ଭାରତ ଗସ୍ତରେ ଆସିବ ଇଂଲଣ୍ଡ ଦଳ : ଜାଣନ୍ତୁ କେବେ ଓ କେଉଁଠି ହେବ ମ୍ୟାଚ୍‌

Published: Dec 11, 2020, 10:31 am IST

ନୂଆଦିଲ୍ଲୀ : 2021ରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସୁଛି । ଦୀର୍ଘ 10 ମାସ ପରେ ଭାରତ ମାଟିରେ କ୍ରିକେଟ ଖେଳାଯିବ ।   ଏହି ଗସ୍ତରେ ଇଂଲଣ୍ଡ ଦଳ 4ଟି ଟେଷ୍ଟ ମ୍ୟାଚ, 3ଟି ଦିନିକିଆ ଏବଂ 5ଟି ଟି20 ମ୍ୟାଚ ଖେଳିବ । ଗୁରୁବାର ବିସିସିଆଇ ସମ୍ପାଦକ ଜୟ ଶାହା ଏହି ସୂଚନା ଦେଇଛନ୍ତି । ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ପ୍ରାୟ ଅଢେଇ ମାସର ଏହି ଗସ୍ତ ରହିବ । ଫେବୃୟାରୀ 7 ତାରିଖରୁ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ । ତେବେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଦିବରାତ୍ର ଖେଳାଯିବ । ଫେବୃୟାରୀ 24 ତାରିଖରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ସମସ୍ତ 5ଟି ଯାକ ଟି20 ମ୍ୟାଚ ମୋଟେରାରେ ଖେଳାଯିବ । ସୂଚନାଯୋଗ୍ୟ,  ଭାରତ ବର୍ତ୍ତମାନ ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି ।

Related posts