Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଦୁଇଟି ତଥ୍ୟର ରାଜନୈତିକ ବ୍ୟବଚ୍ଛେଦ:ଏକ ରମ୍ୟଲେଖ
ମତାମତ

ଦୁଇଟି ତଥ୍ୟର ରାଜନୈତିକ ବ୍ୟବଚ୍ଛେଦ:ଏକ ରମ୍ୟଲେଖ

December 31, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଜ୍ୟୋତି ନନ୍ଦ

ଏଠାରେ ଦୁଇଟି ତଥ୍ୟ ଉପସ୍ଥାପନ କରାଯିବ ଆଉ ସେହି ଦୁଇଟି ତଥ୍ୟ ସହିତ ସାଂପ୍ରତିକ ରାଜନୀତିକୁ ଯୋଡାଯିବ। ଏହା ମୂଖ୍ୟତଃ ଏଇ ରମ୍ୟଲେଖର ସାମଗ୍ରିକ ରୂପରେଖ।ତେଣୁ ବିଚିତ୍ର ତଥ୍ୟ ପ୍ରତି ଆଗ୍ରହ ଥିବା ଲୋକେ ଏଥିରେ ତଥ୍ୟର ବୈଚିତ୍ର୍ୟକୁ ଉପଭୋଗ କରିପାରନ୍ତି ଆଉ ଯେଉଁମାନେ ସବୁକଥାରେ ତୁଣ୍ଡ ସୁଆଦ ପାଇଁ ରାଜନୀତିର ଛୁଙ୍କ ରହିବା ଦରକାର ବୋଲି ଭାବନ୍ତି ତାଙ୍କ ପାଇଁ ରାଜନୀତି ବି ଯଥାସ୍ଥାନରେ ରହିଛି।

ଏବେ ପ୍ରସଙ୍ଗକୁ ଆସିବା।

ଦୁଇ ରାତି ତଳର କଥା।

ଦୁଇ ରାତି ତଳେ  ମାନେ କାଳଟି ହେଉଛି ଡିସେମ୍ବର ମାସର ୨୯ ତାରିଖ ମାତ୍ର, ସାଲଟିକୁ ଗଣିଥାନ୍ତୁ ୧୬୭୫ ଖ୍ରୀ॰ଅ॰।ଦେଶଟିର ନାଆଁ ଇଂଲଣ୍ଡ ଆଉ ପାତ୍ର ସେଇ ଇଂଲଣ୍ଡର ସମ୍ରାଟ ଚାର୍ଲସ୍ ଦ୍ୱିତୀୟ।

ସେଦିନ ରାତିରେ ରାଜା ଚାର୍ଲସ୍ ଦ୍ବିତୀୟ ଙ୍କ ମୁଣ୍ଡକୁ ଗୋଟିଏ ଅଜବ ଖିଆଲ୍ ଜୁଟିଗଲା।

ପ୍ରାୟ ବର୍ଷକ ତଳେ ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ ଯେମିତି ହଠାତ୍ କୌଣସି ସୁପରମ୍ୟାନ୍ ଭଳି ରାତି ଆଠଟା ବେଳକୁ ଘୋଷଣା କରିଥିଲେ ଯେ ଆଜି ରାତି ନଅଟା ପରଠୁ ପାଆଁଶ ଆଉ ହଜାର ଟଂକିଆ ନୋଟମାନ ଅଚଳ,ଖାଲି କାଗଜ। । ତାହା ପରଠାରୁ ରାତିରେ ଦୁରଦର୍ଶନରେ ଆମର ପ୍ରିୟ ପ୍ରଧାନସେବକଙ୍କୁ ଦେଖିଲେ ଭାରି ଡର ମାଡେ। ତାଙ୍କର ମୁହଁରୁ ଆମ ଦେଶର ସଦ୍ୟ ଆଉ କିଛି ଅଚଳ ହେବାର ବିଜ୍ଞପ୍ତି କାଳେ ବାହାରି ପଡିବ କି ?କାରଣ ଈଶ୍ୱରଙ୍କ ପରେ ସବୁକିଛିକୁ ଅଚଳ କରିଦେବାର କ୍ଷମତା ତାଙ୍କର ରହିଛି ବୋଲି ଆମେ ସମସ୍ତଙ୍କର ଏହା ଭିତରେ ବିଶ୍ୱାସ।

ସେ ଯାହା ହେଉ ଏଠାରେ ପ୍ରସଂଗଟିରେ ଚା’କଫିର କଥା ରହିଛି।

ଆମର ପ୍ରିୟ ପ୍ରଧାନସେବକ ଙ୍କ ଆଦ୍ୟଜୀବନଟି ଏକ ଚା’ବିକ୍ରେତା ଭାବରେ କଟିଥିବାର ତଥ୍ୟ ଆମମାନଙ୍କର ସମସ୍ତଙ୍କର ଗୋଚରରେ ଅଛି। ଅବଶ୍ୟ ଏହି ତଥ୍ୟଟି ୨୦୧୪ ମସିହାର ଲୋକସଭା ନିର୍ବାଚନ ପୂର୍ବରୁ ସଂପୂର୍ଣ୍ଣ ଅଂଧକାରରେ ଥିଲା।ରବି ଠାକୁରଙ୍କ “ଆଜି ଏ ପ୍ରଭାତେ ରବିର କର, କେମନ୍ତେ ପଡିଲା ପ୍ରାଣର ପର” ଭଳି ନିର୍ବାଚନର କିରଣ ସ୍ପର୍ଶରେ ଏହି ଚା’ବାଲା ସଦୃଶ ତଥ୍ୟ-ନିର୍ଝରର ସ୍ୱପ୍ନଭଂଗ ହୋଇଥିଲା।

ତାହା ପରଠାରୁ ଚା’କପରେ ଝଡ ଉଠେ। ସୁବିଧା ଅସୁବିଧାରେ ଝଡ ତିଆରି କରାଯାଏ। ଚା’କପ୍ ରେ ଢେର୍ ଚର୍ଚ୍ଚା ହୁଏ।ଗୋଟିଏ ସହରର ଏକ ବିଶିଷ୍ଟ ଛକରେ ବିରାଟକାୟ କେଟିଲି ଟିଏର ସ୍ଥାପତ୍ୟ ଚିରକାଳ ଚା’ ତଥା ଚା’ବାଲାର ମହିମାମଣ୍ଡନକୁ ଲୋକସ୍ମୃତିରେ ଚିରସ୍ଥାୟୀ କରିବାପାଇଁ ପ୍ରତୀକାକୃତିରେ ରଖାଯିବାର ଉପକ୍ରମ ହୁଏ।କେହିକେହି ରାଜନେତା ବି ଅତ୍ୟୁତ୍ସାହୀ ହୋଇ ନିଜର ରାଜନୈତିକ ବୈଜୟନ୍ତ ପତାକା କୁ ଚା’ପାନ ସହିତ ଚା’ଖଟିରୁ ଫରଫର ହୋଇ ଉଡାଇବାର ପ୍ରଚେଷ୍ଟା କରନ୍ତି।

୧୬୭୫ ଡିସେମ୍ବର ୨୯ତାରିଖ ଦିନ ରାତିରେ ଇଂଲଣ୍ଡର ରାଜା ଚାର୍ଲସ୍ ଦ୍ୱିତୀୟ ହଠାତ୍ ଅନୁଭବ କରନ୍ତି ଯେ ଯେତେସବୁ କଫିହାଉସ୍ ଅଛି ସେଇଠେ ଯେତେଯେତେ ଲୋକ ଏକାଠି ହୋଇ କଫିପାନ କରିବାକୁ ଆସୁଛନ୍ତି ସେମାନଙ୍କର ଏକାଠି ହୋଇଥିବାର ସମୟଟି ଶାସନଦୃଷ୍ଟିରୁ ଶୁଭଙ୍କର ନୁହଁ।ସେମାନେ ଏକାଠି ହେବାର ଅବସରଟିକୁ ରାଜାଙ୍କର ସମାଲୋଚନାରେ ବ୍ୟବହାର କରୁଛନ୍ତି। କଫିହାଉସ୍ ରୁ ରାଜା ତଥା ତାଙ୍କର ଶାସନର ବିରୂପ ଆଲୋଚନା ସର୍ବତ୍ର ପ୍ରସାରିତ ହେବା ଯୋଗୁ ରାଜାଙ୍କ ଜନପ୍ରିୟତା ହ୍ରାସ ହେବାରେ ଲାଗିଛି। ଏହା ଏକ ପ୍ରକାର ରାଜଦ୍ରୋହ। ତେଣୁ ଇଂଲଣ୍ଡର ରାଜା ଦ୍ୱିତୀୟ ଚାର୍ଲସ୍ ଘୋଷଣା କଲେ ଯେ ,ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳଯାଏଁ ଦେଶର ସମସ୍ତ କଫିହାଉସ୍ ବନ୍ଦ ରହିବ।
ସେଇ ଘୋଷଣାନାମା ସଂକ୍ରାନ୍ତର ଛବି ଏଇଠି ସଂଲଗ୍ନ କରାଯାଇଛି।

ସଂପ୍ରତି କେତେଗୁଡିଏ ରାଜ୍ୟରେ ପରାଜୟ ପରେ ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ ଯଦି ରାତିରେ ଦୁରଦର୍ଶନରେ ଆସନ୍ତି ତେବେ ହଠାତ୍ ଏପରି ଆଶଙ୍କା ମନକୁ ଆସେ ଯେ ସମ୍ଭବତଃ ସେ ଘୋଷଣା କରିପାରନ୍ତି,ଆସନ୍ତା କାଲିଠାରୁ ଦେଶର ସବୁ ଚା’ଦୋକାନ ବଂଦ।ଚା’ଦୋକାନ ଥିଲେ ସିନା ଲୋକେ ଅବସର ସମୟ ଟିକିଏ ବାହାର କରିପାରିବେ ଆଉ ସେହି ଅବସର ସମୟରେ ଯେ ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକଙ୍କର ମୁକ୍ତକଂଠରେ ପ୍ରଶଂସା ହେବ,ଏକଥା ନୁହଁ।

ଏବେ ଦ୍ୱିତୀୟ ତଥ୍ୟ।

ଗଲାକାଲି ଅର୍ଥାତ୍ ସେହି ଡିସେମ୍ବର ମାସର ୨୯ ତାରିଖ ମାତ୍ର ସାଲଟି ହେଉଛି ୧୭୬୬ ଖ୍ରୀଅ। ସେଦିନ ଇଂଲଣ୍ଡର ଗ୍ଲାସଗୋ ସହରରେ ଜନ୍ମଗ୍ରହଣ କରିଥିଲେ ଆଉଜଣେ ଚାର୍ଲସ୍।ତାଙ୍କର ପୁରାନାଆଁଟି ହେଉଛି ଚାର୍ଲସ୍ ମାକିନଟୋସ୍।ମାକିନଟୋସ୍ ଙ୍କ କୃତିତ୍ୱ ହେଉଛି ଯେ ସେ ପୃଥିବୀରେ ସର୍ବପ୍ରଥମେ ୱାଟରପ୍ରୁଫ୍ କପଡାର ଉଭାବନ କରିଥିଲେ।ତାଙ୍କଦ୍ୱାରା ନିର୍ମିତ “ମାକିନଟୋସ୍ ରେନକୋଟ୍”ବା ବର୍ଷାତି ବେଶ୍ ଜନପ୍ରିୟତା ଅର୍ଜନ କରିଥିଲା।

ଚାର୍ଲସ ମାକିନଟୋସ୍ ଙ୍କ ବର୍ଷାତି ସହ ଆମେ କେଉଁ ରାଜନୀତିକୁ ଯୋଡିପାରିବା ?

ଆପଣଙ୍କର ସ୍ମରଣରେ ଥାଇପାରେ, ଆମର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ବର୍ଷାତି ପିନ୍ଧି ନିଜ ଗାଧୁଆଘରକୁ ଯାଇଥାନ୍ତି ବୋଲି ଆମର ପୋଷାକପ୍ରିୟ ପ୍ରଧାନସେବକଙ୍କର ଏକ ବକ୍ତବ୍ୟ ଏକଦା ବହୁତ ଚର୍ଚ୍ଚାରେ ଥିଲା।ସେ ଦୃଷ୍ଟିରୁ ଯଦି ଚାର୍ଲସ୍ ମାକିନଟୋସ୍ ୱାଟରପ୍ରୁଫ୍ କପଡା ତଥା ବର୍ଷାତିର ଉଦ୍ଭାବନ କରିନଥାନ୍ତେ ତେବେ ଆମର ପ୍ରଧାନସେବକ ଏପରି ବକ୍ତବ୍ୟ କଦାପି ପ୍ରଦାନ କରିବା ଆଦୌ ସମ୍ଭବ ହୋଇନଥାନ୍ତା।ତେଣୁ ସେତେବେଳେ ଯାହାଯାହା ବିବାଦ ଘଟିଥିଲା ତାହା ମାକିନଟୋସଙ୍କ କୃତ ।ସେଥିରେ ଆମ୍ଭର ଲୋକପ୍ରିୟ ପ୍ରଧାନ ସେବକଙ୍କର କିଛି ବି ଭୂମୀକା ନାହିଁ।

ଶେଷରେ ଉପସଂହାର ରେ ଏତିକି କୁହାଯାଇପାରେ ଯେ ସମସ୍ତ ତଥ୍ୟ ରାଜନୀତି କରିବା ପାଇଁ ଉନ୍ମୁକ୍ତ ରହିଛନ୍ତି ଖାଲି ଆପଣମାନଙ୍କ ଦୃଷ୍ଟି ସେଥିପ୍ରତି ରହିଥିଲେ ତାହା ସମ୍ଭବ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026

‘ଭାରତ ଇନୋଭେଟ୍ସ ୨୦୨୬’ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 15, 2026

ଏହି ଦଳରେ ମିଶିବେ ୨୦ ବିଦ୍ରୋହୀ ଟିଏମସି ସାଂସଦ: ଏନଡିଏ କୁ କରିବେ ସମର୍ଥନ

June 15, 2026
Latest News

ନିର୍ମାଣାଧୀନ ପୋଲ ତଳକୁ ଖସି ୨ ଯୁବକଙ୍କ ମୃତ୍ୟୁ

June 15, 2026

ହର୍ମୁଜ୍‌ରୁ ହଟିବ ଅବରୋଧ!, ଆମେରିକା–ଇରାନ ଶାନ୍ତି ଚୁକ୍ତି ଘୋଷଣା କଲେ ଟ୍ରମ୍ପ

June 15, 2026

କାଠଫାଳିଆରେ ପିଟି ବାପାଙ୍କୁ ହତ୍ୟା

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026

ଆୟୁଷ ମନ୍ତ୍ରଣାଳୟର ଐତିହାସିକ ସଫଳତା: ୟୁଟ୍ୟୁବ୍ ଲାଇଭ୍ ଯୋଗ ପ୍ରସାରଣରେ ଗିନିଜ୍ ବିଶ୍ୱ ରେକର୍ଡ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.