସ୍ଥାନ କଥା ଆଲୋଚନା କରିଥିଲେ ।ଡେପୁଟି କମିଶନର ମହାତ୍ମାଙ୍କର ରହିବା ବ୍ୟବସ୍ଥା ଅନୁଗୁଳର ବାହାରେ କରିବାକୁ କହିଥିଲେ, କାରଣ ତାଙ୍କର ଉପସ୍ଥିତି ତଥା ସଭା ଅନୁଗୁଳ ସହର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାର ସମ୍ଭାବନା ଥିଲା ବୋଲି ସେମାନେ କହିଥିଲେ । ସେନଗୁପ୍ତ ୩୦ ଏପ୍ରିଲ ସୁଦ୍ଧା ତାଙ୍କର ବ୍ୟବସ୍ଥା ଡେପୁଟିଙ୍କୁ ଜଣାଇ ଦେବାକୁ କହିଥିଲେ ।କିନ୍ତୁ ସେନଗୁପ୍ତ ସେ ସମ୍ପର୍କରେ କିଛି ଜଣାଇ ପାରି ନଥିଲେ ।

ପୂର୍ବରୁ ପୋଲିସ କର୍ତ୍ତୃପକ୍ଷଙ୍କୁ ବିଜନ ବିହାରୀ ଘୋଷଙ୍କ ଘରେ ମହାତ୍ମା ଗାନ୍ଧୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବାର ସୂଚନା ମିଳିଥିଲା । କିନ୍ତୁ ପରେଏହାର ପରିବର୍ତ୍ତନ କରାଯାଇ ଦେବେନ୍‍ ଦତ୍ତ(ପୂର୍ବତନ ଫରେଷ୍ଟ୍‍ କଞ୍ଜର୍‍ଭେଟର୍‍)ଙ୍କ ଘରେ ମହାତ୍ମା ରହିବାର ବ୍ୟବସ୍ଥା ୪ ମେ ୧୯୩୪ରେ ପୋଲିସ୍‍ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେବାରୁ ତାହା ଡେପୁଟି କମିଶନର ଗ୍ରହଣ କରି ନଥିଲେ, କାରଣଏହି ସ୍ଥାନ ନିକଟରେ ଥିବା ଆମ୍ବ ପଡିଆ(ଯେଉଁଠାରେ ମହାତ୍ମା ସଭା କରିବାକୁ ସ୍ଥିର ହୋଇଥିଲା) ସରକାରୀ କର୍ମଚାରୀ ମାନଙ୍କର ଘର ନିକଟବର୍ତ୍ତୀ ହୋଇଥିବାରୁ ସେମାନଙ୍କ ପାଇଁ ଗାନ୍ଧୀ ଶୋଭାଯାତ୍ରା ଅସୁବିଧା କରିବ ବୋଲି ସେମାନେ କହିଥିଲେ । ମହାତ୍ମା ଗାନ୍ଧୀ ଏହା ଶୁଣି ଦୁଃଖ ପ୍ରକାଶ କରିଥିଲେ । ସେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଟେଲିଗ୍ରାମ କରିଥିଲେ ।

ଗାନ୍ଧୀ ଏବଂ ତାଙ୍କ ଦଳ ଅନୁଗୁଳ ସହର ବାହାରେ ଏକ ଆମ୍ବ ପଡିଆରେ ଅସ୍ଥାୟୀ ଭାବରେ ରହି ସଭା କରିବାକୁ ହୋଇଥିଲା । ୧୯୩୪ ମସିହା ମେ ୫ ତାରିଖରେ କଟକ ୟୁନାଇଟେଡ୍‍ ପ୍ରେସର ସ୍ୱତନ୍ତ୍ର ପ୍ରତିନିଧି ସମାଜରେ ମହାତ୍ମାଗାନ୍ଧୀ ଅନୁଗୁଳର ଅନାବଶ୍ୟକ ଅତିଥି ବୋଲି କର୍ତ୍ତୃପକ୍ଷ ଗ୍ରହଣ କରିବା ସଙ୍ଗେସଙ୍ଗେ ତାଙ୍କୁ ସରକାରୀ ବଙ୍ଗଳାରେ ରହିବାକୁ ମଧ୍ୟ ଅନୁମତି ମିଳିଲା ନାହିଁ ବୋଲି ସୂଚାଇ ଦେବା ସଙ୍ଗେସଙ୍ଗେ ମହାତ୍ମା ଗୁପ୍ତଚର ପରିବେଷ୍ଟିତ ସହର ବାହାରର  ଆମ୍ବ ଉଦ୍ୟାନରେ ରହିବାରେ ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଥିବାର ସୂଚନା ଦେଇଥିଲେ । ମେ ୮, ୧୯୩୪ରେ ମଧ୍ୟ ଦି ଷ୍ଟେଟସ୍‍ମ୍ୟାନ୍‍ ସମ୍ବାଦପତ୍ରରେଏହି ପ୍ରସଙ୍ଗ ସ୍ଥାନ ପାଇଥିଲା । ଅନୁଗୁଳ ନନ୍‍ ରେଗୁଲେଟେଡ୍‍ ଜିଲ୍ଲା ହିସାବରେ ପରିଚିତ ଥିବାରୁ ସେଠାରେ ଡେପୁଟି କମିଶନର୍‍ ସର୍ବୋଚ୍ଚ କ୍ଷମତାର ଅଧିକାରୀ । ଅମୃତବଜାର ପତ୍ରିକାର ମେ ୮, ୧୯୩୪ ସଂଖ୍ୟାରେଏହି ପରିବେଶର ବିବରଣୀ ଦିଆଯାଇଥିଲା-ମିଷ୍ଟର୍‍ ଗାନ୍ଧୀ ଅନୁଗୁଳକୁ ଆସି ସହରର ସୀମାରେ ଏକ ଆମ୍ଭ ବଗିଚାରେ ଏକ ଅସ୍ଥାୟୀ ଶିବିରରେ ବିଶ୍ରାମକଲେ; କିନ୍ତୁ ତାଙ୍କୁ ସହର ମଧ୍ୟରେ ପୂର୍ବ ନିର୍ଦ୍ଧାରିତ କୌଣସି ଗୃହରେ ରହିବାକୁ ଅନୁମତି ମିଳିଲା ନାହିଁ । ଶେଷରେ ମହାତ୍ମା ଗାନ୍ଧୀ ଅନୁଗୁଳର ଅନିମନ୍ତ୍ରିତ ଅତିଥି ବୋଲି ଚିତ୍ରିତ ହୋଇଥିଲେ ।

ଏ.ଭି.ଠକ୍କର୍‍ ମଧ୍ୟ ଏ ସମ୍ପର୍କରେ ଏକ ଦୀର୍ଘବିବରଣୀ ପୁନାର ଆର୍ଯ୍ୟ ଭୂଷଣ ପ୍ରେସରୁ ପ୍ରକାଶ କରି ଅନୁଗୁଳର ସ୍ୱେଚ୍ଛାଚାରୀ ଶାସକ(ଡେପୁଟିକମିଶନର)ଙ୍କ ଉପରେ କଡା ମନ୍ତବ୍ୟ ଦେଇ ମହାତ୍ମାଙ୍କ ଅନୁଗୁଳ ଅବସ୍ଥାନ ସମ୍ପର୍କରେ ଦୁଃଖ ପ୍ରକାଶ କରିଥିଲେ । ସେ ଲେଖିଥିଲେ-ଅନୁଗୁଳର ଡେପୁଟି କମିଶନର୍‍ ତାଙ୍କକ୍ଷମତାର ପୂର୍ଣ୍ଣ ଅପବ୍ୟବହାର କରିଛନ୍ତି । ପରିଣତିରେ ଏକ ବିଶ୍ୱ ପ୍ରସିଦ୍ଧ ତଥା ସର୍ବୋଚ୍ଚ ସମ୍ମାନୀୟ ବ୍ୟକ୍ତିଙ୍କୁ କିଛି ଘଣ୍ଟା ପାଇଁ ତାଙ୍କ ସହରର ପୂର୍ବ ନିର୍ଦ୍ଧାରିତ ଗୃହରେ ବିନା କାରଣରେ ରହିବାକୁ ଅନୁମତି ଦେଲେ ନାହିଁ । ମହାତ୍ମା ଗାନ୍ଧୀ କୌଣସି ରାଜନୈତିକ ଅଭିଯାନ ପାଇଁ ଅନୁଗୁଳ ଯାତ୍ରା କରିନଥିଲେ । ଏହା ସର୍ବସାଧାରଣଙ୍କୁ ଜଣା ଯେ ତାଙ୍କର ଅସ୍ପୃଶ୍ୟତା ନିବାରଣ ଅଭିଯାନ ପାଇଁ ଏହି ଯାତ୍ରା ଅଭିପ୍ରେତ ଥିଲା । ସମ୍ବାଦପତ୍ର ତଥା ଜନସାଧାରଣରେ ଏହି ସମ୍ବାଦ ସେତେବେଳେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ବ୍ରିଟିଶ୍‍ ସାମ୍ରାଜ୍ୟବାଦ ମଧ୍ୟରେ ଆଞ୍ଚଳିକ ସାମ୍ରାଜ୍ୟବାଦ ତଥା କଠୋର ଓ ଅନାବଶ୍ୟକ ଅମଲାତନ୍ତ୍ର କିପରି ରାଜତ୍ୱ କରୁଥିଲା ତାହାର ଏକ ଦୃଷ୍ଟାନ୍ତ ଏହି ଘଟଣାରୁ ସଂଗ୍ରହ କରାଯାଇପାରେ ।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗ, ବଦଳିଲେ ପୂର୍ବତନ ଥାନା ଅଧିକାରୀ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026
Latest News

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026

ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବନବିଭାଗ

September 11, 2026

ବିଦ୍ୟୁତ୍ ଆଘାତରେ ଚାଲିଗଲା ନାବାଳକର ଜୀବନ

September 11, 2026

ବିଜେପି ସାଂସଦ ସତୀଶ ଗୌତମଙ୍କ ନାମରେ ନକଲି ଆଇଡି: ମହିଳାଙ୍କୁ କରାଯାଉଛି ଟାର୍ଗେଟ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.