ମାଇକେଲ ୱାନ କହିଲେ ଭାରତୀୟ ଟିମ୍ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଦଳ: କଡ଼ା ଜବାବ ଦେଲେ ୱାସିମ ଜାଫର

Published: Mar 13, 2021, 2:06 pm IST

ନୂଆଦିଲ୍ଲୀ: ଗତକାଲି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ଠାରୁ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା। ଭାରତର ଏହି ପରାଜୟ ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱନ ଟ୍ବିଟ କରି ସମାଲୋଚନା କରିଥିଲେ।

ସେ ଟ୍ବିଟରେ ଲେଖିଥିଲେ ଯେ, ଭାରତୀୟ ଟିମ ଠାରୁ ଆଇପିଏଲରେ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଟି-୨୦ ପାଇଁ ଭଲ ଦଳ ଅଟେ। ତାଙ୍କର ଏହି ଟ୍ବିଟ ପରେ ଭାରତୀୟ ଦଳର ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ୱାନଙ୍କ ଟ୍ବିଟ ଉପରେ ଜବାବ ଦେଇ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ୱାସିମ ଜାଫର ଲେଖିଛନ୍ତି ଯେ, ‘ପ୍ରତ୍ୟେକ ଦଳ ଭାଗ୍ଯବାନ ନୁହନ୍ତି, ଯେଉଁଥିରେ ଚାରି ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଇଂଲଣ୍ଡ ଟିମରେ ଚାରି ଜଣ ବିଦେଶୀ ଖେଳାଳି ଖେଳୁଛନ୍ତି। ଯୋଫ୍ରା ଆର୍ଚର ୧୯ ବର୍ଷରୁ କମ ୱେଷ୍ଟଇଣ୍ଡିଜ ଦଳ ପାଇଁ ଖେଳିଥିବା ବେଳେ ଅଧିନାୟକ ଇୟୋନ ମୋର୍ଗନ ଆୟରଲ୍ୟାଣ୍ଡ ପାଇଁ ଖେଳିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାରେ ଜେସନ ରୟ ଜନ୍ମଗ୍ରହଣ କରିଥିବା ବେଳେ ଅଲରାଉଣ୍ଡର ବେନ ଷ୍ଟୋକ୍ସ ନ୍ୟୁଜିଲାଣ୍ଡରେ ଜନ୍ମ ହୋଇଥିଲେ। ଏଭଳି ଉଦାହରଣ ଦେଇ ଜାଫର ମାଇକେଲଙ୍କୁ ଜବାବ ଦେଇଥିଲେ।

Related posts