Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»୧୧ ବର୍ଷ ବୟସରେ ଦୁର୍ଘଟଣାର ଶିକାର ହୋଇଥିଲେ ଅବନୀ: ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ଆଣିଲେ ପ୍ରଥମ ସ୍ଵର୍ଣ୍ଣ
ଅନ୍ତରାଷ୍ଟ୍ରୀୟ

୧୧ ବର୍ଷ ବୟସରେ ଦୁର୍ଘଟଣାର ଶିକାର ହୋଇଥିଲେ ଅବନୀ: ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ଆଣିଲେ ପ୍ରଥମ ସ୍ଵର୍ଣ୍ଣ

August 30, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତର ପାରା ସୁଟର ଅବନୀ ଲେଖରା ଇତିହାସ ସୃଷ୍ଟି କରିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଅବନୀ ଏକ ନୂତନ ପାରାଲିମ୍ପିକ୍ ରେକର୍ଡ ସ୍ଥାପନ କରିଛନ୍ତି। ଅବନୀ ମୋଟ ସ୍କୋର ୨୪୯.୬ କରିଥିଲେ ଯାହା ପାରାଲିମ୍ପିକ୍ ଗେମ୍ସ ପାଇଁ ଏକ ନୂଆ ରେକର୍ଡ। ଏହି ଇଭେଣ୍ଟରେ ଚାଇନାର ସି ୱାଙ୍ଗ (୨୪୮.୯ ପଏଣ୍ଟ) ରୌପ୍ୟ ପଦକ ଜିତିଥିବାବେଳେ ୟୁକ୍ରେନର ଇରିନା ସ୍କେଟନିକ (୨୨୭.୫ ପଏଣ୍ଟ) ବ୍ରୋଞ୍ଜ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ, ଯାହା ପୂର୍ବରୁ ଗତକାଲି ଭାରତୀୟ ଖେଳାଳି ଦୁଇଟି ରୌପ୍ୟ ପଦକ ଜିତିଥିଲେ।

ଅବନୀ ରାଜସ୍ଥାନର ଜୟପୁରରୁ ଆସିଛନ୍ତି। ସେ ମାତ୍ର ୧୧ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ମେରୁଦଣ୍ଡରେ ଆଘାତ ହେତୁ ଅବନୀ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ। ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସଏଚ୧ ଇଭେଣ୍ଟରେ ଅବନୀ ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନରେ ରହିଛନ୍ତି।

ଅବନୀ ଏହି ଇଭେଣ୍ଟର ଯୋଗ୍ୟତା ରାଉଣ୍ଡରେ ସପ୍ତମ ସ୍ଥାନ ହାସଲ କରିଥିଲେ। ସେ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପୂର୍ବରୁ ନିଶାଦ କୁମାର ହାଇ ଜମ୍ପରେ ରୌପ୍ୟ ପଦକ ଏବଂ ଟେବୁଲ ଟେନିସରେ ଭବୀନା ପଟେଲ ଜିତିଥିଲେ।

ଅବନୀ ଲେଖରା ଟୋକିଓ ଦୁର୍ଘଟଣାର ଶିକାର ପାରାଲିମ୍ପିକ୍ ଗେମ୍ସ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026
Latest News

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.