ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଅନ୍ତିମ ଟି-୨୦ ମ୍ୟାଚ ଜିତି ଭାରତ ୩-୨ରେ ସିରିଜକୁ ହାତେଇ ନେଇଛି। ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ ପାଇଁ ଜରିମାନା ଲାଗିଛି। ଭାରତୀୟ ଦଳର ସମସ୍ତ ଖେଳାଳିଙ୍କୁ ମ୍ୟାଚ ଫି’ ର ୪୦ ପ୍ରତିଶତ କାଟି ଦିଆଯାଇଛି। ସ୍ଲୋ ଓଭର ବୋଲିଂ ପାଇଁ ଆଇସିସି ପକ୍ଷରୁ ଖେଳାଳିଙ୍କୁ ଏହି ଜରିମାନା ଲାଗିଛି।
ଏହି ସିରିଜରେ ବିରାଟ କୋହଲୀଙ୍କ ନେତୃତ୍ବରେ ଦୁଇଥର ଭାରତୀୟ ଦଳକୁ ଜରିମାନା ଲାଗିଛି। ଏହା ପୂର୍ବରୁ ଦ୍ଵିତୀୟ ଟି-୨୦ରେ ମଧ୍ୟ ଭାରତ ନିର୍ଦ୍ଧାରିତ ସମୟ ଠାରୁ ୨ ଓଭର କମ ବୋଲିଂ କରିଥିଲା। ମ୍ୟାଚ ରେଫରୀ ତଥା ଭାରତୀୟ ଦଳର ପୂର୍ବ ଦ୍ରୁତ ବୋଲର ଜବାଗଲ ଶ୍ରୀନାଥ ଭାରତୀୟ ଦଳକୁ ଏହି ଜରିମାନା ଲଗାଇଛନ୍ତି।