ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟେଷ୍ଟ: ଭାରତର ପ୍ରଥମ ପାଳିରେ ୩୩୬ ରନ

Published: Jan 17, 2021, 12:40 pm IST

ବ୍ରିସବେନ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ୩୩୬ ରନ କରି ସମସ୍ତ ୱିକେଟ ହରାଇଛି। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଭାରତ ଠାରୁ ୩୩ ରନରେ ଆଗୁଆ ରହିଛି। ଗତକାଲି ଭାରତ ୨ ୱିକେଟ ହରାଇ ସଂଗ୍ରହ କରିଥିଲା ୬୨ ରନ।

ଆଜି ତୃତୀୟ ଦିନ ଖେଳ ଆରମ୍ଭ କରି ଭାରତ ପକ୍ଷରୁ ଅଧିନାୟକ ରାହାଣେ ୩୭ ରନ, ଚେତେଶ୍ଵର ପୂଜାରା ୨୫ ରନ ଏବଂ ମୟଙ୍କ ଅଗ୍ରୱାଲ ୩୮ ରନ କରି ଆଉଟ ହୋଇଯାଇଥିଲେ। ଫଳରେ ଦଳର ସମସ୍ୟା ବଢିବା ଆରମ୍ଭ ହୋଇଥିଲା। କିନ୍ତୁ ୱାସିଙ୍ଗଟନ ସୁନ୍ଦର ଏବଂ ଶ୍ରାଦ୍ଧୁଳ ଠାକୁରଙ୍କ ଯୋଡି ଲଢୁଆ ବ୍ୟାଟିଂ ବଳରେ ଦଳର ସ୍କୋରକୁ ମଜବୁତ କରିଥିଲେ। ସୁନ୍ଦର ୬୨ ରନ ସଂଗ୍ରହ କରିଥିବା ବେଳେ ଶ୍ରାଦ୍ଧୁଳ ୬୭ ରନର ଏକ ଦମଦାର ପାଳି ଖେଳିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହଜିଲଉଡ ସର୍ବାଧିକ ୫ ଟି ୱିକେଟ ଅକ୍ତିଆର କରିଥିବା ବେଳେ ମିଚେଲ ଷ୍ଟାର୍କ ଏବଂ ପ୍ୟାଟ କମିନ୍ସ ୨ ଟି ଲେଖାଏଁ  ୱିକେଟ ନେଇଥିଲେ ଏବଂ ନାଥନ ଲାୟନ ୧ ଟି ୱିକେଟ ଅକ୍ତିଆର କରିଥିଲେ।

Related posts