ଦ୍ଵିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଭାରତ ବିପକ୍ଷରେ ୧୯୫ ରନ ସଂଗ୍ରହ କଲା ଅଷ୍ଟ୍ରେଲିଆ

Published: Dec 26, 2020, 12:00 pm IST

ମେଲବର୍ଣ୍ଣ: ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଆଉ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଦ୍ଵିତୀୟ ଟେଷ୍ଟ ମ୍ୟାଚ। ଏହି ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୧୯୫ ରନ ସଂଗ୍ରହ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜେ ବର୍ନ୍ସ ବିନା ଖାତା ଖୋଲି ଯଶପ୍ରିତ ବୁମରାହଙ୍କ ବଲରେ ୱିକେଟ କିପର ଋଷବ ପନ୍ତଙ୍କ ଦ୍ଵାରା କ୍ୟାଚ ଆଉଟ ହୋଇଯାଇଥିବା ବେଳେ ଏମ. ୱାଡେ ୩୦ ରନ କରି ଆର ଅଶ୍ଵିନୀଙ୍କ ବଲରେ ରବୀନ୍ଦ୍ର ଜାଡ଼େଜାଙ୍କ ଦ୍ଵାରା କ୍ୟାଚ ଆଉଟ ହୋଇ ପ୍ୟାବିଲନ ଫେରିଥିଲେ। ସେହିପରି ପଦାର୍ପଣ ମ୍ଯାଚରେ ମହମ୍ମଦ ସିରାଜ ତାଙ୍କର ପ୍ରଥମ ୱିକେଟ ଏମ ଲାବୁସେନଙ୍କ ରୂପେ ହାସଲ କରିଥିଲେ। ଏସ ସ୍ମିଥ ଶୂନ୍ୟ ରନରେ ଆଉଟ ହୋଇଥିବା ବେଳେ ଟି ହେଡ଼ ୩୮, ସି ଗ୍ରୀନ ୧୨, ଟି ପାଇନେ ୧୩, ପି କୁମମିନ୍ସ ୯, ଏମ ଷ୍ଟାର୍କ ୭, ଏନ ଲାଏନ ୨୦ ରନ କରି ଆଉଟ ହୋଇଥିଲେ।

ତେବେ ଭାରତ ପକ୍ଷରୁ ଯଶପ୍ରିତ ବୁମରାହ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୩ ଟି, ମହମ୍ମଦ ସିରାଜ ୨ ଟ ଏବଂ ରବୀନ୍ଦ୍ର ଜାଡ଼େଜା ୧ ଟି ୱିକେଟ ଅକ୍ତିଆର କରିଥିଲେ।

Related posts