Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ମୋଦୀ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ନା ବିରୋଧୀ ମାରଣ ଷଡଯନ୍ତ୍ର, ଏକ ଆକଳନ
ମତାମତ

ମୋଦୀ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ନା ବିରୋଧୀ ମାରଣ ଷଡଯନ୍ତ୍ର, ଏକ ଆକଳନ

August 27, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

ସାଗରିକା 

କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ନାଟକୀୟ ଢଙ୍ଗରେ ଗିରଫ ହେଲା ପରେ ପୁଣି ଥରେ ବିରୋଧୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର କଂଗ୍ରେସ ବିରୋଧରେ ପ୍ରତିଶୋଧ ନେଉଛି କାରଣ ପି ଚିଦମ୍ବରମ ଗୃହମନ୍ତ୍ରୀ ଥିବା ବେଳେ ଶୋହରାବୁଦ୍ଦିନ ମିଛ ଗୁଳିକାଣ୍ଡ ମାମଲାରେ ବର୍ତ୍ତମାନ ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସିବିଆଇ ଗିରଫ କରିଥିଲା  ।

ନରେନ୍ଦ୍ର ମୋଦି ସରକାର ଗଠନ କଲା ପରେ ଏହିଭଳି ମାମଲାର ସଂଖ୍ୟା ବଢି ବଢି ଚାଲିଛି । କେତେକ ମାମଲାରେ ତିନି ପ୍ରମୁଖ ବିରୋଧୀ ଦଳର ନେତା ସମ୍ପୃକ୍ତ ଥିବା ବେଳେ ଦୁଇ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମାନଙ୍କ ଭିତରେ କେତେକ ପୂର୍ବ କେନ୍ଦ୍ରମନ୍ତ୍ରୀ ସମ୍ପୃକ୍ତ ଅଛନ୍ତି ।

ଏଇ ନିକଟ ଅତୀତରେ କର୍ଣ୍ଣାଟକ ଶକ୍ତି ମନ୍ତ୍ରୀ ଡି କେ ଶିବାକୁମାରଙ୍କ ଉପରେ ପ୍ରବର୍ତ୍ତନ ଆୟକର ବିଭାଗ  ଚଢାଉ କରିବା ପରେ ବିଜେପି ଅଣ ବିଜେପି ସରକାରଙ୍କ ଉପରେ ଆକ୍ରୋଶ ମୂଳକ ଭାବେ ଚଢାଉ କରି ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ।

ଏହିଭଳି ଚଢାଉର ପ୍ରମୁଖ ମାମଲା ଭିତରେ ନ୍ୟାସନାଲ୍‌ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ଯାହା କୋର୍ଟ ବିଚାରାଧୀନ ରହିଛି । ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ଉପରେ ଏକ ସିବିଆଇ ମାମଲା କୋର୍ଟରେ ଚାଲିଛି ଏବଂ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଆୟକର ବିଭାଗଙ୍କ ଚଢାଉ ପରେ ମାମଲା ଚାଲିଛି ।

ଆୟକର ବିଭାଗ  ଅତୀତରେ ଏକାଥରେ କଂଗ୍ରେସ ନେତାଙ୍କର ୬୪ଟି ଜାଗା ରେ ଚଢାଉ କଲା ପରେ କଂଗ୍ରେସ ନେତା ଡିକେ ଶିବାକୁମାର କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ସରକାର କେନ୍ଦ୍ରୀୟ ଏଜେନ୍ସି ଗୁଡିକର ଅପ ପ୍ରୟୋଗ କରି ବିରୋଧୀ ଦଳର ନେତା ମାନଙ୍କୁ ଡରାଉଛି ।

ଏହାର ଜବାବରେ ବିଜେପି କହିଛି ଯେ ଟ୍ୟାକ୍ସ ଫାଙ୍କୁଥିବା ଲୋକଙ୍କୁ ଧରାଯାଉଛି ଏବଂ ଏହିପରି ଅଭିଯୋଗ ଭିତ୍ତିହୀନ ଅଟେ । କିନ୍ତୁ ବିରୋଧୀ ଦଳ ଅଭିଯୋଗ କରି କହିଛି ଯେ ବିଜେପି ଏପରି କରି ବିରୋଧୀ ଦଳ ଭିତରେ ଥିବା ଏକତାକୁ ଭାଙ୍ଗିବାକୁ ପ୍ରୟସ କରୁଛି ଏହାର ଉତ୍ତରରେ ବିଜେପି କହିଛି ଦୁର୍ନୀତିକୁ ରୋକିବା ପାଇଁ ଏଜେନ୍ସିଗୁଡିକ ଭିତରେ ଅଦ୍ଭୁତ ସମନ୍ଵୟ ରହିଛି ।

ପ୍ରମୁଖ ମାମଲା ଗୁଡିକ ମଧ୍ୟରେ ନ୍ୟାସନଲ ହେରାଲ୍ଡ ମାମଲା ରହିଛି ଏଥିରେ ସୋନିଆ ଏବଂ ରାହୁଲ ଗାନ୍ଧି ଅଭିଯୁକ୍ତ ରହିଛନ୍ତି । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଓସ୍କାର ଫର୍ଣ୍ଣାଣ୍ଡିଜ୍‌ ଏବଂ ମୋତିଲାଲ ଭୋରଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଥିଲେ  ।

ସେହିପରି ଆମ ଆଦମୀ ପାର୍ଟି ଏବଂ ପାର୍ଟି ମୁଖ୍ୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକାଧିକ ମାମଲା ସିବିଆଇ ପକ୍ଷରୁ ତଦନ୍ତ କରିଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଦୁର୍ନୀତି ନିବାରଣ ସଂସ୍ଥା ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଲଞ୍ଚ ନେବାର ଅଭିଯୋଗ କରିଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିମୁଦ୍ରାକରଣ ବିରୋଧ କରୁଥିବା ବେଳେ ତାଙ୍କ ଦଳର  ନେତା ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ଥିବା ଦର୍ଶାଇ ସିବିଆଇ ଉଠାଇ ନେଇଥିଲା

୨୦୧୫ ମସିହା ସେପ୍ଟେମ୍ବରରେ ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କର ଝିଅ ବାହାଘର ଚାଲିଥିବା ସମୟରେ ସିବିଆଇ ଏକ ଦୁର୍ନୀତିରେ ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କ ଘର ଉପରେ ଚଢାଉ କରିଥିଲା ।

ଗତବର୍ଷ ଏପ୍ରିଲରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଫ୍ଲୋର ଟେଷ୍ଟ ଚାଲିଥିବା ସମୟରେ ତାଙ୍କୁ ସମର୍ଥନ କରିବା ଲାଗି ବିରୋଧୀ କଂଗ୍ରେସ ବିଧାୟକଙ୍କୁ ଲଞ୍ଚ ଦେବା ଅଭିଯୋଗରେ ସିଆଇଆଇ ବି ଆଇ ତାଙ୍କ ବିରୋଧରେ ଏକ ମାମଲା ଦରଜ କରିଥିଲା ।

ସେହିପରି ଗୁରୁଗ୍ରାମ ଜମି ଆବଣ୍ଟନ ମାମଲାରେ ହରିୟଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ୍ଡା ମଧ୍ୟ ସିବିଆଇ ର ସମ୍ମୁଖୀନ ହୋଇଥିଲେ । ଅନ୍ୟ ଏକ ମାମଲାରେ ବିଏସପି ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟବତୀ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନରେ ବହୁ କୋଟି ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ସିବିଆଇ ତାଙ୍କୁ ଜେରା କରିଥିଲା । ସେହିପରି ତତ୍କାଳୀନ ଜମ୍ମୁ କାଶ୍ମୀର ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ଓମର ଅବଦୁଲ୍ଲାଙ୍କୁ ଜାମୁ କାଶ୍ମୀର କ୍ରିକେଟ ଆସୋସିଏଆସନରେ ହୋଇଥିବା ୧୧୩ କୋଟି ଟଙ୍କା ହେରଫେର ଅଭିଯୋଗ ରେ ସିବିଆଇ ତାଙ୍କୁ ଜେରା କରିଥିଲା   ।

ଏଇ ନିକଟ ଅତୀତରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ମିଳିତ ଭାବରେ ବିହାରର ପୂର୍ବତନ  ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ସଦସ୍ୟ ମାନଙ୍କ ନାମରେ ଥିବା ସମ୍ପତ୍ତି ଗୁଡିକ ଉପରେ ମିଳିତ ଭାବେ ଚଢାଉ କରିଥିଲା । ଏହି ଚଢାଉ ପ୍ରଭାବରେ ସେତେବେଳର ଗଠବନ୍ଧନ ସରକାର ଭାଙ୍ଗି ଯାଇଥିଲା ଏବଂ ସେତେବେଳର ନିତୀଶ କୁମାର ବିଜେପି ସହ ମିଶି ସରକାର ଗଠନ କରିଥିଲେ । ଏଥିରେ ସୁଶୀଲ ମୋଦୀ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ  ।

କେତେକ ଗୁରୁତ୍ୱପୂର୍ଣ୍ଣ ଚଢାଉ

ଅଗଷ୍ଟ୨, ୨୦୧୭ରେ  ଆୟକର ବିଭାଗ କର୍ଣ୍ଣାଟକର ଶକ୍ତିମନ୍ତ୍ରୀ ଥିବା କଂଗ୍ରେସ ର ଡି କେ ଶିବାକୁମାରଙ୍କ ୬୪ ଟି ସ୍ଥାନରେ ଚଢାଉ କରିଥିଲା ।

ମଇ ୩୧, ୨୦୧୭ରେ କଂଗ୍ରେସ ନେତା ବାବା ଶିଦ୍ଦିକଙ୍କର ବିଭିନ୍ନ ଆଡ୍ଡା ଉପରେ ବାନ୍ଦ୍ରାରେ ବସ୍ତି ଥଇଥାନ ବାବଦକୁ ୪୦୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ  ଚଢାଉ କରିଥିଲା  ।

ଏପ୍ରିଲ ୨୦୧୭ ରେ ଅର୍ଥ ଠକେଇ ଅଭିଯୋଗରେ ଆୟକର ବିଭାଗ ଶିବରାଜ ପାଟିଲଙ୍କ ପୁତ୍ର ଶୈଲେଶ ପାଟିଲଙ୍କର ଚଣ୍ଡିଗଡ ଏବଂ ଦିଲ୍ଲୀ ସ୍ଥିତ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସେହିପରି କଣ୍ଣାଟକର କ୍ଷୁଦ୍ର ଏବଂ ଲଘୁଦ୍ୟୋଗ ମନ୍ତ୍ରୀ ରମେଶ ଜାରକିହୋଲି ଏବଂ ରାଜ୍ୟ ମହିଳା କଂଗ୍ରେସ ଅଧ୍ୟକ୍ଷ ଲକ୍ଷ୍ମୀ ଆର ହେବଲକରଙ୍କୁ ଦୁର୍ନୀତି ଅଭିଯୋଗରେ ଆୟକର ବିଭାଗ ଚଢାଉ କରିଥିଲା ଏଥିରେ ଆୟକର ବିଭାଗ ୧୬୨ କୋଟି ନଗଦ ଟଙ୍କା ସହିତ ୧୨ କିଲୋଗ୍ରାମ ସୁନା ଜବତ କରିଥିଲା ।

ଡିସେମ୍ବର ୨୦୧୬ରେ ତାମିଲନାଡୁର ପୂର୍ବତନ ମୁଖ୍ୟ ସଚିବ ପି ରାମା ମୋନାନା ରାଓଙ୍କୁ ଆକ୍ରୋଶମୂଳକ ଭାବେ ଆୟକର ଚଢାଉ କରିଥିବାର ଅଭିଯୋଗ ହୋଇଥିଲା  । ଏଥିରେ ବିମୁଦ୍ରାକରରେ ସାରା ଦେଶ ହଇରାଣ ହେଉଥିବା ବେଳେ ତାଙ୍କ ନିକଟରୁ ୯୦ କୋଟି ଟଙ୍କା  ଜବତ କରାଯାଇଥିଲା, ଯେଉଥିରେ ୧୦ କୋଟି ଟଙ୍କାର ନୂଆ ୨୦୦୦ ଟଙ୍କିଆ ନୋଟ ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂଚନା ଦେଇଥିଲେ ।

ମଇ ୨୦୧୬ ରେ ହରିୟଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଆଧାର ରେ ଚଣ୍ଡିଗଡର ୧୬ ଟି ସ୍ଥାନରେ , ପଞ୍ଚକୁଲା, ନୂଆଦିଲ୍ଲୀ, ଫରିଦାବାଦ, ରୋହତକ, ଗୁରୁଗ୍ରାମ, କର୍ଣାଲ ଏବଂ କୁରୁକ୍ଷେତ୍ରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

ଡିସେମ୍ବର ୨୦୧୫ରେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କର ବ୍ୟକ୍ତିଗତ ସଚିବ ରାଜେନ୍ଦ୍ର କୁମାରଙ୍କୁ ଜେରା କରିବା ପରେ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଥିଲା । ଅରବିନ୍ଦ କେଜ୍ରିବାଲ ଅଭିଯୋଗ କରିଥିଲେ ଯେ ସେତେବେଳର ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲିଙ୍କ ଡିଡିସିଏ ରେ ସମ୍ପୃକ୍ତି ନେଇ ଏକ ଫାଇଲ ଲାଗି ତାଙ୍କ ଅଫିସରେ ସିବିଆଇ ଅତର୍କିତ ଚଢାଉ କରିଥିଲା କିନ୍ତୁ ଏହାକୁ ସିବିଆଇ ଖଣ୍ଡନ କରିଥିଲା ।

ଡିସେମ୍ବର ୨୦୧୫ରେ ଏୟାରସେଲ ମାକ୍ସିସ ଡିଲରେ ଆର୍ଥିକ ହେରଫେର ଅଭିଯୋଗରେ ପି ଚିଦାମ୍ବରମଙ୍କ ପୁତ୍ର କାର୍ତ୍ତିକଙ୍କ ସମ୍ପୃକ୍ତି ନେଇ ତାଙ୍କ ବାସଭବନରେ ଆୟକର ବିଭାଗ ଏବଂ ଇଡି ମିଳିତ ଭାବରେ ଚଢାଉ କରିଥିଲେ ।

ସେପ୍ଟେମ୍ବର ୨୦୧୫ ରେ ପ୍ରଥମ କରି ସିବିଆଇ ବିରୋଧୀଙ୍କ ଉଦ୍ଦେଶ୍ୟରେ ଆକ୍ରୋଶମୂଳକ ଭାବେ ଚଢାଉ କରିଥିଲା ଯେଉଁଥିରେ ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡିକୁ ନିଜ ଫାଇଦା ଲାଗି ବ୍ୟବହାର କରୁଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ ।

ସିବିଆଇ ଓ ଇଡ଼ି ପରି ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାର ନିଜର ରାଜନୈତିକ ସ୍ଵାର୍ଥ ହାସଲ ପାଇଁ ବ୍ୟବହାର କରୁଛନ୍ତି କି? ଯଦି କରୁଛନ୍ତି, ତାହେଲେ ଏହା ଦୁର୍ନୀତି ଠାରୁ ମଧ୍ୟ ବଡ ଦୁର୍ନୀତି।

Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.