ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ବର୍ଷା କାରଣରୁ ଖେଳ ବାଧାପ୍ରାପ୍ତ, ଟିମ୍ ଇଣ୍ଡିଆ ୧୨୫/୪

Published: Aug 5, 2021, 9:20 pm IST

ନୂଆଦିଲ୍ଲୀ: ଖରାପ ଆଲୋକ ଏବଂ ପରେ ବର୍ଷା ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ହେଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନ ଖେଳ ବନ୍ଦ ରଖାଯାଇଛି। ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ପ୍ରାରମ୍ଭିକ ଯୋଡି ଭାରତକୁ ଏକ ଭଲ ଆରମ୍ଭରେ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୯୭ ରନ୍ ଭାଗିଦାରୀ କରିଥିଲେ। ୯୭ ରନ୍ ପର୍ଯ୍ୟନ୍ତ କୌଣସି ୱିକେଟ୍ ହରାଇ ନ ଥିବା ଟିମ୍ ଇଣ୍ଡିଆ ୧୨୫ ରନ୍ ରେ ୪ଟି ୱିକେଟ୍ ହରାଇଛି। ପ୍ରଥମ ୱିକେଟ୍ ଖସିଯିବା ପରେ ହିଁ ଭାରତୀୟ ଇନିଂସ ବିଫଳ ହୋଇଥିଲା। ୩୬ ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ଏହାପରେ ଚେତେଶ୍ୱର ପୂଜାରା ୪ ରନ, ଅଧିନାୟକ ବିରାଟ କୋହଲି ବିନା ଖାତା ଖୋଲି ଏବଂ ଅଜିଙ୍କ୍ୟ ରାହାଣେ ୫ ରନ କରି ଆଉଟ୍ ହୋଇଥିଲେ।

ପୂଜାରା ଏବଂ କୋହଲି ଆଣ୍ଡରସନଙ୍କ ଦ୍ଵାରା ଆଉଟ ହୋଇଥିବାବେଳେ ରାହାଣେ ରନ ଆଉଟ୍ ହୋଇଥିଲେ। ବର୍ତ୍ତମାନ କେ.ଏଲ୍ ରାହୁଲ ୫୭ ରନ ଏବଂ ରିଷଭ ପନ୍ତ ସାତ ରନ୍ କରି ଅପରାଜିତ ଅଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ଠାରୁ ଭାରତ ୫୮ ରନ୍ ପଛରେ ରହିଛି। ଇଂଲଣ୍ଡ ପାଇଁ ଜେମ୍ସ ଆଣ୍ଡରସନ ଦୁଇଟି ଏବଂ ଅଲି ରବିନ୍ସନ୍ ଗୋଟିଏ ୱିକେଟ୍ ନେଇଛନ୍ତି।

Related posts