ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଯୁବବ୍ୟାପାର, କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର

Published: Aug 13, 2021, 10:32 pm IST

ଭୁବନେଶ୍ବର, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତଥା କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଅଗଷ୍ଟ ୧୩ ତାରିଖ ଦିନ ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଆୟୋଜିତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୨.୦ର ଦେଶବ୍ୟାପୀ ଆୟୋଜିତ କାଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ ଯୁବ ବ୍ୟାପାର ବିଭାଗ ସଚିବ ଶ୍ରମତୀ ଉଷା ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

କେନ୍ଦ୍ର୍ର ମନ୍ତ୍ରୀ ଶ୍ରୀ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡ଼ିୟମ୍ ଠାରେ ଫ୍ରିଡମ୍ ରନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଷ୍ଟାଡ଼ିୟମରେ ଫ୍ରିଡ଼ମ୍ ରନ୍ରେ ଅଂଶଗ୍ରହଣ କରିଥିଲେ । ସେହିଭଳି ପୋର୍ଟ ବ୍ଲେୟାରର ସେଲୁଲାର ଜେଲ୍, ଲାହୋଲ ସ୍ପିତିର କାଜା ଚୌକ, ମୁମ୍ବାଇର ଗେଟ ୱେ ଅଫ୍ ଇଣ୍ଡିଆ ଏବଂ ପଞ୍ଜାବର ଅଟାରୀ ସୀମା ସହିତ ଦେଶର ଅନ୍ୟ ପ୍ରସିଦ୍ଧ ସ୍ଥଳଗୁଡ଼ିକ ସହିତ ଅନ୍ୟ ୭୫ଟି ସ୍ଥାନରେ ଏଭଳି କାଯ୍ୟକ୍ରମ ସମାନ୍ତରାଳ ଭାବେ ଆୟୋଜନ କରାଯାଇଥିଲା ।

Related posts