Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ରାଫାଲେ ଫାଇଲ ଚୋରୀ ହୋଇଗଲା କେମିତି? ଚୋର ଓ ଚୌକିଦାର, କିଏ କାହା ସାଙ୍ଗରେ ଖେଳ କରୁଛି?
ମତାମତ

ରାଫାଲେ ଫାଇଲ ଚୋରୀ ହୋଇଗଲା କେମିତି? ଚୋର ଓ ଚୌକିଦାର, କିଏ କାହା ସାଙ୍ଗରେ ଖେଳ କରୁଛି?

March 7, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Rafel files theft from office
Rafel files theft from office

କେଦାର ମିଶ୍ର

ରାଫାଲେ କିଣା ମାମଲାରେ ଦିନକୁ ଦିନ ନରେନ୍ଦ୍ର ମୋଦୀ ସରକାରଙ୍କ ବିଚିତ୍ର ସ୍ଵରୂପ ଲୋକଲୋଚନକୁ ଆସୁଛି। ଦେଶପ୍ରେମ ଓ ପାକିସ୍ତାନ ବିରୋଧୀ ହାୱା ସୃଷ୍ଟି କରି ରାଫାଲେ ଦୁର୍ନୀତି ମାମଲାରୁ ଲୋକଙ୍କ ନଜର ହଟାଇବାକୁ ମୋଦୀ ସରକାର ବହୁ ଉଦ୍ୟମ କରୁଛନ୍ତି। ହେଲେ ରାଫାଲେ ଭୁତ ସରକାର ର ପିଛା ଛାଡୁନାହିଁ। ଗତ ଡିସେମ୍ବର ୧୪ ତାରିଖରେ ଯେତେବେଳେ ସୁପ୍ରିମକୋର୍ଟ ରାଫାଲେ ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଳିନ ଚିଟ ଦେଲେ ତାକୁ ନେଇ ବିଜେପି ବେଶ ଆଶ୍ଵସ୍ତ ଥିଲା। ତେବେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟରେ ଏମିତି କିଛି ଗୁରୁତର ତ୍ରୁଟି ରହିଗଲା ଯାହାକି ଏ ମାମଲାକୁ ଅଧିକ ସନ୍ଦେହ ଘେରକୁ ନେଇଆସିଲା। ସୁପ୍ରିମ କୋର୍ଟ ତାଙ୍କ ରାୟରେ ରାଫାଲେ କିଣା ବିଷୟରେ ସିଏଜି ଓ ପିଏସି ସବୁକଥା ଜାଣନ୍ତି ବୋଲି କହିଥିଲେ, ଯାହାକି ଅସତ୍ୟ ଥିଲା। ସେହିପରି ପ୍ରତିରକ୍ଷା ବିଭାଗ ରାଫାଲେ କିଣା ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ଅନାବଶ୍ୟକ ହସ୍ତକ୍ଷେପ କରୁଥିବାରୁ ପ୍ରତିବାଦ କରୁଥିଲା। ସେସବୁ ତଥ୍ୟ ସୁପ୍ରିମକୋର୍ଟଙ୍କ ଠାରୁ ଗୋପନ ରଖାଯାଇଥିଲା ବୋଲି ଏବେ ଜଣା ପଡୁଛି।

ଇତି ମଧ୍ୟରେ ଦୈନିକ ଇଂରାଜୀ ସଂବାଦପତ୍ର “ଦି ହିନ୍ଦୁ” ଓ “ଦି ଇଣ୍ଡିଆନ ଏକ୍ସପ୍ରେସ” ପ୍ରତିରକ୍ଷା ମନ୍ତ୍ରଣାଳୟର ଫାଇଲ ନୋଟ ଆଧାରରେ ଯେଉଁ ଖବର ଛାପିଛନ୍ତି ସେଥିରେ ରାଫାଲେ ମାମଲାରେ ପ୍ରଧାନମନ୍ତ୍ରୀ ନିଜେ ଇ ସବୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ ହୋଇଯାଇଛି। ତେବେ ସୁପ୍ରିମ କୋର୍ଟରେ ସବୁ ନିଷ୍ପତ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ନେଇଛି ବୋଲି କୁହାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ସୁଧାରିବାକୁ ଯାଇ ଏବେ ଯେଉଁ ରିଭ୍ୟୁ ପିଟିସନର ବିଚାର ଆରମ୍ଭ ହୋଇଛି ତାର ଶୁଣାଣି ବେଳେ ଆହୁରି ଭୟଙ୍କର ତଥ୍ୟ ଏବେ ଲୋକ ଲୋଚନକୁ  ଆସୁଛି।

ଗତକାଲି ସୁପ୍ରିମକୋର୍ଟରେ ଆଟର୍ଣ୍ଣୀ ଜେନେରାଲ କେ.କେ. ବେଣୁଗୋପାଳ କହିଲେ ଯେ ରାଫାଲେ ସମ୍ପର୍କିତ ଫାଇଲ ଚୋରୀ ହୋଇ ଯାଇଛି। ଦେଶର ସବୁଠୁ ଦାମୀ ଓ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ବିମାନ ବିକାକିଣା ସମ୍ପର୍କିତ ଫାଇଲ ଚୋରୀ ହୋଇଗଲା କେମିତି? ଭାରତ ସରକାର ଏ ସମ୍ପର୍କରେ ଅନୁସନ୍ଧାନ କରିଥିବା ଦୁଇଟି ଗଣମାଧ୍ୟମ ସଂସ୍ଥା ପ୍ରତି ପ୍ରତିଶୋଧ ପରାୟଣ ହୋଇ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ କାର୍ୟାଳୟ ନିଜ ଜାଲରେ ନିଜେ ଫସି ଯାଇଛନ୍ତି। ଦି ହିନ୍ଦୁ ଯେଉଁ ଫାଇଲ କଥା ଉଲ୍ଲେଖ କରିଥିଲା ତାହା ଚୋରୀ ହୋଇଯାଇଛି ବୋଲି କହିବା ପଛରେ ଭାରତ ସରକାରଙ୍କ ଉଦ୍ଦେଶ୍ୟ ଜଳ ଜଳ ହୋଇ ବାରି ହୋଇପଡୁଛି। ଯଦି ପ୍ରତିରକ୍ଷା ମନ୍ତ୍ରଣାଳୟର ଫାଇଲ ସଂବାଦପତ୍ର କାର୍ୟାଳୟରେ ପହଞ୍ଚି ପାରୁଛି ତାକୁ ସୁପ୍ରିମ କୋର୍ଟରେ ଦେବାକୁ ସରକାର ଡରୁଥିଲେ କାହିଁକି? ସେହିପରି ଦି ହିନ୍ଦୁ ରେ ପ୍ରକାଶିତ ଖବର କୁ ଖଣ୍ଡନ କରିବାକୁ ଏଏନଆଇ ସଂସ୍ଥା ସେଇ ଫାଇଲରୁ ଆହୁରି ପୃଷ୍ଠାଟିଏ ଛାପିଥିଲା। ତାଙ୍କୁ ସେ ଫାଇଲ ଦେଲା କିଏ? ଏକ ଚୋରୀ ଫାଇଲ ଆଧାରରେ ଦେଶର ଆଇନ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କଲେ କେମିତି? ଦି ହିନ୍ଦୁରେ ପ୍ରକାଶିତ ସମ୍ବାଦରେ ଅଧା ତଥ୍ୟ ରହିଛି ବୋଲି କହି ପୂରା ତଥ୍ୟ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ ସେତେବେଳେ ଯାହା କହିଥିଲେ ତାହା କେଉଁ ଫାଇଲରୁ ଆସିଥିଲା?

ଯେଉଁ ଫାଇଲ ସୋସିଆଲ ମିଡିଆରେ ଘୂରି ବୁଲୁଥିଲା ଓ ଯାହାର ସତ୍ୟାସତ୍ୟ ଉପରେ ବିଜେପି ପ୍ରବକ୍ତାମାନେ ଭାଷଣ ଦେଉଥିଲେ, ସେ ଫାଇଲ ଚୋରୀ ହେଲା କେମିତି? ପ୍ରତିରକ୍ଷା ମନ୍ତ୍ରଣାଳୟ କଣ ଏତେ ଖୋଲାମେଲା? ଯେଉଁ ଯୁଦ୍ଧ ବିମାନର କିଣାବିକାକୁ ନେଇ ଏତେ ସନ୍ଦେହ ଓ ସଙ୍କଟ ରହିଛି ସେ ଫାଇଲ ଚୋରୀ ହେବା ପଛରେ କେନ୍ଦ୍ର ସରକାରଙ୍କ ଦାୟିତ୍ଵ କଣ? ଯେଉଁ ସରକାର ପ୍ରତିରକ୍ଷା ଫାଇଲକୁ ଗୋପନ ରଖିପାରୁନାହିଁ, ତାଙ୍କ ହାତରେ ଦେଶ ସୁରକ୍ଷିତ ରହିବ କେମିତି? ଏବେ ରାଫାଲେ କଥା ଫୁଟିଆରା ହେବାପରେ ଯେଉଁ ଚୋରୀ କଥା କୁହା ଯାଉଛି, ତାହା ସରକାରଙ୍କ ଉଦ୍ଦେଶ୍ୟକୁ ସନ୍ଦେହ ଘେରକୁ ନେଇ ଆସିଛି।

ଆଗକୁ ଏଇ ତଥାକଥିତ ଚୋରୀ ପ୍ରସଙ୍ଗକୁ ନେଇ ଆହୁରି ନୂଆ କଥା ଘଟିବ। କେନ୍ଦ୍ର ସରକାର ଗୋଟେ ଭୁଲକୁ ଲୁଚାଇବାକୁ ଯାଇ ଶତ ସହସ୍ର ଭୁଲର ଗୁମରଏବେ ଫିଟାଇ ଦେଇଛନ୍ତି। ରାଫାଲେ ଥିଲେ ପାକିସ୍ତାନ ଆମ ଉପରେ ବୋମା ପକାଇବାକୁ ସାହସ କରିନଥାନ୍ତା ବୋଲି ସୁପ୍ରିମ କୋର୍ଟରେ ସ୍ଵୀକାର କରି ସରକାର ଆମ ବାୟୁ ସେନାର ମନୋବଳ ଉପରେ ପ୍ରହାର କରିଛନ୍ତି। ନିଜ ରାଫାଲେ ଡିଲ କୁ ବଞ୍ଚାଇବାକୁ ଯାଇ ମିଗ ବିମାନର ଅପାରଗତା ବିଷୟରେ କହିବା ନିତାନ୍ତ ପିଲାଳିଆ ବୋଲି ସରକାର ବୁଝିବା ଉଚିତ ନୁହେଁ କି?

ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ଯେଉଁ ସରକାର ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଦ୍ଧାସ୍ତ୍ର କିଣା ଫାଇଲକୁ ସୁରକ୍ଷିତ ରଖିପାରେ ନାଇଁ ସେ ସରକାର ନିଜକୁ ମଜବୁତ ବୋଲି କହିବା କେତେଦୂର ସମୀଚୀନ? କଂଗ୍ରେସ ସଭାପତି ଯେଉଁ ଚୋର ଚୌକିଦାର ବୃତ୍ତାନ୍ତ କଥା କହୁଛନ୍ତି, ତାହା ଏହି ଘଟଣାର ପୃଷ୍ଠଭୂମିରେ ସତ୍ୟ ମନେ ହେଉନାହିଁ କି?

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାକୁ ୧୧ ବର୍ଷ: ଦେଶର ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗୀ ହୋଇଛନ୍ତି ସଶକ୍ତ

April 8, 2026

ଫସଫେଟ୍‌ ଓ ପଟାସ ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍‌ ମଞ୍ଜୁରି

April 8, 2026
Latest News

କମଳା ଜଳବିଦ୍ୟୁତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ: ୨୬୦୭୦ କୋଟି ନିବେଶ

April 9, 2026

ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

April 9, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 9, 2026

ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ: ୫,୮୦୦ ନିଯୁକ୍ତି ସୃଷ୍ଟି

April 9, 2026

ଆଜି ଏପ୍ରିଲ ୯ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.