Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଅନୁଗୁଳରେ ମହାତ୍ମା ଗାନ୍ଧୀ, ୧୯୩୪ ର ଉଦବାସ୍ତୁ ଅତିଥି
ମତାମତ

ଅନୁଗୁଳରେ ମହାତ୍ମା ଗାନ୍ଧୀ, ୧୯୩୪ ର ଉଦବାସ୍ତୁ ଅତିଥି

December 23, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କୈଳାସଚନ୍ଦ୍ର ଦାଶ

ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବକାଶରେ ତାଙ୍କ ଚିନ୍ତନ ଓ କର୍ମଧାରା ଓଡିଶାରେ କିପରି ପ୍ରଭାବଶାଳୀ ଥିଲା ତାହାର ବିଚାର ଆବଶ୍ୟକ । ମହାତ୍ମା ଗାନ୍ଧୀ ଓଡିଶାକୁ ୧୯୨୧, ୧୯୨୫, ୧୯୨୭, ୧୯୩୪ , ୧୯୩୮ ଓ ୧୯୪୬ରେ ଆସି ଓଡିଶାରେ ଜାତୀୟ ଜାଗରଣର ପ୍ରବଳ ପ୍ରବାହ କରାଇଥିଲେ । ତରୁଣତରୁଣୀମାନେ ତାଙ୍କ ଚିନ୍ତନରେ ପ୍ରଭାବିତ ହୋଇଥିଲେ । ଏତେ ପରିମାଣରେ ଗାନ୍ଧୀବାଦୀ ଧାରା ପ୍ରସାରିତ ହୋଇଥିଲେ ମଧ୍ୟ ୧୯୩୦ ଦଶକରେଏହାର ବିରୋଧ ମଧ୍ୟ କରାଯାଇଥିଲା । ୧୯୩୦ରୁ ୧୯୩୪ ମଧ୍ୟରେ ‘ସତ୍ୟ ସମାଚାର” ଓ ”ଦେଶକଥା” ସାପ୍ତାହିକ ସମ୍ବାଦପତ୍ରରେ ଗାନ୍ଧୀ ମତବାଦର ଖୋଲା ଆଲୋଚନା ହୋଇଥିଲା ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ୧୯୩୪ ମସିହାର ମହାତ୍ମାଗାନ୍ଧୀଙ୍କର ପତିତପାବନ ଯାତ୍ରା ପାଇଁ ଅନୁଗୁଳରେ ବାଧା ଓ ବିରୋଧ । ଏ ସମ୍ପର୍କରେ ୧୯୩୪ ମସିହାର ସରକାରୀ ଗୋପନ ପତ୍ରରେ ବିବରଣୀ ରହିଛି ।

୨୫ ଏପ୍ରିଲ ୧୯୩୪ରେ ଉତ୍କଳ ହରିଜନ ସେବକ ସଙ୍ଘର ସମ୍ପାଦକ ତଥା କଟକର ଓକିଲ ସତ୍ୟ ନାରାୟଣ ସେନଗୁପ୍ତ ଅନୁଗୁଳର ଡେପୁଟିକମିଶନର (ଦୁର୍ଗା ଦାସ)ଙ୍କୁ ସାକ୍ଷାତକରି ତାଙ୍କର ସେଠାରେ ଅବସ୍ଥାନ କଥା ଆଲୋଚନା କରିଥିଲେ ।ଡେପୁଟି କମିଶନର ମହାତ୍ମାଙ୍କର ରହିବା ବ୍ୟବସ୍ଥା ଅନୁଗୁଳର ବାହାରେ କରିବାକୁ କହିଥିଲେ, କାରଣ ତାଙ୍କର ଉପସ୍ଥିତି ତଥା ସଭା ଅନୁଗୁଳ ସହର ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାର ସମ୍ଭାବନା ଥିଲା ବୋଲି ସେମାନେ କହିଥିଲେ । ସେନଗୁପ୍ତ ୩୦ ଏପ୍ରିଲ ସୁଦ୍ଧା ତାଙ୍କର ବ୍ୟବସ୍ଥା ଡେପୁଟିଙ୍କୁ ଜଣାଇ ଦେବାକୁ କହିଥିଲେ ।କିନ୍ତୁ ସେନଗୁପ୍ତ ସେ ସମ୍ପର୍କରେ କିଛି ଜଣାଇ ପାରି ନଥିଲେ ।

ପୂର୍ବରୁ ପୋଲିସ କର୍ତ୍ତୃପକ୍ଷଙ୍କୁ ବିଜନ ବିହାରୀ ଘୋଷଙ୍କ ଘରେ ମହାତ୍ମା ଗାନ୍ଧୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଥିବାର ସୂଚନା ମିଳିଥିଲା । କିନ୍ତୁ ପରେଏହାର ପରିବର୍ତ୍ତନ କରାଯାଇ ଦେବେନ୍‍ ଦତ୍ତ(ପୂର୍ବତନ ଫରେଷ୍ଟ୍‍ କଞ୍ଜର୍‍ଭେଟର୍‍)ଙ୍କ ଘରେ ମହାତ୍ମା ରହିବାର ବ୍ୟବସ୍ଥା ୪ ମେ ୧୯୩୪ରେ ପୋଲିସ୍‍ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେବାରୁ ତାହା ଡେପୁଟି କମିଶନର ଗ୍ରହଣ କରି ନଥିଲେ, କାରଣଏହି ସ୍ଥାନ ନିକଟରେ ଥିବା ଆମ୍ବ ପଡିଆ(ଯେଉଁଠାରେ ମହାତ୍ମା ସଭା କରିବାକୁ ସ୍ଥିର ହୋଇଥିଲା) ସରକାରୀ କର୍ମଚାରୀ ମାନଙ୍କର ଘର ନିକଟବର୍ତ୍ତୀ ହୋଇଥିବାରୁ ସେମାନଙ୍କ ପାଇଁ ଗାନ୍ଧୀ ଶୋଭାଯାତ୍ରା ଅସୁବିଧା କରିବ ବୋଲି ସେମାନେ କହିଥିଲେ । ମହାତ୍ମା ଗାନ୍ଧୀ ଏହା ଶୁଣି ଦୁଃଖ ପ୍ରକାଶ କରିଥିଲେ । ସେ ମଧ୍ୟ କର୍ତ୍ତୃପକ୍ଷଙ୍କୁ ଟେଲିଗ୍ରାମ କରିଥିଲେ ।

ଗାନ୍ଧୀ ଏବଂ ତାଙ୍କ ଦଳ ଅନୁଗୁଳ ସହର ବାହାରେ ଏକ ଆମ୍ବ ପଡିଆରେ ଅସ୍ଥାୟୀ ଭାବରେ ରହି ସଭା କରିବାକୁ ହୋଇଥିଲା । ୧୯୩୪ ମସିହା ମେ ୫ ତାରିଖରେ କଟକ ୟୁନାଇଟେଡ୍‍ ପ୍ରେସର ସ୍ୱତନ୍ତ୍ର ପ୍ରତିନିଧି ସମାଜରେ ମହାତ୍ମାଗାନ୍ଧୀ ଅନୁଗୁଳର ଅନାବଶ୍ୟକ ଅତିଥି ବୋଲି କର୍ତ୍ତୃପକ୍ଷ ଗ୍ରହଣ କରିବା ସଙ୍ଗେସଙ୍ଗେ ତାଙ୍କୁ ସରକାରୀ ବଙ୍ଗଳାରେ ରହିବାକୁ ମଧ୍ୟ ଅନୁମତି ମିଳିଲା ନାହିଁ ବୋଲି ସୂଚାଇ ଦେବା ସଙ୍ଗେସଙ୍ଗେ ମହାତ୍ମା ଗୁପ୍ତଚର ପରିବେଷ୍ଟିତ ସହର ବାହାରର  ଆମ୍ବ ଉଦ୍ୟାନରେ ରହିବାରେ ଜନସାଧାରଣ ଆଶ୍ଚର୍ଯ୍ୟ ହୋଇଥିବାର ସୂଚନା ଦେଇଥିଲେ । ମେ ୮, ୧୯୩୪ରେ ମଧ୍ୟ ଦି ଷ୍ଟେଟସ୍‍ମ୍ୟାନ୍‍ ସମ୍ବାଦପତ୍ରରେଏହି ପ୍ରସଙ୍ଗ ସ୍ଥାନ ପାଇଥିଲା । ଅନୁଗୁଳ ନନ୍‍ ରେଗୁଲେଟେଡ୍‍ ଜିଲ୍ଲା ହିସାବରେ ପରିଚିତ ଥିବାରୁ ସେଠାରେ ଡେପୁଟି କମିଶନର୍‍ ସର୍ବୋଚ୍ଚ କ୍ଷମତାର ଅଧିକାରୀ । ଅମୃତବଜାର ପତ୍ରିକାର ମେ ୮, ୧୯୩୪ ସଂଖ୍ୟାରେଏହି ପରିବେଶର ବିବରଣୀ ଦିଆଯାଇଥିଲା-ମିଷ୍ଟର୍‍ ଗାନ୍ଧୀ ଅନୁଗୁଳକୁ ଆସି ସହରର ସୀମାରେ ଏକ ଆମ୍ଭ ବଗିଚାରେ ଏକ ଅସ୍ଥାୟୀ ଶିବିରରେ ବିଶ୍ରାମକଲେ; କିନ୍ତୁ ତାଙ୍କୁ ସହର ମଧ୍ୟରେ ପୂର୍ବ ନିର୍ଦ୍ଧାରିତ କୌଣସି ଗୃହରେ ରହିବାକୁ ଅନୁମତି ମିଳିଲା ନାହିଁ । ଶେଷରେ ମହାତ୍ମା ଗାନ୍ଧୀ ଅନୁଗୁଳର ଅନିମନ୍ତ୍ରିତ ଅତିଥି ବୋଲି ଚିତ୍ରିତ ହୋଇଥିଲେ ।

ଏ.ଭି.ଠକ୍କର୍‍ ମଧ୍ୟ ଏ ସମ୍ପର୍କରେ ଏକ ଦୀର୍ଘବିବରଣୀ ପୁନାର ଆର୍ଯ୍ୟ ଭୂଷଣ ପ୍ରେସରୁ ପ୍ରକାଶ କରି ଅନୁଗୁଳର ସ୍ୱେଚ୍ଛାଚାରୀ ଶାସକ(ଡେପୁଟିକମିଶନର)ଙ୍କ ଉପରେ କଡା ମନ୍ତବ୍ୟ ଦେଇ ମହାତ୍ମାଙ୍କ ଅନୁଗୁଳ ଅବସ୍ଥାନ ସମ୍ପର୍କରେ ଦୁଃଖ ପ୍ରକାଶ କରିଥିଲେ । ସେ ଲେଖିଥିଲେ-ଅନୁଗୁଳର ଡେପୁଟି କମିଶନର୍‍ ତାଙ୍କକ୍ଷମତାର ପୂର୍ଣ୍ଣ ଅପବ୍ୟବହାର କରିଛନ୍ତି । ପରିଣତିରେ ଏକ ବିଶ୍ୱ ପ୍ରସିଦ୍ଧ ତଥା ସର୍ବୋଚ୍ଚ ସମ୍ମାନୀୟ ବ୍ୟକ୍ତିଙ୍କୁ କିଛି ଘଣ୍ଟା ପାଇଁ ତାଙ୍କ ସହରର ପୂର୍ବ ନିର୍ଦ୍ଧାରିତ ଗୃହରେ ବିନା କାରଣରେ ରହିବାକୁ ଅନୁମତି ଦେଲେ ନାହିଁ । ମହାତ୍ମା ଗାନ୍ଧୀ କୌଣସି ରାଜନୈତିକ ଅଭିଯାନ ପାଇଁ ଅନୁଗୁଳ ଯାତ୍ରା କରିନଥିଲେ । ଏହା ସର୍ବସାଧାରଣଙ୍କୁ ଜଣା ଯେ ତାଙ୍କର ଅସ୍ପୃଶ୍ୟତା ନିବାରଣ ଅଭିଯାନ ପାଇଁ ଏହି ଯାତ୍ରା ଅଭିପ୍ରେତ ଥିଲା । ସମ୍ବାଦପତ୍ର ତଥା ଜନସାଧାରଣରେ ଏହି ସମ୍ବାଦ ସେତେବେଳେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ବ୍ରିଟିଶ୍‍ ସାମ୍ରାଜ୍ୟବାଦ ମଧ୍ୟରେ ଆଞ୍ଚଳିକ ସାମ୍ରାଜ୍ୟବାଦ ତଥା କଠୋର ଓ ଅନାବଶ୍ୟକ ଅମଲାତନ୍ତ୍ର କିପରି ରାଜତ୍ୱ କରୁଥିଲା ତାହାର ଏକ ଦୃଷ୍ଟାନ୍ତ ଏହି ଘଟଣାରୁ ସଂଗ୍ରହ କରାଯାଇପାରେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025
Latest News

ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ସମାଜକୁ ସୁରକ୍ଷା ଦେବ ଅନଲାଇନ୍‌ ଗେମିଂ ବିଲ୍‌, ୨୦୨୫

August 20, 2025

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧଙ୍କ ମୃତ୍ୟୁ

August 20, 2025

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.