ଟି -୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଧୋନୀଙ୍କୁ ମିଳିଲା ବଡ ଦାୟିତ୍ଵ

Published: Sep 8, 2021, 9:35 pm IST

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଖେଳାଯିବାକୁ ଥିବା ୨୦୨୧ ଟି -୨୦ ବିଶ୍ୱକପ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହା ବ୍ୟତୀତ ବିସିସିଆଇ ତିନି ଜଣ ଅତିରିକ୍ତ ଖେଳାଳିଙ୍କୁ ମଧ୍ୟ ଚୟନ କରିଛି। ଯେଉଁମାନେ ଟିମ୍ ଇଣ୍ଡିଆ ସହିତ ଯିବେ। ଏଥି ସହିତ ବିସିସିଆଇ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ବିଶ୍ୱକପ ପାଇଁ ଏକ ବଡ଼ ଦାୟିତ୍ଵ ଦେଇଛି।

ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ:

ଟି -୨୦ ବିଶ୍ୱକପରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ଅକ୍ଟୋବର୨୪ ତାରିଖରେ ଖେଳାଯିବ। ଏହା ପରେ ଟିମ୍ ଇଣ୍ଡିଆ ଅକ୍ଟୋବର ୩୧ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ଏବଂ ନଭେମ୍ବର ୫ ତାରିଖରେ ସୁପର ୧୨ ରେ ଯୋଗ୍ୟତା ଦଳ (ବି -୧) ବିରୋଧରେ ଖେଳିବ।

ଟି -୨୦ ବିଶ୍ୱକପ ପାଇଁ ୧୫ ସଦସ୍ୟ ଭାରତୀୟ ଦଳ:

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (କିପର), ଇଶାନ କିଶନ (କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ , ଜସପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି।

Related posts