Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବିଶ୍ୱଯୁବ ତୀରନ୍ଦାଜୀ ଚାମ୍ପିୟନସିପ ବିଜେତାଙ୍କୁ ଜଣାଇଲେ ଅଭିନନ୍ଦନ
PIB_NEWS

କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବିଶ୍ୱଯୁବ ତୀରନ୍ଦାଜୀ ଚାମ୍ପିୟନସିପ ବିଜେତାଙ୍କୁ ଜଣାଇଲେ ଅଭିନନ୍ଦନ

August 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପୋଲାଣ୍ଡର ଓରେକ୍ଲାଠାରେ ଅନୁଷ୍ଠିତ ବିଶ୍ୱ ଯୁବ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଆଠଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଚ ସମେତ ମୋଟ ୧୫ଟି ପଦକ ହାସଲ କରିଛି। ସେହି ଉପଲକ୍ଷେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ବିଶ୍ୱ ଯୁବ ତୀରନ୍ଦାଜୀ ଚାମ୍ପିୟନସିପ୍‌ର ବିଜେତାମାନଙ୍କ ସହ ମତବିନିମୟ କରିବା ସହ ସେମାନଙ୍କ ବିଜୟ ଯୋଗୁଁ  ଦେଶ ଗର୍ବିତ ବୋଲି କହି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ସ୍ୱର୍ଣ୍ଣପଦକ ବିଜୟୀଙ୍କ ମଧ୍ୟରେ ଅଛନ୍ତି କ୍ୟାଡେଟ କମ୍ପାଉଣ୍ଡ ମହିଳାଦଳ, କ୍ୟାଡେଟ କମ୍ପାଉଣ୍ଡ ପୁରୁଷ ଦଳ, କନିଷ୍ଠ ରିଜର୍ଭ ପୁରୁଷ ଦଳ, କ୍ୟାଡେଟ ରିଜର୍ଭ ପୁରୁଷ ଦଳ ଏବଂ ଜୁନିୟର ରିଜର୍ଭ ମିକ୍ସ ଦଳ । କନିଷ୍ଠ ରିଜର୍ଭ ପୁରୁଷ ମିକ୍ସ ଦଳ ଏବଂ କୋମଳିକା ବାରି ଜୁନିୟର ରିକର୍ଭ  ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବ୍ୟକ୍ତିଗତ ଓ ମିକ୍ସଡ ଡବଲ୍ସ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣପଦକ ଜିତିଥିବା କୋମଳିକା ୨୦୧୯ ବିଶ୍ୱ କ୍ୟାଡେଟ ଚାମ୍ପିୟନସିପରେ ମଧ୍ୟ ପଦକ ଜିତିଛନ୍ତି । ଟାରଗେଟ ଅଲିମ୍ପିକ ପୋଡିୟମ ସ୍କିମ୍ କୋର ଟିମର କୋମଳିକା ମଧ୍ୟ ଟାଟା ଏକାଡେମୀର  କ୍ରୀଡାବିତ୍  । ଏନଟିପିସି ମହିଳା ଜୁନିୟର ତୀରନ୍ଦାଜୀ ଜାତୀୟ ଚାମ୍ପିୟନ ଡେରାଡୁନ ୨୦୨୧ ମାର୍ଚ୍ଚରେ କୋମଳିକା ଚାମ୍ପିୟନ ହୋଇଥିଲେ । ଖେଲୋ ଇଣ୍ଡିଆ କ୍ରୀଡାରୁ ଆର୍ବିଭାବ କୋମଳିକା ଖେଲୋ ଇଣ୍ଡିଆ ୨୦୧୯, ୨୦୨୦ ଓ ଗତବର୍ଷ ବିଶ୍ୱ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ଅସାଧାରଣ ପ୍ରଦର୍ଶନ କରିଥିଲେ ।

ରୌପ୍ୟ ବିଜୟୀଙ୍କ ମଧ୍ୟରେ ଅଛନ୍ତି ପ୍ର୍ରିୟା ଗୁଜ୍ଜର । ସେ କ୍ୟାଡେଟ କମ୍ପାଉଣ୍ଡ ବ୍ୟକ୍ତିଗତ ଖେଳରେ ବିଜୟୀ ହୋଇଥିବା ବେଳେ ସାକ୍ଷୀ ଚୌଧୁରୀ କମ୍ପାଉଣ୍ଡ ଜୁନିୟର ବ୍ୟକ୍ତିଗତ (ପୁରୁଷ ଓ ମହିଳା) ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ବ୍ରୋଞ୍ଚପଦକ ବିଜୟୀ ହେଲେ ପ୍ରଣୀତ କୌର, ରିଷଭ ଯାଦବ, ମଞ୍ଜରୀ ମନୋଜ, ଆଲନ ଏବଂ ବିଶାଲ ଚଙ୍ଗମାଇ ।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.