Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ପାକିସ୍ତାନ ଅଛି ବୋଲି ଭାରତରେ ଆଉ ବିରୋଧୀ ଦଳ ରହିବେ ନାହିଁ ବା ଭିନ୍ନ ମତ ରହିବ ନାହିଁ କି?
ମତାମତ

ପାକିସ୍ତାନ ଅଛି ବୋଲି ଭାରତରେ ଆଉ ବିରୋଧୀ ଦଳ ରହିବେ ନାହିଁ ବା ଭିନ୍ନ ମତ ରହିବ ନାହିଁ କି?

August 28, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ନୂଆ ଭାରତରେ ସରକାରକୁ ବିରୋଧ କରିବାକୁ ପାକିସ୍ତାନ ସପକ୍ଷବାଦୀ ହେବା ବା ଦେଶଦ୍ରୋହୀ ହେବା ସହ ତୁଳନୀୟ ବୋଲି  କହିବାର ଏକ ବିପଜ୍ଜନକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପରୋକ୍ଷରେ ପାକିସ୍ତାନକୁ ହିଁ ସୁହାଉଛି। ଗତକାଲି ପାକିସ୍ତାନ କଶ୍ମୀର ସମ୍ପର୍କରେ ଜାତିସଂଘ ସାଧାରଣ ପରିଷଦକୁ ଲେଖିଥିବା ଏକ ଚିଠିରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ “କୋଟ” କରିଛି ବୋଲି କୁହାଯାଇଛି ଓ ଏ ସଙ୍କ୍ରାନ୍ତରେ କଂଗ୍ରେସ ସଫେଇ ମଧ୍ୟ ଦେଇଛି। ଏଠି ପ୍ରଶ୍ନ ହେଉଛି, ପାକିସ୍ତାନ ଅଛି ବୋଲି ଭାରତରେ ବିରୋଧୀ ଦଳ ରହିବେ ନାହିଁ କି? ପାକିସ୍ତାନ କଣ କରିବ, ତାହାକୁ ଆଖି ଆଗରେ ରଖି ଭାରତର ଆଭ୍ୟନ୍ତରୀଣ ରାଜନୀତି ପରିଚାଳିତ ହେବ କି? କଶ୍ମୀର ପ୍ରସଙ୍ଗରେ ଆମେ ଭାରତୀୟମାନେ ଯାହା ବି କହୁଛୁ, ତାହା ଆମ ଲୋକଙ୍କ ପାଇଁ କହୁଛୁ। କଶ୍ମୀର ଓ କଶ୍ମୀରବାସୀ ଆମର ଅଭିନ୍ନ ଅଙ୍ଗ ବୋଲି ତାଙ୍କର ସାମ୍ବିଧାନିକ ଅଧିକାର ସପକ୍ଷରେ ଠିଆ ହେବା ଆମର ନୈତିକ ଦାୟିତ୍ଵ।  ସେମାନଙ୍କର ଅଧିକାର ଆମ ଅଧିକାରଠୁ ଅଲଗା ନୁହଁ ବା ସେମାନେ ଆମଠୁ ଭିନ୍ନ ନୁହନ୍ତି। ଏପରିକି “ଆମେ” ଓ “ସେମାନେ” ବୋଲି କହିବା ମଧ୍ୟ ଏକପ୍ରକାର ଭୁଲ। ପ୍ରତ୍ୟେକ କଶ୍ମୀରବାସୀ ଭାରତର ପୂର୍ଣ୍ଣ ନାଗରିକ ଓ ତାଙ୍କ ଅଧିକାର କ୍ଷୁଣ୍ଣ ହେଲେ ତା ବିରୋଧରେ କହିବା ଆମର ଜାତୀୟ ଦାୟିତ୍ଵ।

ଆମର କୌଣସି ରାଜନୈତିକ ଦଳ ବା ନେତା କହିନାହାନ୍ତି ଯେ, କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ। ଯାହା ବାରମ୍ବାର ମୋଦୀ ସରକାର କହୁଛନ୍ତି, ଏହା ଦ୍ଵିପାକ୍ଷିକ ମାମଲା ବୋଲି, ତାହା ମଧ୍ୟ ଅସତ୍ୟ। କଶ୍ମୀର କେବଳ ଭାରତର ଓ ଭାରତବାସୀ ହିଁ କଶ୍ମୀର ପ୍ରସଙ୍ଗରେ ନିଜର ମତ ରଖିପାରିବେ। ପାକିସ୍ତାନ କଣ କହୁଛି, କଣ କରୁଛି, ସେ କଥା ପାକିସ୍ତାନ ବୁଝିବ।ଏଠି ପ୍ରତି କଥାରେ ଭାରତୀୟ ରାଜନୀତିରେ ପାକିସ୍ତାନକୁ ଟାଣିବାର ଅର୍ଥ ହେଉଛି, କେଉଁଠି ନା କେଉଁଠି ଶାସକ ଦଳ ସାରା ଦେଶରେ “ପାକିସ୍ତାନ ଫୋବିଆ” ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ଆମ ଦେଶରେ ରେ ସାମ୍ବିଧାନିକ ଗଣତନ୍ତ୍ର ରହିଛି ଓ ସମ୍ବିଧାନ ଏଠି ପ୍ରତ୍ୟେକ ନାଗରିକକୁ ସମାନତାର ଅଧିକାର ଦେଇଛି। ସରକାରକୁ ସମର୍ଥନ କରିବା ଜଣେ ନାଗରିକର ଯେତିକି ଅଧିକାର, ସରକାରକୁ ବିରୋଧ କରିବା ମଧ୍ୟ ସେତିକି ସମାନ ଅଧିକାର। ଏହି ଅଧିକାର ସହିତ କୌଣସି ପ୍ରକାର ସାଲିସ କରାଯାଇ ପାରିବ ନାହିଁ। ଯଦି କଶ୍ମୀର ପ୍ରସଙ୍ଗରେ ସବୁ ରାଜନୈତିକ ଦଳର ମତ ସମାନ ହେବା ଉଚିତ ବୋଲି କେନ୍ଦ୍ର ସରକାର ଓ ଶାସକ ଦଳ ବିଜେପି ଭାବୁଛନ୍ତି, ଏଥିପାଇଁ ସବୁ ଦଳକୁ ଏକାଠି କରିବାର ପ୍ରୟାସ କରା ହୋଇଛି କି? କଶ୍ମୀର ଯଦି ଦେଶର ସାର୍ବଭୌମତ୍ଵର ପ୍ରଶ୍ନ ତାହେଲେ, ସେ ସମ୍ପର୍କରେ ନେଇଥିବା ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ବା ଗୃହମନ୍ତ୍ରୀ ସବୁ ରାଜନୈତିକ ଦଳଙ୍କୁ ଅବଗତ କରାଇବାର ନୈତିକ ଦାୟିତ୍ଵ ତୁଲାଇଛନ୍ତି କି ?

ଏକଦା କଶ୍ମୀର ପ୍ରସଙ୍ଗରେ ଜାତିସଙ୍ଘରେ ବକ୍ତବ୍ୟ ରଖିବା ଲାଗି କଂଗ୍ରେସର ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ବିରୋଧୀ ଦଳ ନେତା ଅଟଳ ବିହାରୀ ବାଜପାୟୀଙ୍କୁ ପଠାଇଥିଲେ। ସେ ପ୍ରକାର ରାଜନୈତିକ ଏକତା ପ୍ରଦର୍ଶନ କରିବାର ନୈତିକତା ଆଜିର ନେତୃତ୍ଵ ପାଖରେ ନାହିଁ କାହିଁକି? କଶ୍ମୀର ଜନ ସାଧାରଣଙ୍କୁ ବିଚ୍ଛିନ୍ନ କରିଦେଇ ସେମାନଙ୍କୁ ଆମର ଅଭିନ୍ନ ଅଙ୍ଗ ବୋଲି କହିବା କେବଳ ଛଳନା ମାତ୍ର। କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଓ କଶ୍ମୀରବାସୀ ଆମ ନିଜର, ଏକଥା ତାଙ୍କୁ ବିଚ୍ଛିନ୍ନ କରି ବୁଝାଇ ହେବନାହିଁ।

କଶ୍ମୀର ରେ ରାଜନୈତିକ ଗତିବିଧି ସଂପୂର୍ଣ୍ଣ ବନ୍ଦ କରିଦେବା ସମ୍ଭବ କି? ଦେଶର ପ୍ରମୁଖ ବିରୋଧୀ ଦଳର ନେତାମାନେ ଯେତେବେଳେ କଶ୍ମୀର ଗସ୍ତରେ ଯାଉଛନ୍ତି, ତାଙ୍କୁ ସେଠାରୁ ଫେରାଇଦେବାର ଦୃଶ୍ୟ ପୃଥିବୀର ଜନ ସାଧାରଣ ଦେଖୁ ନାହାନ୍ତି କି? ଯଦି କଶ୍ମୀର ପ୍ରସଙ୍ଗରେ ଭାରତ ସରକାର ରାଷ୍ଟ୍ରୀୟ ସହମତି ଚାହୁଁଥିଲେ ତାହେଲେ ତୁରନ୍ତ ଏଥି ପାଇଁ ସର୍ବଦଳୀୟ ବୈଠକ ଡାକି ଏ ସମ୍ପର୍କରେ ଏକ ସର୍ବ ସମ୍ମତ ପ୍ରସ୍ତାବ ଗ୍ରହଣ କରିବା ଉଚିତ ହୋଇଥାନ୍ତା। ଯଦି ସରକାର ଭାବୁଛନ୍ତି ଯେ, କଶ୍ମୀର ର ଭଲ ପାଇଁ ମାସ ମାସ ଧରି ଏହାକୁ ବିଛିନ୍ନ ରଖିବାର ଅପରିହାର୍ୟ ଆବଶ୍ୟକତା ରହିଥିଲା, ତାହେଲେ ମଧ୍ୟ ଏ ସମ୍ପର୍କରେ ରାଜନୈତିକ ଦଳମାନଙ୍କୁ ଅବଗତ କରିବା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ପ୍ରାଥମିକ ଦାୟିତ୍ଵ ଥିଲା। ବିରୋଧୀଙ୍କୁ ଅପମାନିତ କରି ଫେରାଇଦେବା ଅପେକ୍ଷା ସେଠିକି ଏକ ସର୍ବଦଳୀୟ ପ୍ରତିନିଧି ଦଳଙ୍କୁ ସରକାର ଯଦି ପଠାଇ ପାରିଥାନ୍ତେ ତାହେଲେ ପାକିସ୍ତାନ ଅଧିକ ଲଜ୍ଜିତ ହୋଇଥାନ୍ତା।

ଦେଶ କହିଲେ କେବଳ ଶାସକ ଦଳ ନୁହନ୍ତି। ଦେଶରେ ଶାସକ ଓ ବିରୋଧୀ ଉଭୟ ରହିବେ। ଯେଉଁ ପ୍ରସଙ୍ଗରେ ରାଷ୍ଟ୍ରୀୟ ସହମତିର ଆବଶ୍ୟକତା ରହିଛି, ସେଠି ସବୁଦଳକୁ ସାଙ୍ଗରେ ନେଇ ଚାଲିବା ଶାସକ ଦଳର ଦାୟିତ୍ଵ। କଶ୍ମୀର ପ୍ରସଙ୍ଗରେ ଦେଶର ସରକାରୀ ଦଳ କେବଳ ନିଜର ମତ ରଖିବ ଓ ତାକୁ ନିର୍ବିଚାରରେ ସବୁ ବିରୋଧୀ ସମର୍ଥନ କରିବେ ବୋଲି ଭାବିବା, ଏକଛତ୍ରବାଦର ପରିଚାୟକ।

Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ :’ଦିଦି’ ବ୍ରାଣ୍ଡ ପାଇଁ ଏକ ପରୀକ୍ଷା

April 29, 2026

ଖରାଦିନେ ଗର୍ଭବତୀ ମହିଳା କିପରି ଯତ୍ନ ନେବେ

April 29, 2026

ରାଶିଫଳ: ଆଜି ଏପ୍ରିଲ ୨୯ ତାରିଖ ବୁଧବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

April 29, 2026

ଚ଼ିଲିକା ପୁସ୍ତକ ମେଳାର ଉଦଯାପନୀ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ

April 28, 2026

ବସ୍ ଟ୍ରକ ମୁହାଁମୁହିଁ ଧକ୍କା : ୨ ମୃତ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.