Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲା ଭାରତୀୟ ଦଳ: ଅଷ୍ଟ୍ରେଲିଆକୁ ହରାଇ ଜିତିଲା ଟେଷ୍ଟ ସିରିଜ
ଅନ୍ତରାଷ୍ଟ୍ରୀୟ

ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲା ଭାରତୀୟ ଦଳ: ଅଷ୍ଟ୍ରେଲିଆକୁ ହରାଇ ଜିତିଲା ଟେଷ୍ଟ ସିରିଜ

January 19, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରିସବେନ: ଆଜି ଭାରତୀୟ କ୍ରିକେଟ ଦଳ ରଚିଲା ଇତିହାସ। ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରାହାଣେ ବାହିନୀ। ଚତୁର୍ଥ ଟେଷ୍ଟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ସିରିଜ ଜିତିନେଇଛି। ପ୍ରଥମ ଥର ପାଇଁ ବ୍ରିସବେନ ଗ୍ରାଉଣ୍ଡରେ ଏତେ ବଡ ସ୍କୋରର ଲକ୍ଷକୁ ପୂରଣ କରିବାରେ ସକ୍ଷମ ହେଲା ଭାରତୀୟ ଦଳ। ପୂର୍ବରୁ ଅନ୍ୟ କୌଣସି ଦଳ ୨୫୦ ରନରୁ ଉର୍ଦ୍ଧ୍ଵ ସ୍କୋରକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲେ। ଅଷ୍ଟ୍ରେଲିଆର ୩୨୮ ରନକୁ ପୂରଣ କରିବା ଭାରତୀୟ ଦଳ ପାଇଁ ଅସମ୍ଭବ ଥିଲା। କିନ୍ତୁ ଭାରତ ଏହାକୁ ପୂରଣ କରି ଦେଶ ପାଇଁ ଗୌରବ ଆଣିପାରିଛି। ଅନଭିଜ୍ଞ ଖେଳାଳୀକୁ ନେଇ ଜିତିବା ଭାରତ ପାଇଁ ଏକ ବଡ ଉପଲବ୍ଧି।

ଗତକାଲି ଭାରତ ୪ ରନରୁ ଖେଳ ଆରମ୍ଭ କରି ଆଜି ୩୨୮ ରନର ଟାର୍ଗେଟ ପୂରଣ କରିନେଇଥିଲା। ଦଳକୁ ବିଜୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ରିଷଭ ପନ୍ତ, ଶୁବମାନ ଗିଲ, ଚେତେଶ୍ଵର ପୂଜାରା ଏବଂ ୱାସିଙ୍ଗଟନ ସୁନ୍ଦର। ଶୁବମାନ ଗିଲ ସର୍ବାଧିକ ୯୧ ରନ ସଂଗ୍ରହ କରିଥିବା ବେଳେ ରିଷଭ ପନ୍ତ ଅପରାଜିତ ୮୯ ରନ କରିଥିଲେ। ଆଜି ରିଷଭ ପନ୍ତ ଏବଂ ୱାସିଙ୍ଗଟନ ଶେଷ ସମୟରେ ଟେଷ୍ଟ ମ୍ୟାଚକୁ ଟି-ଟ୍ୱେଣ୍ଟି ଖେଳରେ ରୂପାନ୍ତରିତ କରି ଦଳକୁ ଏଭଳି ବଡ ବିଜୟ ଦେଇଥିଲେ।

ସେହିପରି ଚେତେଶ୍ଵର ପୂଜରା ୫୬ ରନ, ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୪ ରନ, ୱାସିଙ୍ଗଟନ ୨୨ ରନର ଉପଯୋଗୀ ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ସବାଧିକ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ନାଥନ ଲାୟନ ୨ ଟି ଏବଂ ଜୋସ ହଜିଲଉଡ଼ ୧ ଟି ୱିକେଟ ହାସଲ କରିଥିଲେ।

ଭାରତୀୟ ଦଳର ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳାଳିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ବିଜୟୀ ଦଳକୁ ବିସିସିଆଇ ୫ କୋଟି ଟଙ୍କାର ପୁରଷ୍କୃତ ରାଶି ଦେବା ଲାଗି ଘୋଷଣା କରିଛି।

ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଭାରତୀୟ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ବଚସାରୁ ଛୁରାମାଡ଼ : ଯୁବକ ଆହତ

May 30, 2026

କାଲିଠାରୁ ଦୁଇଦିନିଆ କୁଳପତିମାନଙ୍କ ସମ୍ମିଳନୀ

May 30, 2026

ବାଲିଅନ୍ତା ଭିଡ ହିଂସା : NHRC କରିବ ତଦନ୍ତ

May 30, 2026

ପାରାଦୀପ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ଼

May 30, 2026
Latest News

ବଚସାରୁ ଛୁରାମାଡ଼ : ଯୁବକ ଆହତ

May 30, 2026

କାଲିଠାରୁ ଦୁଇଦିନିଆ କୁଳପତିମାନଙ୍କ ସମ୍ମିଳନୀ

May 30, 2026

ବାଲିଅନ୍ତା ଭିଡ ହିଂସା : NHRC କରିବ ତଦନ୍ତ

May 30, 2026

ପାରାଦୀପ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ଼

May 30, 2026

ଆୟୁଷ୍ମାନ କାର୍ଡକୁ ନେଇ ବଡ ଅପଡେଟ, ଜାଣନ୍ତୁ କଣ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.