ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ, ଏକାଥରେ ବଦଳିଲେ 39 ଜଣ ଅଧିକାରୀ, ପୋଲିସ କମିଶନର ହେଲେ ସୁଧାଶୁଂ ଷଡଙ୍ଗୀ

Published: Aug 19, 2019, 9:32 pm IST
IPS Reshuffle

ସମୀକ୍ଷା ବ୍ୟୁରୋ

ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି। ସରକାର ଏକାଥରେ 39 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି। ଭୁବନେଶ୍ବର କଟକ ପୋଲିସ କମିଶନର ଭାବେ ନିଯୁକ୍ତ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ସୁଧାଶୁଂ ଷଡଙ୍ଗୀ। ବର୍ତ୍ତମାନ ପୋଲିସ କମିଶନର ଥିବା ସତ୍ୟଜିତ ମହାନ୍ତିଙ୍କୁ  ପୋଲିସ ପ୍ରିଜନସ ର ଅତିରିକ୍ତ ଡିଜି ଭାବେ ବଦଳି କରାଯାଇଛି। ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର, ଆର.ପି କୋଚେ ଆଇନ ଶୃଙ୍ଖଳା ର ଅତିରିକ୍ତ ଡିଜି, ରାଜେଶ କୁମାରଙ୍କୁ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଏବଂ ଆଶିଷ ସିଂଙ୍କୁ କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ଦିଆଯାଇଛି। ଦୀପ୍ତେଶ ପଟ୍ଟନାୟକ ପୂର୍ବାଞ୍ଚଳ ଆଇଜି, ସତ୍ୟବ୍ରତ ଭୋଇ ଦକ୍ଷିଣାଞ୍ଚଳ ଡିଆଇଜି, ହିଂମାଶୁ ଲାଲ ଉତ୍ତରାଞ୍ଚଳ ଡିଆଇଜି, ଅମିତେନ୍ଦ୍ର ସିହ୍ନା ସିଆଇଡିର ଡିଆଇଜି ଭାବେ ନିଯୁକ୍ତ କରାଯାଇଛି। ଏହି ଅଦଳ ବଦଳରେ 12 ଟି ଜିଲ୍ଲାର ଏସପି ମଧ୍ୟ ବଦଳି ହୋଇଛନ୍ତି। ମୟୁରଭଂଜ,କୋରାପୁଟ, ନୂଆପଡା, ମାଲକାନାଗିରି,ବରଗଡ ଜଗତସିଂହପୁର, ବଉଦ, ଅନୁଗୁଳ, ରାଉରକେଲା, କେଉଁଝର ଏବଂ ବଲାଙ୍ଗୀର ଏସପିଙ୍କୁ ବଦଳ କରାଯାଇଛି।

Related posts