Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ଇତିହାସ ରଚିବ ଓଡିଶା ବିଧାନସଭା, ପ୍ରଥମ ଥର ପାଇଁ ଗୃହରେ ଭାଷଣ ଦେବେ ରାଷ୍ଟ୍ରପତି
ବିଶେଷ ଖବର

ଆଜି ଇତିହାସ ରଚିବ ଓଡିଶା ବିଧାନସଭା, ପ୍ରଥମ ଥର ପାଇଁ ଗୃହରେ ଭାଷଣ ଦେବେ ରାଷ୍ଟ୍ରପତି

November 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଇତିହାସ ରଚିବ ଓଡିଶା ବିଧାନସଭା
ଆଜି ଇତିହାସ ରଚିବ ଓଡିଶା ବିଧାନସଭା, ପ୍ରଥମ ଥର ପାଇଁ ଗୃହରେ ଭାଷଣ ଦେବେ ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ରଚିବ ଏକ ନୂଆ ଇତିହାସ। କାରଣ ହେଲା ଆଜି ବିଧାନସଭାରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଅଭିଭାଷଣ ରଖିବେ। ପୂର୍ବରୁ ଓଡିଶା ବିଧାନସଭାରେ କୌଣସି ରାଷ୍ଟ୍ରପତି ଅଭିଭାଷଣ ରଖି ନାହିଁନ୍ତି। ଓଡିଶା ମାଟିର ଝିଅ ରାଷ୍ଟ୍ରପତି ଏବଂ ସେ ପ୍ରଥମଥର ପାଇଁ ବିଧାନସଭାରେ ଅଭିଭାଷଣ ରଖିବା ଏକ ବିରଳ ଘଟଣା ହେବାକୁ ଯାଉଛି।

ରାଷ୍ଟ୍ରପତି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ଅପରାହ୍ନ ୨ ଟାରେ ପହଞ୍ଚିବେ। ବିମାନ ବନ୍ଦରରୁ ସେ ସିଧା ରାଜଭବନ ଯିବେ। ସେଠାରେ ସେ ନୂଆ କଳିଙ୍ଗ ନିବାସକୁ ଉଦଘାଟନ କରିବେ। ଏହାପରେ ସେ ଅପରାହ୍ନ ୪ ଟା ୨୦ ରେ ବିଧାନସଭାରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ଏହାପରେ ସେ ୪ ଟା ୩୦ ରୁ ୫ ଟା ୩୦ ପର‌୍ୟ୍ୟନ୍ତ ନିଜର ଅଭିଭାଷଣ ରଖିବେ।

ଏହାପରେ ରାଜଭବନରେ ରାଜ୍ୟପାଳ ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିରୋଧୀ ଦଳର ନେତା, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର‌୍ୟ୍ୟକ୍ରମ ରହିଛି। ଏହାପରଦିନ ରାଷ୍ଟ୍ରପତି ୯ ଟା ୧୫ ମିନଟରେ ରାଜଭବନରୁ ବିମାନ ବନ୍ଦର ଯିବେ। ସେଠାରୁ ସେ ଲକ୍ଷ୍ମୌ ଯିବାର କାର୍ଯ୍ୟକ୍ରମ ରହିଛି।

ଓଡିଶା ବିଧାନସଭା ବିଧାନସଭାରେ ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସ୍କୁଲ ବହିରେ ତ୍ରୁଟି: ନିଲମ୍ବିତ ହେଲେ ପୂର୍ବତନ ନିର୍ଦ୍ଦେଶକଙ୍କ ସହ ତିନି ଅଫିସର, ୬ ଜଣଙ୍କ ବିରୋଧରେ..

June 26, 2026

ଭାରତରେ କେତେ ଲୋକ ଟ୍ରମ୍ପଙ୍କୁ ପସନ୍ଦ କରନ୍ତି?: ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଜନମତ

June 26, 2026

ରାମ ମନ୍ଦିର ଦାନ ଚୋରି ମାମଲା: ୬ ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ

June 25, 2026
Latest News

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.