ଇଂଲଣ୍ଡ ବିରୋଧ ପ୍ରଥମ ଟେଷ୍ଟ ପୂର୍ବରୁ ଭାରତକୁ ଝଟକା: ଆଉ ଜଣେ ଓପନର ବ୍ୟାଟ୍ସମ୍ୟାନ ହେଲେ ଆହାତ

Published: Aug 2, 2021, 10:04 pm IST

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଅଗଷ୍ଟ ୪ ତାରିଖରୁ ଭାରତୀୟ ଦଳକୁ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ। ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଟିମ୍ ଇଣ୍ଡିଆର ଓପନର୍ ମୟଙ୍କ ଅଗ୍ରୱାଲ ଆହତ ହୋଇଛନ୍ତି। ଭାରତୀୟ କ୍ରିକେଟ୍ ବୋର୍ଡ ଟୁଇଟ୍ କରି ଏହି ସୂଚନା ଦେଇଛି।

ମୟଙ୍କ ଅଗ୍ରୱାଲଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ତାଙ୍କୁ ପ୍ରଥମ ଟେଷ୍ଟରୁ ବାଦ୍ ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅନ୍ତିମ ମ୍ୟାଚରେ ଓପନର୍ ଶୁବମାନ ଗିଲ ଆହତ ହୋଇଥିଲେ। ଏହା ପରେ ସେ ଇଂଲଣ୍ଡ ଗସ୍ତରୁ ମଧ୍ୟ ବାଦ ପଡିଥିଲେ। ତେବେ ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିରୋଧ ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରୱାଲ ଓପନିଂ କରିବେ ବୋଲି ଆଶା କରାଯାଉଥିଲା।

Related posts