
ନୂଆଦିଲ୍ଲୀ: ଆଇପିଏଲ-୧୪ ସଂସ୍କରଣର ୨୩ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ପରାଜିତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ। ଏହି ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ୬ ଟି ମ୍ୟାଚରୁ ପାଞ୍ଚଟି ବିଜୟ ହାସଲ କରିଛି। ବର୍ତ୍ତମାନ ୧୦ ଅଙ୍କ ସହିତ ଚେନ୍ନାଇ ଟୁର୍ଣ୍ଣାମେଣ୍ଟ ତାଲିକାରେ ଶୀର୍ଷରେ ରହିଛି। ସିଏସକେର ଏହି ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଫାଫ ଡୁପ୍ଲେସିସ। ଫାଫ ଡୁପ୍ଲେସିସ ୩୮ ଟି ବଲରେ ୫୬ ରନର ପାଳି ଖେଳିଥିଲେ। ଋତୁରାଜ ଗାଏକ୍ଵଡ଼ଙ୍କ ସହ ଭାଗୀଦାରୀରେ ଡୁପ୍ଲେସିସ ଚେନ୍ନାଇକୁ ବିଜୟ ଦେଇଥିଲେ। ପ୍ରଥମ ୱିକେଟ ଭାଗୀଦାରୀରେ ଦୁହେଁ ୧୨୯ ରନ ସଂଗ୍ରହ କରିଥିଲେ। ଏହି ଇନିଂସ ପରେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନ ଶିଖର ଧବନଙ୍କୁ ପଛରେ ପକାଇ ଡୁପ୍ଲେସିସ ଅରେଞ୍ଜ କ୍ୟାପକୁ କବ୍ଜା କରିଛନ୍ତି।
ଜାଣନ୍ତୁ ଅରେଞ୍ଜ କ୍ୟାପ ଦୌଡରେ ଥିବା ଖେଳାଳି:
୧- ଫାଫ ଡୁପ୍ଲେସିସ- ୬ ଟି ମ୍ୟାଚ- ୨୭୦ ରନ
୨- ଶିଖର ଧବନ- ୬ ଟି ମ୍ୟାଚ- ୨୬୫ ରନ
୩- କେଏଲ ରାହୁଲ- ୬ ଟି ମ୍ୟାଚ- ୨୪୦ ରନ
ଉଲ୍ଲେଖ ଯୋଗ୍ୟ ଯେ, ଫାଫ ଡୁପ୍ଲେସିସ ଆଇପିଏଲର ଗତ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ। ସେ ସିଏସକେର ଟପ ସ୍କୋରର ଥିଲେ। ଗତ ସିଜିନରେ ୧୪ ଇନିଂସ ଖେଳି ଡୁପ୍ଲେସିସ ୪୪୯ ରନ କରିଥିଲେ।