ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଭାରତ ପାଇଁ ବଢିଲା ଅଡୁଆ: ରିଷଭ ପନ୍ତ ହେଲେ କରୋନା ଆକ୍ରାନ୍ତ

Published: Jul 15, 2021, 1:17 pm IST

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଟିମର ଚିନ୍ତା ବଢାଇଲା ଭଳି ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଦୁଇ ଜଣ ଖେଳାଳି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ହେଲେ ଯେଉଁ ଦୁଇଜଣ ଖେଳାଳି କରୋନା ଚିହ୍ନଟ ହୋଇଛନ୍ତି, ଏବେ ସେମାନେ ସୁସ୍ଥ ଅଛନ୍ତି। ଏହି ଦୁଇ ଖେଳାଳି ପୃଥକବାସରେ ରହିଛନ୍ତି।

ସୂଚନା ମୁତାବକ, ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କରୋନା ପଜେଟିଭ ହୋଇଥିଲେ। ଏହି ଦୁଇ ଖେଳାଳିଙ୍କୁ ସର୍ଦ୍ଦି କାଶ ଭଳି ଲକ୍ଷଣ ଦେଖାଯାଇଥିଲା। ତେଣୁ ସେମାନଙ୍କୁ କରୋନା ଟେଷ୍ଟ କରାଯାଇଥିଲା। ସେହି ଦୁଇଜଣଙ୍କ ମଧ୍ୟରୁ ଜଣେ ଖେଳାଳି ଏବେ ନେଗେଟିଭ ହୋଇଛନ୍ତି।

ବର୍ତ୍ତମାନ ଅନ୍ୟ ଖେଳାଳିଙ୍କୁ ମଧ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ୧୮ ତାରିଖ ପରେ ସମସ୍ତ ଖେଳାଳିଙ୍କ କରୋନା ପରୀକ୍ଷା କରାଯିବ ବୋଲି କୁହାଯାଉଛି। କାରଣ ୧୮ ଜୁଲାଇକୁ ଖେଳାଳିମାନଙ୍କ ଆଇସୋଲେସନରେ ରହିବାର ଦଶମ ଦିନ ହେବ।

Related posts