ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ: ଜାଣନ୍ତୁ ଭାରତ ପାଇଁ କେମିତି ରହିଛି ସୁଯୋଗ

Published: Feb 3, 2021, 2:17 pm IST

ନୂଆଦିଲ୍ଲୀ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରଥମ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ ପ୍ରବେଶ କରିଛି। ଅଷ୍ଟ୍ରେଲିଆ କୋଭିଡ୍-୧୯ ଯୋଗୁଁ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଛି। ଯାହାଫଳରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ଏହାର ଲାଭ ମିଳିଛି। ଆଇସିସିର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି।

ତେବେ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଥିବାରୁ ଅଷ୍ଟ୍ରେଲିଆର ଫାଇନାଲରେ ପ୍ରବେଶ କରିବା ଏବେ ଜଟିଳ ହୋଇପଡିଛି। ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆର ୩୩୨ ପଏଣ୍ଟ ପାଇ ୬୯.୨ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ବିଜୟ ହାସଲ ଜରୁରୀ ଥିଲା, କିନ୍ତୁ ଏବେ ଏହି ଗସ୍ତ ବାତିଲ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ତିନୋଟି ଟେଷ୍ଟ ଖେଳିଥାନ୍ତା।

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୭୧.୭ ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ୍ ୭୦ ପ୍ରତିଶତ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ଦ୍ଵିତୀୟ ଦଳ ଭାବେ କେଉଁ ଟିମ୍ ସ୍ଥାନ ପକ୍କା କରିବ, ସେ ନେଇ ସସପେନ୍ସ ଲାଗି ରହିଛି। ତଥାପି ଇଂଲଣ୍ଡ-ଭାରତ ସିରିଜ ଉପରେ ଅଷ୍ଟ୍ରେଲିଆର ନଜର ରହିବ। ଅଷ୍ଟ୍ରେଲିଆର ଫାଇନାଲ ଖେଳିବା ନେଇ ଏହି ସିରିଜର ଫଳାଫଳ ଉପରେ ସ୍ପଷ୍ଟ ହେବ।

ଜାଣନ୍ତୁ ଫାଇନାଲ ପାଇଁ କେଉଁ ଦଳ ଯୋଗ୍ୟତା ହାସଲ କରିବ:

୧- ଭାରତ- ଭାରତ ପାଖରେ ଫାଇନାଲରେ ପହଞ୍ଚିବାର ଭଲ ସୁଯୋଗ ରହିଛି। ହେଲେ ଭାରତ ଆଗାମୀ ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୪-୦, ୩-୦, ୩-୧, ୨-୦, ୨-୧ରେ ସିରିଜ୍ ଜିତିବା ଆବଶ୍ୟକ।

୨- ଇଂଲଣ୍ଡ- ଇଂଲଣ୍ଡ ପାଖରେ ମଧ୍ୟ ସୁଯୋଗ ରହିଛି। ଫାଇନାଲ୍ ଯିବା ପାଇଁ ଇଂଲଣ୍ଡକୁ ଭାରତ ବିପକ୍ଷରେ ୪-୦, ୩-୦, ୩-୧ରେ ସିରିଜ ଜିତିବା ଆବଶ୍ୟକ।

୩- ଅଷ୍ଟ୍ରେଲିଆ- ଯଦି ଭାରତ ଓ ଇଂଲଣ୍ଡ ସିରିଜ୍ ଡ୍ର’ ରୁହେ, ତେବେ ଷ୍ଟ୍ରେଲିଆ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ।

Related posts