
ଅହମ୍ମଦାବାଦ: ଆଜି ଅହମ୍ମଦାବାଦ ଠାରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ୧୦ଟି ଟିମ୍ ଖେଳିବା ନେଇ ନିଷ୍ପତ୍ତି ହୋଇଛି। ପୂର୍ବରୁ ଆଇପିଏଲ୍ରେ ୮ଟି ଟିମ୍ ଅଂଶ ଗ୍ରହଣ କରୁଥିବା ବେଳେ ଆସନ୍ତା ସଂସ୍କରଣରେ ଟିମ୍ ସଂଖ୍ୟାରେ ୧୦କୁ ବୃଦ୍ଧି ହୋଇଛି।
ଟିମ୍ ସଂଖ୍ୟା ବଢିଥିବାରୁ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ତେବେ ମୋଟ୍ ୯୪ଟି ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି। ସେହି ହିସାବରେ ଆସନ୍ତା ଟୁର୍ଣ୍ଣାମେଣ୍ଟର ସମୟ ସୀମା ବୃଦ୍ଧି ପାଇ ଫାଇନାଲ ମ୍ୟାଚ ବେଳକୁ ପ୍ରାୟ ଅଢ଼େଇ ମାସ ଲାଗିଯିବ। ଏତେ ଲମ୍ବା ସମୟ ଧରି ଖେଳା ଯିବାକୁ ଥିବାରୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇପାରେ।