ପୃଥକବାସରେ ଗଲେ ୫ ଭାରତୀୟ ଖେଳାଳି: ତୃତୀୟ ଟେଷ୍ଟ ପୂର୍ବରୁ ଭାରତ ପାଇଁ ବଢିଲା ସମସ୍ୟା

Published: Jan 2, 2021, 6:04 pm IST

ମେଲବର୍ଣ୍ଣ: ଜାନୁଆରୀ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। ଏହା ଭିତରେ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ସମସ୍ୟା ବଢିଯାଇଛି। ୫ ଜଣ ଖେଳାଳି ପୃଥକବାସରେ ରହିବା ନେଇ ସୂଚନା ରହିଛି। ରୋହିତ ଶର୍ମା, ପୃଥ୍ବୀ ଶ’, ଶୁବମାନ ଗିଲ୍, ନବଦୀପ ସାଇନୀ ଏବଂ ୱିକେଟ କିପର ରିଷଭ ପନ୍ତ ଆଇସୋଲେସନ୍ ରେ ରହିଛନ୍ତି।

ମେଡିକାଲ ଦଳ ନଜରରେ ଏମାନଙ୍କୁ ରହିବାକୁ ପଡିବ। ଏହି ପାଞ୍ଚ ଜଣ ଖେଳାଳି ନୂଆ ବର୍ଷ ଉତ୍ସବ ମନାଇବା ପାଇଁ ଏକ ରେଷ୍ଟୁରାଣ୍ଟରେ ଏକାଠି ହୋଇଥିଲେ। ତେବେ କୋଭିଡ଼ ପ୍ରୋଟୋକଲ ହିସାବରେ ଏମାନଙ୍କୁ ପୃଥକ ବାସରେ ରହିବାକୁ ପଡିବ। ଏହି ୫ ଖେଳାଳି ପୃଥକ ଭାବରେ ଅଭ୍ୟାସ କରିବେ ଏବଂ ଅନ୍ୟ ଖେଳାଳିଙ୍କ ସହିତ ମିଶି ପାରିବେ ନାହିଁ। ବର୍ତ୍ତମାନ ଭାରତୀୟ ଖେଳାଳି ମେଲବର୍ଣ୍ଣରେ ଅଭ୍ୟାସରତ ଅଛନ୍ତି। ଆଉ ତିନି ଦିନ ପରେ ତୃତୀୟ ଟେଷ୍ଟ ପାଇଁ ସିଡିନ ଗସ୍ତ କରିବେ।

Related posts