ଥାଇଲାଣ୍ଡ ଓପନ ଖେଳିବାକୁ ଯାଇଥିବା ସାଇନା ନେହୱାଲ କରୋନାରେ ସଂକ୍ରମିତ

Published: Jan 12, 2021, 11:35 am IST

ବ୍ୟାଙ୍କକ: ଭାରତୀୟ ବ୍ୟାଡମେଣ୍ଟନ ଖେଳାଳି ସାଇନା ନେହୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ସାଇନା ବ୍ୟାଡମେଣ୍ଟନ ଖେଳିବା ଲାଗି ଥାଇଲାଣ୍ଡ ଯାଇଥିଲେ। ସେଠାରେ ତାଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ଆସନ୍ତା ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୟୋନେକ୍ସ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟରେ ସାଇନା ଭାଗ ନେଇପାରିବେ ନାହିଁ।

ସେହିପରି ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଟୋୟୋଟା ଥାଇଲାଣ୍ଡ ଓପନ ଏବଂ ୨୭ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଡବ୍ଲୁଏଫ ବିଶ୍ଵ ଟୁର ଫାଇନାଲ ଖେଳିପାରିବେ ନାହିଁ। କିନ୍ତୁ ସାଇନା ନେହୱାଲ ସେଠାରେ ଲଗାଯାଇଥିବା କରୋନା ପ୍ରତିବନ୍ଧକ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୩୦ ବର୍ଷିୟା ଏହି ଖେଳାଳି କରୋନା ମୁକ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ।

କରୋନା ମାହାମାରୀ ଯୋଗୁଁ ଦୀର୍ଘ ୧୦ ମାସ ଅନ୍ତରାଷ୍ଟ୍ରୀୟ ଖେଳ ବନ୍ଦ ରହିଥିଲା। ଭାରତୀୟ ଖେଳାଳି ସାଇନ ନେହୱାଲ ମଙ୍ଗଳବାରକୁ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବା ପାଇଁ ଯାଇଥିଲେ। ଏହା ପୂର୍ବ ଗତ ଅକ୍ଟୋବର ମାସରୁ ସିନ୍ଧୁ ଥାଇଲାଣ୍ଡରେ ରହି ଅଭ୍ୟାସ କରୁଛନ୍ତି।

Related posts