ତୃତୀୟ ଟେଷ୍ଟ: ଭାରତ ବିରୋଧରେ ଅଷ୍ଟ୍ରେଲିଆର ପ୍ରଥମ ପାଳି ଖେଳ ୩୩୮ ରେ ସମାପ୍ତ

Published: Jan 8, 2021, 10:49 am IST

ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଚାଲିଛି। ଆଜି ଦ୍ଵିତୀୟ ଦିନରେ କଙ୍ଗାରୁ ଦଳ ୩୩୮ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଛି। ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୧୩୧ ରନ୍ ହାସଲ କରିଛନ୍ତି। ଏହା ଥିଲା ସ୍ମିଥ୍ ଙ୍କ କ୍ୟାରିୟରର ୨୭ତମ ଶତକ। ରବୀନ୍ଦ୍ର ଜାଡେଜା ଷ୍ଟିଭେନ୍ ସ୍ମିଥଙ୍କୁ ରନ୍ ଆଉଟ୍ କରି ଅଷ୍ଟ୍ରେଲିଆର ପ୍ରଥମ ଇନିସକୁ ସମାପ୍ତି କରିଥିଲେ। ଏହା ସହିତ ମାର୍ଣ୍ଣସ ଲାବୁସେନ୍ ୯୧ରନ୍ ଓ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରିଛନ୍ତି। ଗତକାଲି ଅଷ୍ଟ୍ରେଲିଆ ଦଳର ଅସମାପ୍ତ ୧୬୬/୨ ରୁ ଖେଳ ଆରମ୍ଭ କରିଥିଲା।

ଆଜି ଅଷ୍ଟ୍ରେଲିଆ ଦଳ ବାକି ସମସ୍ତ ୮ ଟି ୱିକେଟ ହରାଇ ମୋଟ ସ୍କୋରରେ ୧୭୨ ରନ ଯୋଡି ପାରିଥିଲା। ଭାରତୀୟ ଦଳ ଆଜି ଭଲ ବୋଲିଂ ପ୍ରଦର୍ଶନ ଜାରି ରଖି ଅଷ୍ଟ୍ରେଲିଆକୁ ୩୩୮ ରନରେ ଅଲଆଉଟ କରିଦେଇଥିଲେ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସର୍ବାଧିକ ୪ଟି ଓ୍ୱିକେଟ ଅକ୍ତିଆର କରିଥିଲେ। ଯଶପ୍ରୀତ ବୁମରାହ ଓ ନଭଦୀପ ସାଇନି ଦୁଇଟି ଲେଖାଏଁ ଓ୍ୱିକେଟ ହାତେଇଛନ୍ତି। ମହମ୍ମଦ ସିରାଜ ଓ ଅଶ୍ୱିନ ନେଇଛନ୍ତି ଗୋଟିଏ ଲେଖାଏ ଓ୍ୱିକେଟ।

Related posts