Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟେଷ୍ଟ ସିରିଜ ବିଜୟ ପରେ ଭାରତୀୟ ଦଳକୁ ପ୍ରଶଂସା: ପାକିସ୍ଥାନକୁ ଭର୍ତ୍ସନା କଲେ ଏହି ପାକିସ୍ଥାନୀ ଖେଳାଳି
ଅନ୍ତରାଷ୍ଟ୍ରୀୟ

ଟେଷ୍ଟ ସିରିଜ ବିଜୟ ପରେ ଭାରତୀୟ ଦଳକୁ ପ୍ରଶଂସା: ପାକିସ୍ଥାନକୁ ଭର୍ତ୍ସନା କଲେ ଏହି ପାକିସ୍ଥାନୀ ଖେଳାଳି

January 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇସ୍ଲାମବାଦ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ଏତିହାସିକ ବିଜୟ ପରେ ଭାରତୀୟ ଦଳକୁ ସମଗ୍ର ବିଶ୍ୱରୁ ପ୍ରଶଂସାର ଶୁଅ ଛୁଟିଛି। ଏହି କ୍ରମରେ ପାକିସ୍ଥାନର ବରିଷ୍ଠ କ୍ରିକେଟ ଖେଳାଳି ମହମ୍ମଦ ହାଫିଜଙ୍କ ସମେତ ବହୁ ପୁରୁଖା ଖେଳାଳି ମଧ୍ୟ ପ୍ରଶଂସା କରିଛନ୍ତି। ହାଫିଜ କହିଥିଲେ ଯେ, ଅନ୍ତରାଷ୍ଟ୍ରୀୟ ଖେଳରେ ରହିବାକୁ ହେଲେ କେବଳ ଖେଳାଳିଙ୍କ ପ୍ରତିଭା ପର୍ଯ୍ୟାପ୍ତ ନୁହେଁ। ଯୁବ ଖେଳାଳିଙ୍କ କୌଶଳକୁ ଠିକ ଭାବରେ ପରିମାର୍ଜିତ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।ପାକିସ୍ତାନରେ ପ୍ରତିଭାଶାଳୀ ଖେଳାଳିଙ୍କୁ ପରିମାର୍ଜିତ କରିବାରେ କୌଣସି ବ୍ୟବସ୍ଥା ନାହିଁ ବୋଲି ୪୦ ବର୍ଷୀୟ ହାଫିଜ ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ, ମୁଁ ଏହି ସିରିଜର ସଂପୂର୍ଣ୍ଣ ଆନନ୍ଦ ନେଇଥିଲି। ପ୍ରଥମ ଟେଷ୍ଟରେ ୩୬ ରନରେ ଅଲ ଆଉଟ ହୋଇଥିବା ଭାରତୀୟ ଦଳର ମନୋବଳ ସଂପୂର୍ଣ୍ଣ ଦୁର୍ବଳ ଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଯେଉଁପରି ଭାବରେ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିଥିଲେ, ତାହା ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା।

ଅଧିନାୟକ ବିରାଟ କୋହିଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ବିଜୟ ଲାଭ କରିବା ଏକ ଚମତ୍କାର ଘଟଣା। ଏହା କେବଳ ଯୁବ ଖେଳାଳିଙ୍କ ଦ୍ଵାରା ସମ୍ଭବ ହୋଇପାରିଲା। ଏହାର କାରଣ ହେଉଛି, ଭାରତ ସବୁବେଳେ ଭବିଷ୍ୟତ ଲାଗି ଯୁବ ଖେଳାଳିଙ୍କୁ ଭଲ ଭାବରେ ପ୍ରସ୍ତୁତ କରୁଛି। ଯାହା ଏହି ସିରିଜରେ ଭାରତକୁ ସଫଳତା ମିଳିଛି। କିନ୍ତୁ ପାକିସ୍ଥାନରେ ଏଭଳି ବ୍ୟବସ୍ଥା ନାହିଁ।

ସେ ଆହୁରି କହିଥିଲେ ଯେ, ପାକିସ୍ଥାନରେ କେବଳ ବ୍ୟାଟିଂ ଏବଂ ବୋଲିଂ ଉପରେ ଧ୍ୟାନ ଦେଉଛି। ପ୍ରତିଭାଶାଳୀ ଯୁବ ଖେଳାଳିଙ୍କୁ ଅନ୍ତରାଷ୍ଟ୍ରୀୟ ଖେଳ ପାଇଁ ଠିକ ଭାବେ ପ୍ରସ୍ତୁତ କରିପାରୁ ନାହିଁ। ଦୁଃର୍ଭାଗ୍ୟ ହେଉଛି ଆମ ପାଖରେ ଏଭଳି ବ୍ୟବସ୍ଥା ନାହିଁ, ଯାହା ଆଧୁନିକ କ୍ରିକେଟରେ ଆବଶ୍ୟକ ଅନୁଯାୟୀ ଖେଳାଳିଙ୍କୁ ପ୍ରସ୍ତୁତ କରାଯାଇପାରିବ। ଯାହା ଫଳରେ ଆମର ବହୁ ଯୁବ ଖେଳାଳି ଅନ୍ତରାଷ୍ଟ୍ରୀୟ ଖେଳରେ ବିଫଳ ହୋଇଥାନ୍ତି।

ଭାରତର ଏହି ବିରାଟ ବିଜୟ ପରେ ପାକିସ୍ଥାନର ପୂର୍ବତନ ମହାନ କ୍ରିକେଟର ୱାଶିମ ଆକ୍ରମ, ସୋଏବ ଅଖତର, ୱାକର ୟୁନୁସ, ଇଞ୍ଜାମମ ଉଲ ହକ, ରଶିଦ ଲତିଫ ଏବଂ ମୋଇନ ଖାଁ ପ୍ରମୁଖ ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

ଭାରତୀୟ ଦଳ ମହମ୍ମଦ ହାଫିଜ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026
Latest News

ଆଜି ମେ ୨୮ ତାରିଖ ଗୁରୁବାରରେ ଏହି ଛଅଟି ରାଶି ଉପରେ ଶ୍ରୀଗଣେଶଙ୍କର ରହିଛି କୃପା

May 28, 2026

ହାଇଦ୍ରାବାଦକୁ ପରାସ୍ତ କରି କ୍ୱାଲିଫାୟର ୨ ରେ ସ୍ଥାନ ସୁରକ୍ଷିତ କଲା ରାଜସ୍ଥାନ: ଇତିହାସ ରଚିଲେ ବୈଭବ

May 27, 2026

ଓଡିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ ଚୟନ ପାଇଁ କମିଟି ଗଠନ

May 27, 2026

ପୁଣି ଚର୍ଚ୍ଚା ଧରିଲା ଫଡନଭିସ୍ ଏବଂ ଠାକରେ ଗୋଷ୍ଠୀ ମଧ୍ୟରେ ଘନିଷ୍ଠତା !

May 27, 2026

ଘର ଉପରେ ଗଛ ପଡି ମହିଳା ମୃତ

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.