ତୃତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ: ଅଷ୍ଟ୍ରେଲିଆ ୧୬୬/୨

Published: Jan 7, 2021, 2:18 pm IST

ସିଡନୀ: ସିଡନୀରେ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ମାତ୍ର ୨ ୱିକେଟ୍ ହରାଇ ୧୬୬ ରନ ସଂଗ୍ରହ କରିନେଇଛି। ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଚତୁର୍ଥ ଓଭରରେ ହିଁ ଡେଭିଡ୍ ୱାର୍ଣ୍ଣରଙ୍କୁ ଆଉଟ୍ କରିଥିଲେ ଦ୍ରୁତ ବୋଲର ମହମ୍ମଦ ସିରାଜ। ୱାର୍ଣ୍ଣର ଆଉଟ୍ ହେବା ପରେ ଲାବୁସଚେଞ୍ଜ ବ୍ୟାଟିଂ କରିବାକୁ ଆସିଥିଲେ। ଓପନର ପୁକୋଭସ୍କି ଏବଂ ଲାବୁସଚେଞ୍ଜ ଅଷ୍ଟ୍ରେଲିଆ ଲଢ଼ୁଆ ବ୍ୟାଟିଂ ଜାରି ରଖି ୬୨ ରନର ପାର୍ଟନରଶିପ ଖେଳିଥିଲେ। ପୁକୋଭସ୍କି ଆଉଟ୍ ହେବା ପରେ ପ୍ରଥମ ଦୁଇଟି ଟେଷ୍ଟରେ ସହଜରେ ଆଉଟ ହୋଇଥିବା ଷ୍ଟିଭ୍ ସ୍ମିଥ ପଡିଆ ମଧ୍ୟକୁ ଆସିଥିଲେ। ହେଲେ ସେ ଆଜି ଭଲ ବ୍ୟାଟିଂ ପ୍ରଦର୍ଶନ କରି ଭାରତକୁ ୱିକେଟ୍ ନେବାର ଅନ୍ୟ କିଛି ସୁଯୋଗ ଦେଇନଥିଲେ। ଭାରତ ତରଫରୁ ଦ୍ରୁତ ବୋଲର ନବଦୀପ ସୈନୀ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Related posts