Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଗାଡି ଫାଇନ ଆଦାୟ ନେଇ ରାଜମହଲ ଛକରେ ପୋଲିସ ଜନତା ଖଣ୍ଡଯୁଦ୍ଧ, ପୋଲିସର ମାତ୍ରାଧିକ କାର୍ଯ୍ୟ ନେଇ ଜନ ଅସନ୍ତୋଷ
ମତାମତ

ଗାଡି ଫାଇନ ଆଦାୟ ନେଇ ରାଜମହଲ ଛକରେ ପୋଲିସ ଜନତା ଖଣ୍ଡଯୁଦ୍ଧ, ପୋଲିସର ମାତ୍ରାଧିକ କାର୍ଯ୍ୟ ନେଇ ଜନ ଅସନ୍ତୋଷ

September 7, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଗତ ସପ୍ତାହେ ହେଲା ଲୋକଙ୍କ ଭିତରେ ଯେଉଁ ଅସନ୍ତୋଷ ଥିଲା ତାହା ଆଜି ଉଗ୍ର ରୂପ ଧାରଣ କରିଛି। ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ର ରାଜମହଲ ଛକରେ ଆଜି ଉତ୍ତ୍ୟକ୍ତ ଜନତା ପୋଲିସକୁ ଖୋଲାଖୋଲି ସାମ୍ନା କରିଛନ୍ତି। ରାଜରାସ୍ତାରେ ଆଜି ପୋଲିସ ଲୋକଙ୍କୁ ଗୋଡେଇ ଗୋଡେଇ ମାଡ ଦେଇଛି। ପୋଲିସ ଆକ୍ରମଣରେ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଆହତ ହୋଇଛନ୍ତି। ଗତ ୧୯ ବର୍ଷର ନବୀନ ପଟ୍ଟନାୟକ ସରକାରରେ ପୋଲିସ ଗୁଣ୍ଡାରାଜର ଏ ପ୍ରକାର ଘଟଣା ଲୋକଙ୍କୁ ଆହୁରି କ୍ରୋଧିତ କରିଛି। ନୂଆ ମୋଟର ଯାନ ଆଇନକୁ ଲାଗୁ କରିବାରେ ଓଡିଶା ପୋଲିସର ମାତ୍ରାଧିକ ଆଗ୍ରହ ଓ ତାହାର ପ୍ରତିକ୍ରିୟାରେ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବାରୁ ଆଜି ଏ ପ୍ରକାର ଘଟଣା ଘଟିଛି। ଗତ ସପ୍ତାହେ ହେଲା ଏହି ଆଇନକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳୁଥିଲା। ଲୋକେ ଭୟରେ ନିଜର ଦୁଇ ଚକିଆ ଗାଡି ନେଇ ରାସ୍ତାକୁ ଆସିବା ବନ୍ଦ କରିଦେଇଛନ୍ତି। ତେବେ ଲୋକଙ୍କୁ ଭୟଭୀତ କରିବା ପୋଲିସର ବଡ ସଫଳତା ବୋଲି ପୋଲିସ ଭାବିନେଇଛି।

ଯେ କୌଣସି ଆଇନକୁ କାର୍ୟକାରୀ କରିବା ପୂର୍ବରୁ ସେ ସମ୍ପର୍କରେ ସବିଶେଷ ଜନ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ। ହଜାର ହଜାର ଟଙ୍କାର ଜରିମାନା ଆଦାୟ କରିବାର ସାମନ୍ତବାଦୀ ଆଇନକୁ ଲୋକେ ମୁଣ୍ଡପାତି ଗ୍ରହଣ କରିନେବେ ବୋଲି ଭାବିବା ପୋଲିସର ସବୁଠୁ ବଡ ଭୁଲ ଥିଲା। ଏହି ଆଇନକୁ ବିଜେପି ଶାସିତ ରାଜ୍ୟ ଗୁଡିକ ମଧ୍ୟ କାର୍ୟକାରୀ କରୁନଥିବା ବେଳେ ଓଡିଶା ସରକାର ଏହାକୁ ତୁରନ୍ତ ଲାଗୁ କରିବାର କାରଣ ଏଯାଏ ବୁଝା ପଡୁନାହିଁ।

ଆଜି ରାଜଧାନୀ ଭୁବନେଶ୍ବରର ରାଜମହଲ  ପ୍ରଥମେ କିଛି ଲୋକ ପୋଲିସ ଗାଡିର କାଗଜପତ୍ର ଯାଞ୍ଚ କରିବାକୁ ଚେଷ୍ଟା କରିଥିଲେ। ଇତି ମଧ୍ୟରେ ଲୋକେ ଦେଖୁଛନ୍ତି ଯେ, ପୋଲିସ ସରକାରୀ ଗାଡି ଗୁଡିକୁ ଢିଲା ଛାଡୁଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଅଧିକ ଜୁଲମ କରୁଛି। ପୁରୁଣା-ଧତଡା ଲୁନା ଖଣ୍ଡେ ଧରି କ୍ଷୀର ବିକୁଥିବା ବୁଢା ଲୋକ ଉପରେ ୫୦୦୦ ଟଙ୍କାର ଜରିମାନା- ସେକଥା ଶୁଣି ଲୋକେ ତାତିବା ସ୍ଵାଭାବିକ। ଏହି ଆଇନରେ ସାଧାରଣ ଗରିବ ଲୋକଙ୍କର ଜୀବନ ଓ ଜୀବିକା ଦୁର୍ବିସହ ହୋଇପଡିଛି। ସେକଥା ନ ବୁଝି ରାଜ୍ୟ ପୋଲିସ ଏହି ଆଇନକୁ ଅତ୍ୟଧିକ ମାତ୍ରାରେ ଲୋକଙ୍କ ଉପରେ ଲଦିଦେବାକୁ ଚେଷ୍ଟା କଲା। ରାଜମହଲ ଛକରେ ଲୋକଙ୍କର ପ୍ରତିକ୍ରିୟାକୁ ଗଣତାନ୍ତ୍ରିକ ଉପାୟରେ ସାମ୍ନା ନ କରି ଲାଠିମାଡ କରିବା ଓ ଗୁଣ୍ଡା ଭଳି ପ୍ରଦର୍ଶନ କରିବା, ସରକାରଙ୍କୁ ନିନ୍ଦିତ କରିଛି।

ରାଜଧାନୀ ଓ କଟକ ପୋଲିସ କମିଶନର ଭାବରେ ଯୋଗଦେବା ବେଳେ ସୁଧାଂଶୁ ଷଡଙ୍ଗୀ ପୋଲିସ ଲୋକଙ୍କ ବନ୍ଧୁ ଭାବେ କାମ କରିବ ବୋଲି ଘୋଷଣା କରିଥିଲେ। ତେବେ ଲାଠିମାଡ କରି ଏ କି ପ୍ରକାର ବନ୍ଧୁତା ତାହା ଲୋକେ ନିଶ୍ଚୟ ପଚାରିବେ? ଲୋକଙ୍କ ଉପରେ ଜୁଲମ କରି ଯଦି କୌଣସି ଆଇନକୁ ଲଦି ଦେବାକୁ ଚେଷ୍ଟା କରାଯାଏ ତାହେଲେ, ତାହାର ପରିଣତିରେ ଉଗ୍ର ଜନ ଅସନ୍ତୋଷ ପ୍ରକାଶ ପାଇବା ସ୍ଵାଭାବିକ। ଆଜିର ରାଜମହଲ ଘଟଣା ପରେ ଏହି ଆଇନ ବିରୋଧରେ  ଜନମତ ପ୍ରବଳ ହେବା ସୁନିଶ୍ଚିତ।

 

Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଚିର ନିଦ୍ରାରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ସଂଗୀତ ଜଗତରେ ଶୋକର ଛାୟା

August 21, 2026

ପେଲେଟ୍ ଗନ୍ ମାମଲା: ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ

August 21, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.