Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଟୋକିଓ ଅଲିମ୍ପିକ୍ସ ପାଇଁ ଯାଉଥିବା ଭାରତୀୟ ଦଳ ସହ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ
ଖେଳ

ଟୋକିଓ ଅଲିମ୍ପିକ୍ସ ପାଇଁ ଯାଉଥିବା ଭାରତୀୟ ଦଳ ସହ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ

July 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟୋକିଓ ଅଲିମ୍ପିକ୍ସ ପାଇଁ ଯାଉଥିବା ଭାରତୀୟ ଦଳ ସହ ବାର୍ତ୍ତାଳାପ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯାତ୍ରା କରିବାକୁ ଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ ଆସନ୍ତା ୧୩ ତାରିଖ ଅପରାହ୍ନ ୫ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତବିନିମୟ କରିବେ ।

ଖେଳାଳୀମାନଙ୍କ କ୍ରୀଡାରେ ଅବତୀର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏପରି ବାର୍ତ୍ତା ବିନିମୟ ସେମାନଙ୍କୁ ଅଧିକ ଉତ୍ସାହିତ କରିବ । ଟୋକିଓ ନିମନ୍ତେ ଯାତ୍ରା କରୁଥିବା ଖେଳାଳୀମାନଙ୍କ ସୁବିଧା ଓ ଅସୁବିଧା ନେଇ ପ୍ରଧାନମନ୍ତ୍ରୀ ନିକଟରେ ସମୀକ୍ଷା କରିଥିଲେ । କେତେକ ଖେଳାଳୀଙ୍କ ଉତ୍ସାହପଦ ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ‘ମନ୍ କୀ ବାତ’ ରେ ଆଲୋଚନା କରିଥିଲେ ଓ ସମଗ୍ର ଦେଶ ଖେଳାଳୀମାନଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ଥନ ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ ।

ଏହି ବାର୍ତ୍ତା ବିନିମୟ ସମାରୋହରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତୀଶ ପରମାଣିକ ଓ ଆଇନମନ୍ତ୍ରୀ ଶ୍ରୀ କିରନ୍ ରିଜିଜ୍ଜୁ ମଧ୍ୟ ଯୋଗଦେବେ ।

ଭାରତୀୟ ଦଳ ସମ୍ପର୍କରେ-

୧୮ଟି କ୍ରୀଡା ଶ୍ରେଣୀରେ ୧୨୬ଜଣ କ୍ରୀଡାବିତ୍ ଟୋକିଓ ଅଲିମ୍ପିକ ନିମନ୍ତେ ଯାତ୍ରା କରିବେ । ଏଥର ସବୁଠାରୁ ବଡ ଖେଳାଳୀ ଦଳକୁ ଭାରତ ଅଲିମ୍ପିକ୍ସ ନିମନ୍ତେ ପଠାଉଛି । ମୋଟ ୬୯ଟି କ୍ରମବର୍ଦ୍ଧିଷ୍ଣୁ ଶ୍ରେଣୀରୁ ୧୮ଟିରେ ପ୍ରତିନିଧିତ୍ୱ ମଧ୍ୟ ଦେଶ ପାଇଁ କୌଣସି ଅଲିମ୍ପିକ୍ସ ଦୃଷ୍ଟିରୁ ସର୍ବାଧିକ ।

ଅଂଶଗ୍ରହଣ କରୁଥିବା କ୍ରୀଡା ପ୍ରଭାଗରେ କେତେକ ସର୍ବପ୍ରଥମ । ପ୍ରଥମଥର ନିମନ୍ତେ ଇତିହାସରେ ଭାରତୀୟ ଅସୀଚାଳନାକାରୀ (ଭାବନୀ ଦେବୀ) ଅଲିମ୍ପିକ୍ସ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି । ଅଲିମ୍ପିକ ନିମନ୍ତେ ଯୋଗ୍ୟତା ହାସଲ କରିବାରେ ନୌଚାଳନାରେ ନେତ୍ରା କୁମାରନ୍ ଭାରତର ପ୍ରଥମ ମହିଳା । ସନ୍ତରଣ ‘କ’ ଶ୍ରେଣୀ ମାନ୍ୟତା ହାସଲ କରି ସଜ୍ଜନ ପ୍ରକାଶ ଓ ଶ୍ରୀହରି ନଟରାଜ ଅଲିମ୍ପିକ୍ସ ନିମନ୍ତେ ଭାରତରୁ ପ୍ରଥମ ସନ୍ତରଣକାରୀ ଭାବେ ଯୋଗ୍ୟତା ହାସଲ କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

NEET Re-Exam 2026: ଆଜି 22.79 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଜାଣନ୍ତୁ ସମସ୍ତ ବିବରଣୀ

June 21, 2026

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026
Latest News

ଇରାନର ଦାବି ଓ ଟ୍ରମ୍ପଙ୍କ ନୀତି ମଧ୍ୟରେ ହରମୁଜ୍ ପ୍ରଣାଳୀ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ

June 21, 2026

ଉଦ୍ୟାନ କୃଷି ଯୋଜନା: ଚାଷୀଙ୍କ ପାଇଁ ନୂଆ ଆୟର ରାସ୍ତା

June 21, 2026

ଦୁଇ ପୃଥକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

June 21, 2026

ବାଘ ଛାଲ କାରବାରର ପର୍ଦ୍ଦାଫାସ୍ : ଜଣେ ଗିରଫ

June 21, 2026

ରାଜଧାନୀରେ ପୁଣି ବୁଲିଲା ଖଣ୍ଡା : ଦୋକାନରେ ପଶି ବାପ-ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.