ପୃଥ୍ଵୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଇଂଲଣ୍ଡ ଗସ୍ତ ପାଇଁ ଟିକେଟ: ଏହି ତିନି ଖେଳାଳି ହେଲେ ଆହତ

Published: Jul 26, 2021, 2:27 pm IST

ନୂଆଦିଲ୍ଲୀ: ଅଗଷ୍ଟ ୪ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ତିନି ଜଣ ଖେଳାଳି ଆହତ ହେବା ପରେ କିଛି ନୂତନ ଖେଳାଳିଙ୍କୁ ସାମିଲ କରାଯାଇଛି।

ଶ୍ରୀଲଙ୍କାରେ ଟି-୨୦ ସିରିଜ ଖେଳୁଥିବା ପୃଥ୍ବୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଡକାଯାଇଛି। ଆଜି ବିସିସିଆଇ ପକ୍ଷରୁ ଏହି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର, ଦ୍ରୁତ ବୋଲର ଆଭେଶ ଖାନ ଏବଂ ଓପନର୍ ଶୁବମାନ ଗିଲ ଆହତ କାରଣରୁ ଇଂଲଣ୍ଡ ଗସ୍ତରୁ ବାଦ ପଡିଛନ୍ତି। ୱାଶିଂଟନ୍ ସୁନ୍ଦରଙ୍କ ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଥିବାବେଳେ ଆବେଶ ଖାନଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏଥି ସହିତ ଶୁଭମାନ ଗିଲଙ୍କ ବାମ ଗୋଡରେ ଆଘାତ ଲାଗିଛି। ସେ ଟେଷ୍ଟ ଚାମ୍ପିଅନସିପରେ ଆହତ ହୋଇଥିଲେ।

ବର୍ତ୍ତମାନ ଏହି ଖେଳାଳିଙ୍କ ବଦଳରେ ଶ୍ରୀଲଙ୍କାରେ ଟି -୨୦ ସିରିଜ୍ ଖେଳୁଥିବା ପୃଥ୍ବୀ ଶ’ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଇଂଲଣ୍ଡ ପଠାଯାଉଛି। ଏମାନଙ୍କ ବ୍ୟତୀତ ରିଷଭ ପନ୍ତ କରୋନାରୁ ସୁସ୍ଥ ହୋଇଯାଇଛନ୍ତି, ତେଣୁ ସେ ଟେଷ୍ଟ ସିରିଜ ପାଇଁ ଫିଟ୍ ଅଛନ୍ତି।

Related posts