ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଠାରୁ ଜିତିଲା ବିରାଟ ବାହିନୀ: ସିରିଜରେ ଭାରତ ୨-୧ରେ ଅଗ୍ରଣୀ

Published: Sep 6, 2021, 9:18 pm IST

ନୂଆଦିଲ୍ଲୀ: ଲଣ୍ଡନର କେନିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନେ ସହଯୋଗ କରିଥିଲେ। ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି।

ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୧୫୭ ରନ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୩୬୮ ରନର ଟାର୍ଗେଟ ଦେଇଥିଲା। ଇଂରାଜୀ ଦଳ ୨୧୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

୫୦ ବର୍ଷ ଅପେକ୍ଷା ପରେ ଭାରତୀୟ ଦଳ ଓଭାଲ ପିଚରେ ଟେଷ୍ଟ ମ୍ୟାଚ୍ ଜିତିବାରେ ସଫଳ ହୋଇପାରିଛି। ଏହାପୂର୍ବରୁ ୧୯୭୧ ମସିହାରେ ଅଜିତ ୱାଡେକରଙ୍କ ଅଧିନାୟକତ୍ୱରେ ଓଭାଲରେ ଏକ ଟେଷ୍ଟ ମ୍ୟାଚ୍ ଭାରତ ଜିତିଥିଲା।

Related posts