ଆଇପିଏଲ: ରାଜସ୍ଥାନ ରୟାଲ୍ସକୁ ହରାଇ ୭ ୱିକେଟରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

Published: Apr 29, 2021, 7:05 pm IST

ନୂଆଦିଲ୍ଲୀ: ଆଜି ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଆଇପିଏଲର ୨୪ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ବିଜେତା ଘୋଷିତ ହୋଇଥିଲା।

ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ଟି ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିପାରିଥିଲା। ରାଜସ୍ଥାନ ପକ୍ଷରୁ ପ୍ରାରମ୍ଭିକ ଯୋଡି ଜସ ବଟଲର ଏବଂ ଯଶସ୍ଵୀ ଜୟଶ୍ଵାଲ ୪୧ ଏବଂ ୩୨ ରନ କରିଥିବା ବେଳେ ଅଧିନାୟକ ସଞ୍ଜୁ ସାମ୍ସନ ସର୍ବାଧିକ ୪୨ ରନ, ଶିବମ ଦୁବେ ୩୫ ରନ କରିଥିଲେ।

ସେହିଭଳି ମୁମ୍ବାଇ ପକ୍ଷରୁ ସଫଳ ବୋଲର ଭାବେ ରାହୁଲ ଚହର ୨ ଟି ୱିକେଟ ନେଇଥିବା ବେଳେ ଯଶପ୍ରିତ ବୁମରା ଏବଂ ଟ୍ରେଣ୍ଟ ବୋଲ୍ଟ ୧ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ତେବେ ମୁମ୍ବାଇ ପକ୍ଷରୁ କ୍ଵିଣ୍ଟନ ଡିକକ ସର୍ବାଧିକ ୭୦ରନ କରିଥିବା ବେଳେ ଦଳ ପାଇଁ କୃଣାଲ ପାଣ୍ଡ୍ୟା ୩୯ ରନ ଯୋଡିଥିଲେ। କିରନ ପୋଲର୍ଡ ୱିନିଙ୍ଗ ସଟ୍ ସହାୟତାରେ ଦଳକୁ ବିଜୟ କରାଇଥିଲେ। ପୋଲର୍ଡ ମାତ୍ର ୮ ଟି ବଲରେ ୧୬ ରନ ସଂଗ୍ରହ କରିଥିଲେ।

ରାଜସ୍ଥାନ ପକ୍ଷରୁ କ୍ରିସ ମୋରିଶ ସର୍ବାଧିକ ୨ ଟି ୱିକେଟ ନେଇଥିବା ବେଳେ ମୁସ୍ତାଫିଜୁର ରହମାନ ୧ଟି ୱିକେଟ ଅକ୍ତିଆର କରିଥିଲେ।

Related posts