Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବଣ ମଲ୍ଲୀ ବଣରେ ମଉଳି ଯାଏ!: ଅଲୋଡା କ୍ରିକେଟ ଅମ୍ପେୟାର ବିଶୁ ମହାରଣା
ଆଞ୍ଚଳିକ

ବଣ ମଲ୍ଲୀ ବଣରେ ମଉଳି ଯାଏ!: ଅଲୋଡା କ୍ରିକେଟ ଅମ୍ପେୟାର ବିଶୁ ମହାରଣା

September 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ:-ତାଙ୍କର ଖେଳ ପ୍ରତି ବହୁତ ଆଗ୍ରହ। ଉଚ୍ଚ ଶିକ୍ଷିତ ହୋଇ ଜଣେ ଫର୍ମାସିଷ୍ଟ ଭାବରେ କୃତିତ୍ୱ ହାସଲ କରି ମଧ୍ୟ ସରକାର ତାଙ୍କୁ ଚାକିରି ଖଣ୍ଡିଏ ଦେଇ ପାରି ନ ଥିଲେ। ଜୀବନରେ ଯେଉଁ ସ୍ୱପ୍ନ ଦେଖିଥିଲେ ସ୍ୱପ୍ନ ତାଙ୍କର ଅଧୁରା ରହିଗଲା। ସେ ଭାବିଥିଲେ ଚାକିରି କରି ପେଟ ପୋଷିବାକୁ ହେଲେ ଚାକିରି ପଛରେ ନ ଗୋଡାଇ ଲୋକମାନଙ୍କର ସେବା କରିବାରେ ଲାଗି ପଡିଲେ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ କ୍ରିକେଟ ଖେଳ ଅମ୍ପାୟାରିଙ୍ଗ କରି ବେଶ୍ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ସେ। ଖେଳ ନାଁ ଶୁଣିଲେ ଔଷଧ ଦୋକାନ ବନ୍ଦ କରି ସେ ଧାଇଁ ଯାଆନ୍ତି ସେଇ ସ୍ଥାନକୁ। କ୍ରିକେଟ ଅମ୍ପାୟାରିଙ୍ଗ ସହ ଯେ କୌଣସି ଖେଳର ଧାରା ବିବରଣୀ ହିନ୍ଦି ଓ ଓଡିଆରେ ଶୁଦ୍ଧ ଭାବରେ ଦେଇଥାନ୍ତି।

ସେ ହେଲେ ବିଶୁ ମହାରଣା। ଜନ୍ମ ସମ୍ବଲପୁର ଜିଲ୍ଲା ରେଢାଖୋଲରେ। ହେଲେ ତାଙ୍କର ପୈତୃକ ଘର ଗଞାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ରେ। ଛୋଟରୁ ହିଁ ଗଞାମ ଜିଲ୍ଲାରେ ପ୍ରାଥମିକ ପାଠ ପଢା ଆରମ୍ଭ କରିଥିବା ବେଳେ ଗୌରଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଦଶମ ଯାଏଁ ପାଠ ପଢିଥିଲେ। ରେଢାଖୋଲ ଭୀମ ଭୋଇ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଓ ଯୁକ୍ତ ତିନି ବିଜ୍ଞାନରେ ପାଠ ପଢିଥିଲେ। ତା ପରେ ପରେ ସମ୍ବଲପୁର ସ୍ଥିତ ଗାୟତ୍ରୀ ଫାର୍ମାସି କଲେଜରେ ନାଁ ଲେଖାଇ ପାଠ ପଢିଲେ।

୧୯୯୧ ମସିହାରେ ଏଆର୍‌ସି ଟ୍ରଫି କ୍ରିକେଟରେ ପ୍ରଥମ ଥର ପାଇଁ କ୍ରିକେଟ ପରିଚାଳନା କରିବାର ସୁଯୋଗ ପାଇଥିଲେ। ଫାର୍ମାସୀ ପଢୁଥିବା ସମୟରେ ସମ୍ବଲପୁରରେ ଆଂଚଳିକ ସାଧାରଣ ମ୍ୟାଚ୍‌ରେ ଖେଳ ପରିଚାଳନା କରିବାର ସୁଯୋଗ ପାଇଥିଲେ ସେ। ସମ୍ବଲପୁର ଆଥ୍‌ଲେଟିକ୍ ଆସୋସିଏସନର ସଂପାଦକ ସାବୀର ହୁସେନଙ୍କର ନଜରରେ ପଡିଥିଲେ ସେ। ସାବିର ହୁସେନ୍ ଅମ୍ପାୟାରିଙ୍ଗ ପରୀକ୍ଷା ଦେବାକୁ ବିଶୁ ମହାରଣାକୁ କହିଥିଲେ। ଦୁଇ ଦୁଇ ଥର ସେ ସଫଳତା ପାଇ ପାରି ନଥିଲେ। ବେଳେ ବେଳେ ମଣିଷ ସଫଳତା ନ ପାଇଲେ ନିରୁତ୍ସାହିତ ହୋଇ ପଡିଥାଏ। ହେଲେ ବିଶୁ ମହାରଣାଙ୍କର ଦୃଢ ଆତ୍ମବଳ ଓ ଆତ୍ମ ବିଶ୍ୱାସ ତଥା ଇଚ୍ଛା ଶକ୍ତି ପାଇଁ ତୃତୀୟ ଥର ସେ ପୁଣି ପରୀକ୍ଷା ଦେଇ ୨୦୦୬ରେ ସଫଳତା ପାଇଥିଲେ।

କଟକ ବାରବାଟି ଷ୍ଟାଡିୟମରେ ମଧ୍ୟ କ୍ରିକେଟ ଖେଳ ପରିଚାଳନା କରିବାର ବହୁଥର ସୁଯୋଗ ପାଇଛନ୍ତି। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ବହୁବାର ମଧ୍ୟ ଖେଳ ପରିଚାଳନା କରିଛନ୍ତି। ବିସିସିଆଇ କ୍ରିକେଟ ପରିଚାଳନା ପାଇଁ ବୟସ ଅଧିକ ହୋଇଯିବାରୁ ପରୀକ୍ଷାଦେବାରୁ ବଂଚିତ ହୋଇଥିଲେ ବିଶୁ ମହାରଣା। ଖାଲି ଯେ କ୍ରିକେଟ ଖେଳ ପରିଚାଳନାରେ ସେ ପାରଦର୍ଶିତା ଅର୍ଜନ କରିଛନ୍ତି ତା ନୁହଁ ନୃତ୍ୟ, କମେଡି, ନାଟକ ଆଦି ନିର୍ଦ୍ଦେଶନା ଦେବା ତାଙ୍କର ଆଉ ଏକ କଳା।

ସେବା ମନବୃତ୍ତି ଯୋଗୁଁ ସେ ଆଜି ସବୁଠି ବେଶ୍ ପରିଚିିତ। ନାକଟିଦେଉଳ ବ୍ଲକ୍ ଡଇଁଚା ଗ୍ରାମରେ ପ୍ରଧାନ ମେଡିକାଲ ଷ୍ଟୋରରେ ସେ ଫର୍ମାସିଷ୍ଟ ଭାବରେ କାମ କରୁଛନ୍ତି। କ୍ରିକେଟ ଅମ୍ପାୟରିଙ୍ଗ ପାଇଁ ରେଢାଖୋଲର ପୂର୍ବତନ ଉପଜିଲ୍ଲାପାଳ ଶ୍ରୀନିବାସ କବି ଓ ରେଢାଖୋଲ ବିଧାୟକ ଇଂ ରୋହିତ କୁମାର ପୂଝାରୀ ମଧ୍ୟ ତାଙ୍କୁ ସମ୍ମାନୀତ କରିଥିଲେ। ଜଣେ ଫର୍ମାସିଷ୍ଟ୍ ହୋଇଥିଲେ ମଧ୍ୟ ଚାକିରୀ ଖଣ୍ଡିଏ ମଧ୍ୟ ପାଇ ପାରି ନ ଥିଲେ ବିଶୁ ମହାରଣା। ଏଭଳି ଜଣେ ପ୍ରତିଭାକୁ ସରକାର ଦୃଷ୍ଟିଦେବାର ଆବଶ୍ୟକତା ରହିଛି ନ ହେଲେ ବଣ ମଲ୍ଲୀ ବଣରେ ମଉଳି ଯିବାର ଯଥେଷ୍ଟ ସମ୍ଭାବନା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଖେଳୁନାହାନ୍ତି କେଏଲ ରାହୁଲ: ଜାଣନ୍ତୁ କାରଣ

July 16, 2026

ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ବୋଲରଙ୍କୁ କଠୋର ଦଣ୍ଡ: କାର୍ଯ୍ୟାନୁଷ୍ଠାନ ନେଲା ICC

July 16, 2026
Latest News

UNSC ରେ ଭାରତର ଅସ୍ଥାୟୀ ଆସନକୁ ସମର୍ଥନ କରିବ କି ଚୀନ୍?: ବଡ଼ ବିବୃତ୍ତି ଦେଲା ପଡ଼ୋଶୀ ଦେଶ

July 17, 2026

ଅଳଙ୍କାର କିଣିବାର ଭଲ ସୁଯୋଗ!: ଆଜି ପୁଣି ଶସ୍ତା ହେଲା ସୁନା

July 17, 2026

ପଶ୍ଚିମବଙ୍ଗରେ ବଡ଼ ଦୁର୍ଘଟଣା: ଟ୍ରେନ୍ ସହିତ ଧକ୍କା ହେଲା ସ୍କୁଲ ଭ୍ୟାନ, ୨ ପିଲାଙ୍କ ସମେତ ୩ ମୃତ

July 17, 2026

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.