Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଦୁଇ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କଲେ କେ.ଏଲ୍ ରାହୁଲ: ପ୍ରଥମ ଇନିଂସ ଖେଳକୁ ନେଇ ରଖିଲେ ଏଭଳି ମତ
ଅନ୍ତରାଷ୍ଟ୍ରୀୟ

ଦୁଇ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କଲେ କେ.ଏଲ୍ ରାହୁଲ: ପ୍ରଥମ ଇନିଂସ ଖେଳକୁ ନେଇ ରଖିଲେ ଏଭଳି ମତ

August 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେ.ଏଲ୍ ରାହୁଲ ଦୀର୍ଘ ଦୁଇ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି। ଇଂଲଣ୍ଡ ବିରୋଧ ଇନିଂସରେ କେ.ଏଲ୍ ରାହୁଲ ୮୪ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଫଳରେ ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡ ଠାରୁ ୯୫ ରନ୍ ରେ ଅଗ୍ରଣୀ ରହିଛି। ଟେଷ୍ଟ କ୍ରିକେଟକୁ ସଫଳ ପ୍ରତ୍ୟାବର୍ତ୍ତନ କରିବାର ରହସ୍ୟ କେଏଲ ରାହୁଲ ପ୍ରକାଶ କରିଛନ୍ତି। ରାହୁଲ କହିଛନ୍ତି ଯେ, ସେ ୨୦୧୮ ମସିହାର ଇଂଲଣ୍ଡ ଗସ୍ତରେ ବିଫଳତାରୁ କିଛି ଶିକ୍ଷା ମିଳିଛି।

କେ.ଏଲ୍ ରାହୁଲ କହିଛନ୍ତି ଯେ, ଇଂଲଣ୍ଡର କଠିନ ପରିସ୍ଥିତିରେ ବ୍ୟାକ୍ ସଟ୍ କୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ ଏବଂ ଏହା ତାଙ୍କୁ ବର୍ତ୍ତମାନର ଭ୍ରମଣରେ ସାହାଯ୍ୟ କରୁଛି। କେ.ଏଲ୍ ରାହୁଲ କହିଛନ୍ତି, ମୋ ମନରେ ଅନେକ କିଛି ଚାଲୁଥିଲା। ମୋତେ ଲାଗୁଥିଲା କି, ଏହି ମ୍ୟାଚର ପ୍ରତ୍ୟେକ ବଲରେ ମୁଁ ଦୁଇ କିମ୍ବା ତିନୋଟି ଭିନ୍ନ ସଟ୍ ଖେଳିପାରିବି କିନ୍ତୁ ମୁଁ ବୁଝିଗଲି ଯେ ସେଗୁଡିକ ଉପରେ ମୋତେ ନିୟନ୍ତ୍ରଣ କରିବାକୁ ହେବ।

ରାହୁଲ କହିଛନ୍ତି ଯେ, ଟେଷ୍ଟ କ୍ରିକେଟରେ କିଛି ସଟ ଖେଳିବା ଠାରୁ ଦୂରେଇ ରହିବା ଆବଶ୍ୟକ। ଏହି ତାରକା ଖେଳାଳି ଜଣଙ୍କ କହିଛନ୍ତି ଯେ, ବେଳେବେଳେ ୱିକେଟ୍ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ, ଯେଉଁଥିରେ ଭଲ ବୋଲରଙ୍କ ସମ୍ମୁଖୀନ ହେବାବେଳେ କିଛି ସଟ୍ ଖେଳିବା ଠାରୁ ଦୂରେଇ ରହିବା ଆବଶ୍ୟକ ପଡେ। ଟେଷ୍ଟ କ୍ରିକେଟରେ ମୋର ଅତୀତର ଖରାପ ପ୍ରଦର୍ଶନରୁ ଶିକ୍ଷା ଗ୍ରହଣ କରି ମୁଁ ବ୍ୟାଟିଂ କୌଶଳର ସୁଧାର ଆଣିଛି।

କେଏଲ ରାହୁଲ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏବଂ ଷ୍ଟୁଆର୍ଟ ବ୍ରଡଙ୍କୁ ପ୍ରଶଂସା କରିଛନ୍ତି। ଟିମ୍ ଇଣ୍ଡିଆର ଓପନର୍ କହିଛନ୍ତି, ଇଂଲଣ୍ଡରେ ଖେଳିବା ଚ୍ୟାଲେଞ୍ଜପୂର୍ଣ୍ଣ। ଇଂଲଣ୍ଡ ପାଖରେ ମହାନ ବୋଲର ଅଛନ୍ତି। ଆଣ୍ଡରସନ୍ ଏବଂ ବ୍ରଡ୍ ବହୁତ ଦକ୍ଷ ଏବଂ ଦଳକୁ ଅନେକ ଥର ମ୍ୟାଚ୍ ଜିତିଇଛନ୍ତି। ସେମାନଙ୍କ ବଲକୁ ସାମ୍ନା କରିବା ସହଜ ନୁହେଁ।

ଉଲ୍ଲେଖ ଯୋଗ୍ୟ ଯେ, ଇଂଲଣ୍ଡ ଗସ୍ତରେ କେ.ଏଲ୍ ରାହୁଲଙ୍କୁ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବରେ ଦଳରେ ସ୍ଥାନ ଦିଆଯାଇଥିଲା। କିନ୍ତୁ ମୟଙ୍କ ଅଗ୍ରୱାଲଙ୍କ ଆଘାତ ଯୋଗୁଁ କେଏଲ ରାହୁଲଙ୍କୁ ପ୍ରଥମ ଟେଷ୍ଟରେ ଓପନର୍ ଭାବେ ଦାୟିତ୍ଵ ମିଳିଥିଲା। ତେବେ ରାହୁଲ ଦଳକୁ ନିରାଶ କରିନଥିଲେ ଏବଂ ତାଙ୍କ ଟେଷ୍ଟ ପ୍ରତ୍ୟାବର୍ତ୍ତନରେ ୮୪ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ।

ପ୍ରଥମ ଟେଷ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ଖେଳ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ମ୍ୟାଚରେ ଦୁଇ ଦିନ ବାକି ଅଛି। ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ଶୀଘ୍ର ଆଉଟ କରି ଭାରତ ସିରିଜରେ ୧-୦ ଅଗ୍ରଣୀ ହାସଲ କରିବାର ଭଲ ସୁଯୋଗ ରହିଛି।

ଇଂଲଣ୍ଡ କେ.ଏଲ୍ ରାହୁଲ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.